ସାରା ରାଜ୍ୟରେ ବଢୁଛି ରାଜନୈତିକ ତାତି, ନାମାଙ୍କନ ପରେ ଜୋର ଧରିଛି ପ୍ରଚାର

ଭୁବନେଶ୍ବର (କେନ୍ୟୁଜ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ନାମାଙ୍କନ ଦାଖଲ କରିବା ପରେ ସରଗରମ ହୋଇଛି ପ୍ରଚାର ମାହୋଲ। ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରସନ୍ନ୍ ଆଚାର‌୍ୟ୍ୟ। ବିଜେଡି ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ଦେବେଶ ଆଚାର‌୍ୟ୍ୟ। ତାଙ୍କୁ ଟକ୍କର ଦେବାକୁ କଂଗ୍ରେସ ପ୍ରାର୍ଥୀ କରିଛି ନିପନ ଦାସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଅଶ୍ୱିନୀ ଷଡଙ୍ଗୀ। ଭଟଲୀ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂହ ନାମାଙ୍କନ ଦାଖଲ କରିବା ପରେ ଜୋରଦାର ଆରମ୍ଭ କରିଦେଇଛନ୍ତି ପ୍ରଚାର । ନିଜ ସମର୍ଥକଙ୍କ ସହ ଘରକୁ ଘର ଯାଇ ଭୋଟ ମାଗୁଛନ୍ତି।

ଜୟଦେବ ବିଧାନସଭା ପାଇଁ ବିଜେପି ପକ୍ଷରୁ ପ୍ରଚାର ଆରମ୍ଭ ହୋଇଛି । ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥୀ ନଗେନ୍ଦ୍ର ନାଥ ନାୟକ ପ୍ରଚାର କରିଛନ୍ତି ।

ମାଓ ଅଧ୍ୟୁଷିତ ମାଲକାନଗିରିରେ ନିର୍ବାଚନୀ ତାତି । ପ୍ରାର୍ଥିପତ୍ର ଦାଖଲ ପରେ ଜମୁଛି ପ୍ରଚାର । ଘର ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ମାଲକାନଗିରି ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢୁଛନ୍ତି ମୁକୁନ୍ଦ ସୋଡ଼ି ।

ଏପ୍ରିଲ ୧୧ରେ ପ୍ରଥମ ପର‌୍ୟ୍ୟାୟ ଭୋଟଗ୍ରହଣ ପାଇଁ ସରଗରମ ନିର୍ବାଚନୀ ମାହୋଲ। ତିନି ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପରେ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରଚାର। ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ପୂର୍ଣ୍ଣବାସୀ ନାୟକ ଟିକେଟ୍ ପାଇବା ପରେ ଘର ଘର ବୁଲି ପ୍ରଚାର କରୁଛନ୍ତି।

ଯାଜପୁର ଜିଲ୍ଲାରେ ଚତୁର୍ଥ ପର‌୍ୟ୍ୟାୟରେ ହେବ ନିର୍ବାଚନ। ବଡଚଣା ଆସନ ପାଇଁ ବିଜେପି ଯୁବନେତା ଅମର ନାୟକଙ୍କୁ ପ୍ରାର୍ଥୀ କରିଛି।
ସାନଖେମୁଣ୍ଡି ବିଜେଡି ପ୍ରାର୍ଥୀ ହୋଇଛନ୍ତି ନନ୍ଦିନୀ ଦେବୀ । ନାମାଙ୍କନ ପରେ ଏବେ ନନ୍ଦିନୀ ଦେବୀ ଜୋରଦାର ପ୍ରଚାର ଚଳାଇଛନ୍ତି ।
ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଚାଲିଛି ଜୋରଦାର ପ୍ରଚାର । ନୂଆଗୋଳ ବନ୍ଧ ଗାଁରେ କଂଗ୍ରେସ ପ୍ରର୍ଥୀ ଏସ୍. ଧର୍ମରାଜ ରେଡ୍ଡୀ ପ୍ରଚାର ଚଳାଇଛନ୍ତି ।

ଟିକେଟ କଟିବା ପରେ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଛନ୍ତି ଚିତ୍ରକୋଣ୍ଡା ବିଧାୟକ ଡମ୍ବୁରୁ ସୀସା । ତାଙ୍କୁ ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକ ବାଜା ବଜାଇ ଏକ ବିରାଟ ରାଲିରେ ପାଛୋଟି ନେଇଥିଲେ । ଟିକେଟ ପାଇଥିବା ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ସେ ପୂର୍ଣ୍ଣ ସମର୍ଥନ ଦେବା ସହ ଦଳକୁ ନିଶ୍ଚିତ ଭାବେ ଜିତାଇବେ ବୋଲି ଡମ୍ବୁରୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.