ସାରା ରାଜ୍ୟରେ କ୍ୟାମ୍ପେନ୍ ଫିଭର୍, ଆଳିରେ ଅନୁଭବ ଓ ପ୍ରତାପଙ୍କ ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର (କେନ୍ୟୁଜ୍) : ଚାଲିଛି ଜୋରଦାର ପ୍ରଚାର। ସଭା, ଶୋଭାଯାତ୍ରା, ରୋଡ ସୋରେ କମ୍ପୁଛି ଚାରିଆଡ଼ । ଭୋଟରଙ୍କ ସମର୍ଥନ ହାସଲ ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଭୋଟରଙ୍କ ମନ ଜିଣିବାକୁ ଚାଲଛି ହାଇଭୋଲଟେଜ ପ୍ରଚାର। ସେପଟେ ଚତୁର୍ଥ ପର‌୍ୟ୍ୟାୟ ନାମାଙ୍କନ ପ୍ରକ୍ରିୟା ଜରି ରହିଛି । ନିଜର ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

୩ଟି ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିବା ପରେ ଏବେ ପ୍ରଚାରରେ କମ୍ପୁଛି ରାସ୍ତାଘାଟ, ଗଳିକନ୍ଦି । ଖରା ବଢିବା ସାଙ୍ଗକୁ ବଢୁଛି ପ୍ରଚାର ଉଷ୍ଣତା। ସଭା, ଶୋଭାଯାତ୍ରା ସହ ଘରକୁ ଘର ବୁଲି ଭୋଟରଙ୍କ ସମର୍ଥନ ଜୁଟାଇବାକୁ ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ । କେନ୍ଦ୍ରାପଡ଼ାରେ ଚାଲିଛି ହାଇଭୋଲଟେଜ ପ୍ରଚାର। ରାଲି ଓ ରୋଡ ସୋରେ ବିଜେଡିର ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ ଆଳି ବିଧାନସଭା ପ୍ରାର୍ଥୀ ପ୍ରତାପ ଦେବ ଭୋଟ୍ ମାଗିଛନ୍ତି। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଆସିକା ଲୋକସଭା ଆସନ ବିଜେଡି ପ୍ରାର୍ଥୀ ମଞ୍ଜୁଳା ବିଷୋୟୀ ଭିନ୍ନ ଢଙ୍ଗରେ ଚଲାଇଛନ୍ତି କ୍ୟାମ୍ପେନ । ଘରେ ଘରେ ପହଞ୍ଚି ଢଗଢମାଳି କହିବା ସାଙ୍ଗକୁ ନିଜେ ଗୀତ ଗାଇ ଭୋଟରଙ୍କୁ ମନାଉଛନ୍ତି।

ବ୍ରହ୍ମପୁରରେ ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଓ ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଜୋରଦାର ଚଳାଇଛନ୍ତି ପ୍ରଚାର । ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇ ଭୋଟ ମାଗୁଛନ୍ତି । ସେହିପରି ବ୍ରଜରାଜନଗରରେ ଗାଁ, ଗାଁ, ସାହି ସାହି ବୁଲି ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି। ସେପଟେ ମାଲକାନଗିରିରେ ଦଳୀୟ ପ୍ରାର୍ଥୀ ଓ ସମର୍ଥକଙ୍କ ସହ ପ୍ରଚାର ଚଳାଇଛନ୍ତି ନବରଙ୍ଗପୁର ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝି।

ସାରା ରାଜ୍ୟରେ କ୍ୟାମ୍ପେନ ଜୋରସୋର ଚାଲିଥିବା ବେଳେ ୪ର୍ଥ ପର‌୍ୟ୍ୟାୟ ପାଇଁ ଜାରି ରହିଛି ନାମାଙ୍କନ ପ୍ରକ୍ରିୟା। ଜଗତସିଂହପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ଧାମନଗର ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡିର ରାଜେନ୍ଦ୍ର ଦାସ । ବିଶାଳ ଶୋଭାଯାତ୍ରାରେ ଦଳୀୟ ସମର୍ଥକଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବରି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସ ଓ ଯାଜପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ମାନସ ଜେନା ମଧ୍ୟ ଭରିଛନ୍ତି ନାମାଙ୍କନ ପତ୍ର। କିଏ ଜିଣିବ ଭୋଟରଙ୍କ ମନ ତାକୁ ନେଇ ବିଭିନ୍ନ ଦଳ ମଧ୍ୟରେ ପ୍ରତିଯୋଗିତା। ନିଜ ନିଜର ଗଡ଼ରେ ଦବ୍ଦବା ଦେଖାଇ ଗାଦି ହାତେଇବାକୁ ପ୍ରାର୍ଥୀ ଚଳାଇଛନ୍ତି ଜୋରଦାର କ୍ୟାମ୍ପେନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.