ମହଙ୍ଗା ପଡିଲା ବିବାଦୀୟ ମନ୍ତବ୍ୟ, ଆଜମ୍ ଖାନ୍ ୩ ଦିନ ଏବଂ ମେନକା ଗାନ୍ଧୀ ୨ ଦିନ ଯାଏଁ କରି ପାରିବେନି ନିର୍ବାଚନ ପ୍ରଚାର

ଆଜମ୍ ଖାନ୍ ଏବଂ ମେନକା ଗାନ୍ଧୀଙ୍କୁ ଝଟକା । ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ନିର୍ବାଚନ କମିସନଙ୍କ କଠୋର ପଦକ୍ଷେପ । ଆଜମ୍ ଖାନ୍ ୩ ଦିନ ଏବଂ ମେନକା ଗାନ୍ଧୀ ୨ ଦିନ ଯାଏଁ କରିପାରିବେନି କୌଣସି ପ୍ରକାର ନିର୍ବାଚନ ରାଲି, ଶୋଭାଯାତ୍ରା । ଏହି ନିର୍ଦ୍ଦେଶ ୧୬ ତାରିଖ ସକାଳ ୬ଟାରୁ ଲାଗୁ ହେବ।

ଅନ୍ଯପଟେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ପ୍ରଚାର ଉପରେ ମଧ୍ୟ ରୋକ ଲଗାଇଛନ୍ତି ନିର୍ବାଚନ କମିସନ। ଆଦିତ୍ୟନାଥ ୭୨ ଘଣ୍ଟା ବା ୩ଦିନ ଓ ମାୟାବତୀ ୪୮ଘଣ୍ଟା କୌଣସି ପ୍ରକାର ନିର୍ବାଚନ ରାଲି, ଶୋଭାଯାତ୍ରାରେ ଭାଗ ନେଇ ପାରିବେ ନାହିଁ । ଏମାନଙ୍କ ସୋସିଆଲ ମିଡିଆର ବ୍ୟବହାର ଉପରେ ମଧ୍ୟ କଟକଣା ଲଗା ଯାଇଛି।

ଏହି ସମୟ ମଧ୍ୟରେ ସେମାନେ କୌଣସି ସାକ୍ଷାତକାର ଦେଇ ପାରିବେ ନାହିଁ। ଉତ୍ତର ପ୍ରଦେଶର ଦେଓବନ୍ଦ ଠାରେ ନିର୍ବାଚନ ସଭାରେ ବିଏସପି ସୁପ୍ରିମୋ ମୁସଲିମ ସଂପ୍ରଦାୟଙ୍କୁ ଭୋଟ ଭିକ୍ଷା କରିବା ସହ ସେମାନଙ୍କ ଭୋଟ ଭାଗ ଭାଗ ନକରିବାକୁ ଅନୁରୋଧ କରିଥିଲେ। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ବିରୋଧୀଙ୍କୁ ଅଲ୍ଲୀ ପସନ୍ଦ ହେଲେ ଆମ ପାଖରେ ବଜରଙ୍ଗବାଲି ଅଛନ୍ତି। ଏହାକୁ ନେଇ ବିବାଦ ଉପୁଜିବା ପରେ ନିର୍ବାଚନ କମିସନ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

KNews Bureau

Share
Published by
KNews Bureau

Recent Posts

ଗୋଟିଏ ମିନିଟରେ ହେବ ସ୍ମାର୍ଟଫୋନ ଚାର୍ଜ, ଆସିଲା ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି

ସ୍ମାର୍ଟଫୋନ୍ ଓ ଇଲେକ୍ଟ୍ରିକ୍‌ ଗାଡ଼ି ର ଆବଶ୍ୟକତା ଆମ ଜୀବନରେ ବଢ଼ିବାରେ ଲାଗିଛି । ଏହି ସ୍ମାର୍ଟଫୋନ ଓ ଇଲେକ୍ଟ୍ରିକ୍‌…

16 mins ago

ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ; ୧୦ ଜଣଙ୍କ ମୃତ୍ୟୁ, ୬ ନିଖୋଜ

ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବର୍ଷା । ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି ।…

50 mins ago

ଓଜେଇ ୨୦୨୪ର ଫଳାଫଳ ପ୍ରକାଶ, ୨୩ ଟି ବିଭାଗରେ ୨୩ ଜଣ ଟପ୍ପର

 ଭୁବନେଶ୍ୱର : ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା -ଓଜେଇ ୨୦୨୪ର ଫଳାଫଳ ପ୍ରକାଶ । ଚଳିତ ବର୍ଷ ମେ'ରେ ହୋଇଥିଲା…

57 mins ago

ୟୁପି : ଜଣେ ଭିନ୍ନକ୍ଷମ ଶିଶୁକୁ ମାରିବା ଇନ୍ସପେକ୍ଟରଙ୍କ ପାଇଁ ପଡିଲା ମହଙ୍ଗା, ଭାଇରାଲ ହେଉଛି ଭିଡିଓ

ୟୁପିର ବିଜନୋରରେ ପିଲାଙ୍କୁ ପିଟିଥିବା ଇନ୍ସପେକ୍ଟରଙ୍କ ପାଇଁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ…

1 hour ago

ରୋଜଗାର କରିବା ବୟସରେ ଦାଉ ସାଜୁଛି ରୋଗ, ପରିବାର ଚଳିବ କେମିତି ?

ନୟାଗଡ଼: ଜୀବନରେ ଦୁଃଖ ଆଉ ସୁଖ ଏ ତ ଲାଗି ରହିଛି । ହେଲେ ଏହି ଦୁଃଖ ବେଳେ ବେଳେ…

1 hour ago

ଏସି ଥଣ୍ଡାରେ ଚୋରି କରିବାକୁ ଭୁଲି ଶୋଇପଡିଲା ଚୋର, ସକାଳୁ ଉଠିଲା ବେଳକୁ ସାମ୍ନାରେ ପୋଲିସ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ଚୋରି କରିବାକୁ ଆସିଥିବା ଚୋର ରୁମରେ ଏସି ଥଣ୍ଡା…

1 hour ago