୨୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ୍, ଜାଣନ୍ତୁ ଆପଣଙ୍କ ଅଂଚଳରୁ ଲଢିବ କିଏ ?

ଭୁବନେଶ୍ବର : ଆଉ ୨୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ । ତେଲକୋଇ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ମୋହନ ହେମ୍ବ୍ରମ । ପାଟନାରୁ ଗୋପେଶ୍ୱର ନାଏକ, ଯଶୀପୁରରୁ ମହେନ୍ଦ୍ର ନାଏକ, ଉଦଳାରୁ ବେଣୁଧର ମହାପାତ୍ର, ବାରିପଦାରୁ ଦଶରଥ ସିଂହଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ଭୋଗରାଇରୁ ସତ୍ୟଶିବ ଦାସ, ବସ୍ତାରୁ ବିଜନ ନାୟକ, ରେମୁଣାରୁ ପ୍ରତାପ ସେଠୀ, ବାସୁଦେବପୁରରୁ ଅଶୋକ କୁମାର ଦାସ ଓ ଧାମନଗରରୁ ପ୍ରାର୍ଥୀ ହୋଇଛନ୍ତି ବିଦ୍ୟାଧର ଜେନା। ବିଂଝାରପୁରରୁ ମନୋରଞ୍ଜନ ଦାସ, ବରିରୁ ଉମେଶ ଜେନା, ସୁକିନ୍ଦାରୁ ଶରତ ରାଉତ, ପରଜଙ୍ଗରୁ ଯଶସ୍ୱିନୀ ରାଉତ, ନିଆଳିରୁ ପ୍ରାର୍ଥୀ ହୋଇଛନ୍ତି ମମତା ଭୋଇ। ମାହାଙ୍ଗା ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ଦେବେନ୍ଦ୍ର କୁମାର ସାହୁ। ପାଟକୁରାରୁ ଜୟନ୍ତ ମହାନ୍ତି, ତିର୍ତ୍ତୋଲରୁ ବିଭୁ ପ୍ରସାଦ ତରାଇ, ପୁରୀରୁ ଅରୋପ୍ରସାଦ ମିଶ୍ର ଓ ନୟାଗଡ଼ ଆସନ ପାଇଁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ମନୋଜ କୁମାର ସାହୁ।

ଅନ୍ୟପଟେ କଂଗ୍ରେସ ଆଉ ୭ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । କେନ୍ଦୁଝର ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଫକୀର ମୋହନ ନାୟକ । ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକ, ଭଦ୍ରକ ପାଇଁ ମଧୁମିତା ସେଠୀ, ଢେଙ୍କାନାଳ ପାଇଁ କେ. ପି. ସିଂଦେଓଙ୍କୁ ଟିକେଟ୍‌ ମିଳିଛି । ସେହିପରି କେନ୍ଦ୍ରାପଡ଼ା ପାଇଁ ଧରଣୀଧର ନାୟକ, ଜଗତସିଂହପୁର ଲୋକସଭା ପାଇଁ ପ୍ରତିମା ମଲ୍ଲିକ ଓ ପୁରୀ ପାଇଁ ସତ୍ୟପ୍ରକାଶ ନାୟକଙ୍କୁ ଟିକେଟ୍‌ ମିଳିଛି ।

Leave A Reply

Your email address will not be published.