ନବୀନଙ୍କ ଜୋରଦାର କ୍ୟାମ୍ପେନ, ବରଗଡ଼ରେ ଚାଷୀ ପ୍ରସଙ୍ଗରେ କେନ୍ଦ୍ରକୁ କଲେ ଟାର୍ଗେଟ

ଭୁବନେଶ୍ବର : ବରଗଡ଼ ଓ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ନବୀନଙ୍କ ମାରାଥନ କ୍ୟାମ୍ପେନ । ଅତାବିରା ଓ ପଦ୍ମପୁରରେ ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡି ସୁପ୍ରିମୋ । ଅତାବିରା ନିର୍ବାଚନ ମଣ୍ଡଳୀର ଭେଡେନ ବ୍ଲକ ବାନିପାଲିରେ ଜନସଭାକୁ ସମ୍ବୋଧନ କରିଥିଲେ । ପଦ୍ମପୁର ବୋଡ଼ାସମ୍ବର ହାଇସ୍କୁଲ ପଡ଼ିଆରେ ସାଧାରଣ ସଭାରେ ଯୋଗଦେଇଥିଲେ । ପୁଣି କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । ଚାଷୀ ପ୍ରସଙ୍ଗ ଉଠାଇ କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । କିନ୍ତୁ ସେ ଥିବା ଯାଏ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି । ଧାନର ଏମଏସପି ୨ ଗୁଣା ପାଇଁ ବିଜେପି କହିଥିଲା, କିନ୍ତୁ ଦେଲେନି । ୨ ବର୍ଷ ବିତିଗଲା, ଚାଷୀଙ୍କ ପାଇଁ ଦିଲ୍ଲୀ ଦରବାର ଦୁଇ ମିନିଟ ସମୟ ଦେଇପାରିଲା ନାହିଁ । ଦୁଇ ଜଣ ଓଡ଼ିଆ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି, କେହି ମୁହଁ ଫିଟାଇଲେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେପି ବିଧାୟକ ଦଳ ନେତା କେଭି ସିଂଦେଓ ଗଡ଼ରେ ବିଶାଳ ରୋଡ ସୋ କରିଛନ୍ତି ନବୀନ । ବଲାଙ୍ଗିର ବେଲପଡ଼ାରୁ ସେ ରୋଡ ସୋରେ ବାହାରିଥିଲେ । କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ଟିଟିଲାଗଡ଼, ବେଲଗାଁ, ସଇଁତଳା, ଲୋଇସିଂହା ଦେଇ ସାଲେଭଟା ଯାଏ ରୋଡ ଶୋରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ନବୀନଙ୍କ ଗସ୍ତକୁ ନେଇ ପଶ୍ଚିମ ଓଡ଼ିଶାର ବିଜେଡି ନେତା ଓ କର୍ମୀ ଏବେ ବେଶ ଉତ୍ସାହିତ । ଏଥର ପାଟଣାଗଡ଼ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ । ବଲାଙ୍ଗୀର ଲୋକସଭା ଆସନରେ ବିଜେଡିରୁ କଳିକେଶ ସିଂହଦେଓ ଲଢୁଥିବା ବେଳେ ସେ ମଧ୍ୟ ରୋଡ ଶୋ ସାଙ୍ଗକୁ ଜୋରଦାର ପ୍ରଚାର ଚଳାଇଛନ୍ତି । ତାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସଙ୍ଗୀତ ସିଂହଦେଓ । କଂଗ୍ରେସ ଟିକେଟରେ ଲୋକସଭା ଆସନରେ ଲଢୁଛନ୍ତି ସମରେନ୍ଦ୍ର ମିଶ୍ର ।

ଏଥର ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସାଙ୍ଗକୁ ବିଜେପୁର ବିଧାନସଭା ଆସନରୁ ଲଢୁଛନ୍ତି । ଆସନ୍ତାକାଲି ବିଜେପୁର, ଗାଇସିଲଟରେ ନିର୍ବାଚନ ସଭାରେ ସେ ଉଦବୋଧନ ଦେଇ ଭୋଟ ଭିକ୍ଷା କରିବେ । ସେହିପରି ରାଉରକେଲାରେ ନବୀନ ରୋଡ ସୋ କରିବାର କାର‌୍ୟ୍ୟକ୍ରମ ରହିଛି ।

KNews Bureau

Share
Published by
KNews Bureau

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

6 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

8 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

11 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

17 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

32 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago