୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କରିଛି ନିର୍ବାଚନୀ ଇସ୍ତାହାରପତ୍ର

ନୂଆଦିଲ୍ଲୀ(କେନ୍ୟୁଜ୍) : କଂଗ୍ରେସ ଖୋଲିଲା ପ୍ରତିଶୃତି ପେଡ଼ି । ୨୦୧୯ ନିର୍ବାଚନ ପାଇଁ ଦଳ ଘୋଷଣା କରିଛି ନିର୍ବାଚନୀ ଇସ୍ତାହାରପତ୍ର । କଂଗ୍ରେସ ସରକାରକୁ ଆସିଲେ, ୨୦ ପ୍ରତିଶତ ଗରିବଙ୍କ ପାଇଁ ଜନ ଆଓ୍ଵାଜ ଯୋଜନା ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଏହି ଯୋଜନା ଆଧାରରେ ଗରିବ ଲୋକଙ୍କୁ ପ୍ରତି ମାସ ୬ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରତି ବର୍ଷ ୨୦ ପ୍ରତିଶତ ଲୋକଙ୍କୁ ଖାତାକୁ ୭୨ ହଜାର ଟଙ୍କା ଯିବ । ୨୦୨୦ ସୁଦ୍ଧା ୨୨ ଲକ୍ଷ ସରକାରୀ ନିଯୁକ୍ତି ପ୍ରଦାନ କରାଯିବ । ୧୦ ଲକ୍ଷ ଲୋକଙ୍କୁ ଗ୍ରାମ ପଞ୍ଚାୟତରେ ଚାକିରି ଦିଆଯିବ । ମନରେଗାରେ ୧୦୦ ଦିନ ବଦଳରେ ୧୫୦ ଦିନ କରିବାକୁ ଘୋଷଣା କରାଯାଇଛି । କୃଷକଙ୍କ ପାଇଁ ଅଲଗା ବଜେଟ୍‌ କରିବାକୁ ଘୋଷଣା କରିଛନ୍ତି ରାହୁଲ ଗାନ୍ଧି । କୃଷକ ଋଣ ପରିଶୋଧ ନକରିବା ଅପରାଧ ବୋଲି ଗଣାଯିବ ନାହିଁ । ଜିଡିପିର ୬ ପ୍ରତିଶତ ଶିକ୍ଷା ପାଇଁ ଖର୍ଚ୍ଚ ହେବ । ୟୁନିଭରସିଟି, ଆଇଆଇଟି, ଆଇଆଇଏମ୍‌ ସମେତ ବଡ଼ ଶିକ୍ଷାନୁଷ୍ଠାନ ଗରିବଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.