ନାମାଙ୍କନ ପତ୍ର ପରେ ନିର୍ବାଚନୀ ମାହୋଲରେ ଉଷ୍ଣତା, ବାହାରିଲାଣି ରଣାଙ୍ଗନକୁ ପ୍ରଚାର

ନାମାଙ୍କନ ପତ୍ର ଦାଖଲ ପରେ ଉଷ୍ଣ ହେଉଛି ନିର୍ବାଚନୀ ମାହୋଲ। ନିର୍ବାଚନୀ ରଣାଙ୍ଗନକୁ ପ୍ରଚାରରେ ବାହାରିଲେଣି ପ୍ରାର୍ଥୀ। ତେବେ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। କେଉଁ ମୁଦ୍ଦା ନିର୍ବାଚନୀ ବୈତରଣୀ ପାର କରାଇବ ଏବେ ତା ଉପରେ ନଜର ।

ତାପମାତ୍ରା ବୃଦ୍ଧି ସହ ଉଷ୍ଣ ହୋଇଛି ନିର୍ବାଚନୀ ବାତାବରଣ। ପ୍ରଥମ ୨ଟି ପର‌୍ୟ୍ୟାୟ ପାଇଁ ସରିଛି ନାମାଙ୍କନ ଦାଖଲ। ନିର୍ବାଚନୀ ରଣାଙ୍ଗନକୁ ପ୍ରଚାରରେ ବାହାରିଲେ ନେତା। ପ୍ରଥମ ୨ଟି ପର‌୍ୟ୍ୟାୟର ୯ଟି ଲୋକସଭା ଓ ୬୩ଟି ବିଧାନସଭା ଆସନ ପାଇଁ ପାଗ ଭିଡୁଛି ପ୍ରଚାର। ମାଲକାନଗିରିରେ ପ୍ରବଳ ଖରା ସତ୍ତ୍ୱେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରି ନିର୍ବାଚନୀ ଏଜେଣ୍ଡା ହୋଇଛି ପ୍ରସ୍ତୁତ। ମାଲକାନଗିରି ବିଧାନସଭା ଆସନ ପାଇଁ ତିନି ଦଳର ପ୍ରାର୍ଥୀଙ୍କ ସହ ନବରଙ୍ଗପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି ଲୋକଙ୍କ ସହ ମିଶି ପ୍ରଚାର ଜୋରଦାର କରିଛନ୍ତି।

ପାରଳାଖେମୁଣ୍ଡିରେ ମଧ୍ୟ ଜୋର ଧରିଲାଣି ପ୍ରଚାର। ପାରଳା ରାଜବାଟୀରୁ ପ୍ରଚାର ପାଇଁ ରାଜଜେମା ତଥା ବିଜେଡି ପ୍ରାର୍ଥୀ କଲ୍ୟାଣୀ ଗଜପତି ଆଜି ପ୍ରଚାର ଆରମ୍ଭ କରିଛନ୍ତି। ଲୋକଙ୍କ ସମସ୍ୟାକୁ ଶୁଣି ତାକୁ ଦୂର କରିବା ପ୍ରାଥମିକତା ରହିବ ବୋଲି ସବୁ ପ୍ରାର୍ଥୀ ଜୋର ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ପ୍ରଚାର ମାହୋଲ ହୋଇଛି ସରଗରମ। ବରଗଡ଼ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର‌୍ୟ୍ୟ ଓ ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର‌୍ୟ୍ୟ ଜୋରସୋରରେ ପ୍ରଚାର ଆାରମ୍ଭ କରିଛନ୍ତି। ସେହିପରି ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚଳାଇଛନ୍ତି ପ୍ରୟାସ। ସବୁ ଅଞ୍ଚଳରେ ସମସ୍ୟା ରହିଛି ଅନେକ। ତେବେ ଅଭିଜ୍ଞ ନେତା ଓ ଅଞ୍ଚଳର ସମସ୍ୟା ଦୂର କରିବାକୁ ସକ୍ଷମ ପ୍ରାର୍ଥୀ ପ୍ରଥମ ପ୍ରସନ୍ଦ ବୋଲି କୁହନ୍ତି ଭୋଟରମାନେ। ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ଆରମ୍ଭ କରିଛନ୍ତି ପ୍ରଚାର।

ନିର୍ବାଚନୀ ପ୍ରଚାରରେ ପଛରେ ପଡ଼ିନି କଳାହାଣ୍ଡି। ବିଜେପିର ଲୋକସଭା ପ୍ରାର୍ଥୀ ବସନ୍ତ ପଣ୍ଡା ବିଭିନ୍ନ ସ୍ଥାନରେ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଦଳ ବିଜୟ ଲାଭ କଲେ ବେକାରୀ, ଦାଦନ, ଚାଷୀ ସମସ୍ୟାର ସମାଧାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରିଛନ୍ତି। ସେହିପରି କଣ୍ଟାବାଞ୍ଝି ଆସନରେ ମଧ୍ୟରେ ତିନି ପ୍ରମୁଖ ଦଳର ନେତା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ବିଜେଡି ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିକୁ ପାଥେୟ କରି ପ୍ରଚାର କରୁଥିବା ବେଳେ କଂଗ୍ରେସ ଚାଷୀ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯାଉଛି। ତୃତୀୟ ପର‌୍ୟ୍ୟାୟରେ ଏପ୍ରିଲ ୨୩ରେ ନିର୍ବାଚନ ହେବାକୁ ଥିବା ବେଳେ ରଣପୁର ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ସୁରମା ପାଢୀ କିନ୍ତୁ ପ୍ରଚାର ଆରମ୍ଭ କରି ଦେଇଛନ୍ତି।

ରାଜ୍ୟରେ ଏପ୍ରିଲ ୧୧ରେ ହେବ ପ୍ରଥମ ପର‌୍ୟ୍ୟାୟ ଭୋଟ ଗ୍ରହଣ ଓ ଏପ୍ରିଲ ୧୮ରେ ହେବ ୨ୟ ପର‌୍ୟ୍ୟାୟ। ନିର୍ବାଚନରେ ସଫଳତା ନେଇ ଆରମ୍ଭ ହୋଇଗଲାଣି ପ୍ରଚାରର କଡ଼ା ଟକ୍କର। ତେବେ କେଉଁ ମୁଦ୍ଦା ନିର୍ବାଚନୀ ବୈତରଣୀକୁ ପାର କରାଇବ ତାହା ଉପରେ ଏବେ ସମସ୍ତଙ୍କ ନଜର।

KNews Bureau

Share
Published by
KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago