ନେତାଙ୍କ ମୁହଁରେ ତୁଣ୍ଡି ଲଗାଇଲେ ନିର୍ବାଚନ କମିଶନ୍‌, ଅନ୍ୟମାନଙ୍କ ଲାଗି ଚେତାବନୀ

ଚଳିତ ସାଧାରଣ ନିର୍ବାଚନରେ ପରିବେଶ ଏଭଳି ହୋଇଛି ଯେ ନେତାଙ୍କ ମୁହଁରେ ଆଉ ବାଡ଼ବତା ରହୁ ନାହିଁ । ଯିଏ ଯାହା ପାରିଲା କହୁଛି । ତା ସହିତ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବାକୁ ବି ପଛାଉ ନାହାନ୍ତି । ଆଇନ୍‌ କାନୁନ କଥା ତ ଛାଡ଼ି ଦିଅନ୍ତୁ, ଏମିତିକି ନିର୍ବାଚନ ଆଚରଣବିଧିକୁ ବି ଖାତିର କରୁ ନାହାନ୍ତି । ଏକ ସମୟରେ ଲାଗୁଥିଲା ଯେମିତି ନିର୍ବାଚନ କମିଶନ୍‌ ବି ବିବଶ ହୋଇପଡ଼ିଛନ୍ତି ଏଭଳି ନେତାଙ୍କ ଆଗରେ ।
ତେବେ ଶେଷରେ ଏହା ଉପରେ ରୋକ୍‌ ଲଗାଇଛନ୍ତି ନିର୍ବାଚନ କମିଶନ୍‌ । ସର୍ବୋଚ୍ଚ ନ୍ୟାୟାଳୟ ଯେତେବେଳେ ପ୍ରଶ୍ନ ଉଠାଇଲେ ଯେ ଉତ୍ତେଜନାମୂଳକ ଭାଷଣ ଦେଉଥିବା ନେତାଙ୍କ ବିରୋଧ କି କାର୍ଯ୍ୟାନୁଷ୍ଠାନ ନେଇଛ ? ତା ପରେ ଦେଖିବାକୁ ମିଳିଲା ନିର୍ବାଚନ କମିଶନ୍‌ଙ୍କ ପଦକ୍ଷେପ । ଗତକାଲି ବଡ଼ ବଡ଼ ନେତାଙ୍କ ମୁହଁରେ ତୁଣ୍ଡି ବାନ୍ଧିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ, ବିଏସ୍‌ପି ମୁଖିଆ ମାୟାବତୀଙ୍କୁ ନିର୍ବାଚନ ପ୍ରଚାରରୁ ବାଦ୍‌ ଦେଇଛନ୍ତି । ସେହିପରି ସବୁଠାରୁ ଅଭଦ୍ର ନେତା ଭାବେ ନିଜକୁ ପ୍ରମାଣିତ କରିଥିବା ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ଙ୍କ ଉପରେ ମଧ୍ୟ କଟକଣା ଜାରି ହୋଇଛି । ଯିଏ କି ଶାଳୀନତାର ସବୁ ସୀମା ଲଙ୍ଘନ କରି ଯାଇଛନ୍ତି । ନିଜ ମହିଳା ପ୍ରତିଦ୍ୱନ୍ଦ୍ୱୀ ଜୟାପ୍ରଦାଙ୍କ ପ୍ରତି ଅତି ଅରୁଚିକର ମନ୍ତବ୍ୟ ଦେଇଥିଲେ । ୨୦୧୪ ନିର୍ବାଚନରେ ମଧ୍ୟ ତାଙ୍କ ଉପରେ ଏଭଳି ଭାବେ କଟକଣା ଜାରି କରାଯାଇଥିଲା । ଆଜମ୍‌ ଖାନ୍‌ ଓ ଅମିତ ଶାହା ନିର୍ବାଚନ କମିଶନ୍‌ଙ୍କ ଦ୍ୱାରା ସାମୟିକ ଭାବେ କଟକଣାର ଶିକାର ହୋଇଥିଲେ କେବଳ ତାଙ୍କ ଉତ୍ତେଜକ ଭାଷଣ ଯୋଗୁଁ ।
ତେଣୁ ଦେଶର ନ୍ୟାୟ ବ୍ୟବସ୍ଥା ଯେ କେବଳ ଅନ୍ଧା କାନୁନ ନୁହେଁ ଓ ଏସବୁ ଉପରେ ନଜର ରଖିଛି ସେକଥା ପ୍ରମାଣିତ ହୋଇଯାଇଛି । ଅନ୍ତତଃ ଏହି ବଡ଼ ବଡ଼ ନେତାଙ୍କ ଉପରେ କଟକଣା ପରେ ଅନ୍ୟମାନେ ସଚେତନ ହେବେ ଓ ବ୍ୟକ୍ତିଗତ ସ୍ତରକୁ ଯାଇ ସମାଲୋଚନା କରୁଥିବା କିମ୍ବା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ପ୍ରାର୍ଥୀ ଓ ନେତାମାନେ ସଚେତନ ଓ ସତର୍କ ହେବେ ମୁହଁ ଖୋଲିବା ପୂର୍ବରୁ ।

KNews Bureau

Share
Published by
KNews Bureau
Tags: EC ACTED

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago