କନ୍ଧମାଳରେ ଆସନ୍ତାକାଲି ସରୁଛି ପ୍ରଚାର , ବିଭିନ୍ନ ସ୍ଥାନ ବୁଲି ଭୋଟରଙ୍କୁ ଭେଟୁଛନ୍ତି ଲୋକସଭା ବିଜେଡି ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ(କେନ୍ୟୁଜ୍) : କନ୍ଧମାଳ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ସରୁଛି ପ୍ରଚାର । ଏଥିପାଇଁ କ୍ୟାମ୍ପେନକୁ ଜୋରଦାର କରିଛନ୍ତି କନ୍ଧମାଳ ଲୋକସଭା ବିଜେଡି ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ । ବିଭିନ୍ନ ସ୍ଥାନରେ ବୁଲି ସଭା କରିବା ସହ ମାଆ-ଭଉଣୀଙ୍କ ସହ କଥା ହୋଇଛନ୍ତି ଡକ୍ଟର ସାମନ୍ତ । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମହିଳାଙ୍କୁ ବୁଝାଇଥିଲେ । ରାଜନୀତି ନୁହେଁ, ସେବା କରିବାକୁ କନ୍ଧମାଳ ଆସିଥିବା ଡ. ସାମନ୍ତ କହିଛନ୍ତି । ଫୁଲବାଣୀ ଦଡକି ପଞ୍ଚାୟତରେ ଆୟୋଜିତ ଏକ ସଭାରେ ଅନେକ ନେତା ଆଜି ବିଜେଡିରେ ସାମିଲ ହୋଇଥିଲେ । ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ଡକ୍ଟର ସାମନ୍ତଙ୍କ ପ୍ରଚାରରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.