୧୯୯୯ରୁ କ୍ରମାଗତ ବିଜେଡି କବଜାରେ କେନ୍ଦ୍ରାପଡ଼ା ଲୋକସଭା ସିଟ୍‌, ଅମାନତ ହରାଇ ଆସୁଛି ବିଜେପି

କେନ୍ଦ୍ରାପଡ଼ା। ବିଜେଡିର ଗଡ଼ । ଏଠାରୁ ଯିଏ ବି ବିଜେଡି ପ୍ରାର୍ଥୀ ହେଉଛନ୍ତି ସେ ବାଜି ମାରୁଛନ୍ତି। ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ବିଜେଡି ପ୍ରାର୍ଥୀ ହିଁ ଏଠାରୁ ଜିତିଛନ୍ତି। ୨୦୧୪ରେ ବିଜେଡି ପ୍ରାର୍ଥୀ ପାଇଥିଲେ ୬ ଲକ୍ଷ ୧ ହଜାର ୫୭୪ ଭୋଟ୍‌। କଂଗ୍ରେସ ପ୍ରାର୍ଥୀ ପାଇଥିଲେ ୩ ଲକ୍ଷ ୯୦ ହଜାର ୭୨୩ ଭୋଟ୍‌। ବିଜେପି ପ୍ରାର୍ଥୀ ପାଇଥିଲେ ୧ ଲକ୍ଷ ୧୮ ହଜାର ୬୫୩ ଭୋଟ୍‌। ଅମାନତ ହରାଇଥିଲେ ବିଜେପି ପ୍ରାର୍ଥୀ। କେନ୍ଦ୍ରପଡ଼ାରେ ଅମାନତ ହରାଉଥିବା ବିଜେପି ଏଥର କେନ୍ଦ୍ରାପଡାରେ କିପରି ପ୍ରଦର୍ଶନ କରିବ ?

୧୯୯୯ରେ ଏଠାରୁ ଜିତିଥିଲେ ବିଜେଡି ପ୍ରାର୍ଥୀ ପ୍ରଭାତ କୁମାର ସାମନ୍ତରାୟ। ୨୦୦୪ରେ ଅର୍ଚ୍ଚନା ନାୟକ। ସେ ସମୟରେ ବିଜୁ ଲିଗାସିରୁ ଅଲଗା ହୋଇ କଂଗ୍ରେସ ଟିକଟରେ ନିର୍ବାଚନ ଲଢୁଥିବା ଶ୍ରୀକାନ୍ତ ଜେନାଙ୍କୁ ହରାଇଥିଲେ ଅର୍ଚ୍ଚନା ନାୟକ। ୨୦୦୯ ଓ ୨୦୧୦ରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଜିତିଥିଲେ ବୈଜୟନ୍ତ। ବର୍ତ୍ତମାନ ବୈଜୟନ୍ତ ବିଜେପି ପ୍ରାର୍ଥୀ। ବିଜେଡି କହୁଛି, ବିଶ୍ୱାସଘାତ କରିଛନ୍ତି ବୈଜୟନ୍ତ। ପ୍ରଶ୍ନ ଉଠୁଛି, ବିଜୁ ଲିଗାସିରୁ ଅଲଗା ହୋଇଥିବା ପ୍ରାର୍ଥୀଙ୍କୁ କିପରି ଭାବେ ଗ୍ରହଣ କରୁଛନ୍ତି କେନ୍ଦ୍ରାପଡ଼ାବାସୀ। ୨୦୦୪ରେ ବିଜୁ ଲିଗାସୀରୁ ଅଲାଗା ହୋଇଥିବା ଶ୍ରୀକାନ୍ତଙ୍କୁ ହରାଇ ଦେଇଥିଲେ କେନ୍ଦ୍ରାପଡ଼ାବାସୀ। ସେ ସମୟରେ ଅର୍ଚ୍ଚନା ନାୟକଙ୍କୁ ମିଳିଥିଲା ୪ ଲକ୍ଷ ୫୩ ହଜାର ୨୭୬ ଭୋଟ୍‌। ଶ୍ରୀକାନ୍ତ ଜେନାଙ୍କୁ ମିଳିଥିଲା ୩ ଲକ୍ଷ ୬୬ ହଜାର ୪୬୩ ଭୋଟ୍‌। ୨୦୦୯ରେ ବିଜେପି ପ୍ରାର୍ଥୀ କେନ୍ଦ୍ରପଡ଼ାରୁ ପାଇଥିଲେ ୮୦ ହଜାର ୩୯୨ ଭୋଟ୍‌। ୨୦୧୪ରେ ମିଳିଥିଲା ବିଜେପି ପ୍ରାର୍ଥୀଙ୍କୁ ମିଳିଥିଲା ୧ ଲକ୍ଷ ୧୮ ହଜାର ୬୫୩ ଭୋଟ୍‌। ଗତ ଦୁଇଟି ନିର୍ବାଚନରେ ଅମାନତା ହରାଇଥିଲେ ବିଜେପି ପ୍ରାର୍ଥୀ? ଏଥର କଣ ହେବ? ବିଜୁ ଜନତା ଦଳର ପ୍ରାର୍ଥୀ ଅନୁଭବ ମହାନ୍ତି କହୁଛନ୍ତି, କେନ୍ଦ୍ରପଡ଼ାବାସୀ ବିଶ୍ୱସଘାତ କରୁଥିବା ଲୋକଙ୍କୁ କ୍ଷମା କରିବେ ନାହିଁ।

ଚର୍ଚ୍ଚା ହେଉଛି ଯଦି ବିଜେପି କଂଗ୍ରେସ ଭୋଟ୍‌ ବ୍ୟାଙ୍କକୁ ଭାଗଭାଗ କରିପାରିଲେ, ନିଜ ଭୋଟ ସେୟାର ବଢାଇ ପାରିବ। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ପାଇଥିଲେ ୩ ଲକ୍ଷ ୯୦ ହଜାର ୭୨୩ ଭୋଟ୍‌। ଏଥର ମଧ୍ୟ ସେ ପ୍ରାର୍ଥୀ ହୋଇଛନ୍ତି। ସେପେଟେ ବିଧାନସଭା ୱାରୀ ଦେଖିଲେ, କଂଗ୍ରେସର ଦୁଇ ବିଧାୟକ ଆଳିରୁ ଦେବେନ୍ଦ୍ର ଶର୍ମା ଓ ରାଜନଗରରୁ ଅଂଶୁମାନ ମହାନ୍ତି ପ୍ରାର୍ଥୀ ଅଛନ୍ତି। ଏଭଳି ସ୍ଥିତିରେ ବିଜେପି କିପରି କଂଗ୍ରେସର ଭୋଟକୁ ଭାଗ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି।

କେନ୍ଦ୍ରପଡ଼ା କ୍ଷେତ୍ରରେ ବିଜେଡି ଅଧିକ ମଜଭୁତ ଜଣାପଡୁଛି। ମହାକାଳପଡ଼ାରୁ ବିଜେଡି ପ୍ରାର୍ଥୀ ଅଛନ୍ତି ଅତନୁ ସବ୍ୟସାଚୀ ନାୟକ। ଆଳିରେ ପ୍ରତାପ ଦେବଙ୍କ ସହ କଂଗ୍ରେସର ଦେବେନ୍ଦ୍ର ଶର୍ମା, କେନ୍ଦ୍ରାପଡ଼ାରେ ବିଜେଡିର ଶଶିଭୂଷଣ ବେହେରାଙ୍କ ସହ କଂଗ୍ରେସର ଗଣେଶ୍ୱର ବେହେରା, ରାଜନଗରରେ ବିଜେଡିର ଧ୍ରୁବ ସାହୁଙ୍କ ସହ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କ ମଧ୍ୟରେ ମୁକାବିଲା ହେଉଛି। ଏଠାରେ ବିଜେପି ନିଜ ସ୍ଥିତି ଜାହିର କରିବାକୁ ସଂଘର୍ଷ କରୁଛି। ମାହାଙ୍ଗାରୁ ପ୍ରାର୍ଥୀ ଅଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ଚର୍ଚ୍ଚା ହେଉଛି ତାଙ୍କ ସ୍ଥିତି ସୁଦୃଢ଼ ଅଛି। ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ,ବିଜେପି ପାଇଁ ଅଡୁଆ ହୋଇଛି। ଅନୁମାନ କରାଯାଉଛି, ସିମ୍ପାଥି ଭୋଟ୍‌ ବିଜେଡି ଆଡେ ଯିବ । ସାଲେପୁରରେ ବିଜେଡିର ପ୍ରଶାନ୍ତ ବେହେରା-ବିଜେପିର ପ୍ରକାଶ ବେହାରଙ୍କ ମଧ୍ୟରେ ମୁକାବିଲା ହେଉଥିଲେ ମଧ୍ୟ ଦି ପାଦ ଆଗରେ ଅଛନ୍ତି ପ୍ରଶାନ୍ତ। ମୋଟମୋଟି ଭାବେ ଏ କ୍ଷେତ୍ରରେ ବିଜେଡିର ଦବଦବା ଦେଖିବାକୁ ମିଳିଥିବା ବେଳେ ଅଧିକାଂଶ ସ୍ଥାନରେ ବିଜେପିଠାରୁ କଂଗ୍ରେସ ଅଧିକ ମଜଭୁତ ଜଣା ପଡୁଛି। ଏଭଳି ସ୍ଥିତିରେ ଏଠାରେ ମୋଦିର ମ୍ୟାଜିକ ବିଜେପି ପାଇଁ କେତେ କାମ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି।

KNews Bureau

Share
Published by
KNews Bureau

Recent Posts

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

5 hours ago

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

8 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

8 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

9 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

9 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

10 hours ago