ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ହାଇଭୋଲଟେଜ୍ ପ୍ରଚାର, ସଭା ଓ ରୋଡ ସୋ ମାଧ୍ୟମରେ ଭୋଟ ମାଗୁଛନ୍ତି ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକ

ଦେଶର ୨୦ଟି ରାଜ୍ୟର ୯୧ଟି ଆସନ ଲାଗି କାଲି ପ୍ରଥମ ପର‌୍ୟ୍ୟାୟ ଭୋଟିଂ। ସେଥିରେ ଅନେକ ହାଇପ୍ରୋଫାଇଲ ନିର୍ବାଚନୀ କ୍ଷେତ୍ର ରହିଛି। ଯେଉଁଠି ହେଭିୱେଟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତୁ କିଛି ହେଭିୱେଟଙ୍କ ଆସନ ଉପରେ ନଜର ପକାଇବା।
ପ୍ରଥମ ପର‌୍ୟ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍ ନେତା ଅଛନ୍ତି। ସେଥିରୁ ଜଣେ ନୀତିନ ଗଡ଼କରି। ମହାରାଷ୍ଟ୍ରର ନାଗପୁର ଆସନରେ ପୁଣି ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ତାଙ୍କ ବିପକ୍ଷରେ ଅଛନ୍ତି କଂଗ୍ରେସର ନାନା ପାଟୋଲେ। ୨୦୧୪ ନିର୍ବାଚନରେ ନୀତିନ ଗଡ଼କରୀ ୨ ଲକ୍ଷ ୮୪ ହଜାର ଭୋଟ ବ୍ୟବଧାନରେ ଜିଥିଲେ।

ଉତ୍ତରପ୍ରଦେଶର ୮ଟି ଲୋକସଭା ପାଇଁ ହେବ ଭୋଟିଂ। ମୁଜାଫରନଗରରୁ ପ୍ରାର୍ଥୀ ଅଛନ୍ତି ଆରଏଲ୍ଡି ମୁଖ୍ୟ ଅଜିତ ସିଂହ। ଏଠାରୁ ବିଜେପି ପ୍ରାର୍ଥୀ ଅଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଂଜୀବ ବାଲ୍ୟାନ୍। ୨୦୧୪ରେ ବାଲ୍ୟାନ୍ ୪ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ଏଠାରେ ଏସ୍ପି-ବିଏସ୍ପି-ଆରଏଲ୍ଡି ମେଣ୍ଟ ହୋଇଛି। ବାଗ୍ପଥରେ ପ୍ରାର୍ଥୀ ଅଛନ୍ତି ବିଜେପିର ସତ୍ୟପାଲ ସିଂହ। କେନ୍ଦ୍ରମନ୍ତ୍ରୀ ଥିବା ସତ୍ୟପାଲଙ୍କର ଅଜିତ ସିଂହଙ୍କ ପୁଅ ଜୟନ୍ତ ଚୌଧୁରୀଙ୍କ ମୁକାବିଲା ହେବ। ଗୌତମବୁଦ୍ଧ ନଗରରୁ ପ୍ରାର୍ଥୀ ଅଛନ୍ତି ସଂସ୍କୃତି ଓ ପର‌୍ୟ୍ୟଟନମନ୍ତ୍ରୀ ମହେଶ ଶର୍ମା। ୨୦୧୪ରେ ସେ ପ୍ରାୟ ୨ ଲକ୍ଷ ୪୫ ଭୋଟରେ ବିଜୟୀ ହୋଇଥିଲେ। ଏଥର ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ଅରବିନ୍ଦ କୁମାର ସିଂହ। ଗାଜିଆବାଦରୁ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି କେ ସିଂହ। ୨୦୧୪ରେ ଏଠାରୁ ସେ ୫ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ। ସେତେବେଳେ ସେ କଂଗ୍ରେସର ରାଜ ବବ୍ଦରଙ୍କୁ ହରାଇଥିଲେ।

ବର୍ତ୍ତମାନ ଭି କେ ସିଂହଙ୍କ ବିପକ୍ଷରେ ଅଛନ୍ତି କଂଗ୍ରେସର ଡଲି ଶର୍ମା ଓ ଏସ୍ପିର ସୁରେଶ ବଂଶଲ। ସେହିପରି ଉତ୍ତରାଖଣ୍ଡର ନୈନିତାଲ ଉଧାମସିଂହ ନଗରରୁ ପ୍ରାର୍ଥୀ ଅଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱାତ। କଂଗ୍ରେସ ପ୍ରାର୍ଥୀଙ୍କ ବିପକ୍ଷରେ ଅଛନ୍ତି ବିଜେପିର ଅଜୟ ଭଟ୍ଟ।

ଅରୁଣାଚଳ ୱେଷ୍ଟରୁ ପ୍ରାର୍ଥୀ ଅଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବାମ ତୁକି। ମେଘାଳୟର ତୁରା ଆସନରେ ପ୍ରାର୍ଥୀ ହୋଇଛନ୍ତି ନ୍ୟାସଲନ ପିପୁଲ୍ସ ପାର୍ଟିର ଆଗାଥା ସାଙ୍ଗମା। ପିଏ ସାଙ୍ଗମାଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ କନରଡ ସାଙ୍ଗମାଙ୍କ ଭଉଣୀ ଆଗାଥା ସାଙ୍ଗମା। ଆଗାଥା ପୂର୍ବରୁ ୟୁପିଏ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ବର୍ତ୍ତମାନ ମେଘାଳୟରେ ବିଜେପି-ପିପୁଲ୍ସ ପାର୍ଟିର ମେଣ୍ଟ ରହିଛି। ଏଠାରେ ଆଗାଥାଙ୍କ ବିରୋଧରେ ଅଛନ୍ତି ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା। ଆସାମର କାଳିଆବୋର ଆସନରୁ ପ୍ରାର୍ଥୀ ହୋଇଛନ୍ତି ଆସାମ ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପୁଅ ଗୌରବ ଗୋଗଇ। ତାଙ୍କ ବିରୋଧରେ ଅଛନ୍ତି ଏଜିପି ପ୍ରାର୍ଥୀ ମଣିମାଧବ ମହାନ୍ତ। ଏଠାରେ ବିଜେପି-ଏଜିପି ମେଣ୍ଟ ରହିଛି।

ପ୍ରଥମ ପର‌୍ୟ୍ୟାୟରେ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ ଆସନ, ଅରୁଣାଚଳପ୍ରଦେଶର ୨ଟି, ଆସାମର ୫, ବିହାରର ୪, ଛତିଶଗଡ଼ର ଗୋଟିଏ, ଜାମ୍ମୁ ଓ କାଶ୍ମୀରର ୨ଟି, ମହାରାଷ୍ଟ୍ରର ୭ଟି, ମଣିପୁରର ଗୋଟିଏ, ମେଘାଳୟର ୨ଟି, ମିଜୋରାମର ଗୋଟିଏ, ନାଗାଲଣ୍ଡର ଗୋଟିଏ, ଓଡ଼ିଶାର ୪, ସିକିମର ଗୋଟିଏ, ତେଲେଙ୍ଗାନାର ୧୭, ତ୍ରିପୁରାର ଗୋଟିଏ, ଉତ୍ତରପ୍ରଦେଶର ୮, ଉତ୍ତାରଖଣ୍ଡର ୫, ପଶ୍ଚିମବଙ୍ଗର ୨, ଆଣ୍ଡାମାନ ୧ ଓ ଲାକ୍ଷାଦୀପର ଗୋଟିଏ ଆସନ ପାଇଁ ଭୋଟିଂ ହେବ।

KNews Bureau

Share
Published by
KNews Bureau

Recent Posts

ଜୁନରେ ରେକର୍ଡ ଭାଙ୍ଗିଲା ତାତି, ଆହୁରି ତିନି ଦିନ ହେବ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର (କେନ୍ୟୁଜ): ଆହୁରି ତିନି ଦିନ ତାତି ସହ ଗୁଳୁଗୁଳି । ରାଜ୍ୟରେ ଆହୁରି ୩ ଦିନ ଯାଏଁ ଜାରି…

10 mins ago

ରିମାରିୟୋ ଶେଫର୍ଡଙ୍କ ଘରେ କୁନି ଅତିଥିଙ୍କୁ ସ୍ୱାଗତ, ବାପା ହେବା ଖୁସିରେ ମିସ୍‌ କଲେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ

ଟି ୨୦ ବିଶ୍ୱକପ ୨୦୨୪ର ଗ୍ରୁପ ପର୍ଯ୍ୟାୟରେ ଶେଷ ମ୍ୟାଚ େଓ୍ଵଷ୍ଟଇଣ୍ଡିଜ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ଗ୍ରୁପ…

25 mins ago

ଇଟାଲୀ ନିକଟ ସମୁଦ୍ର ଉପକୂଳରେ ବଡ଼ ଦୁର୍ଘଟଣା, ଦୁଇଟି ବୋଟ୍‌ ବୁଡ଼ି ୧୧ ପ୍ରବାସୀଙ୍କ ମୃତ୍ୟୁ, ୬୦ ନିଖୋଜ

ଇଟାଲୀର ଦକ୍ଷିଣ ସମୁଦ୍ର ଉପକୂଳରେ ଦୁଇଟି ବୋଟ୍‌ ବୁଡ଼ିଯାଇଛି । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ…

29 mins ago

ବଦଳିଛି ନବୀନ ପଟ୍ଟନାୟକଙ୍କ ଆସନ, ହିଞ୍ଜିଳି ବିଧାୟକ ଭାବେ ନେଲେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।  କାମଚଳା ବାଚସ୍ପତି…

40 mins ago

ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶପଥପାଠ କରାଇଲେ କାମଚଳା ବାଚସ୍ପତି

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ…

45 mins ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା: ଝିଅ ମୃତ, ହସ୍ପିଟାଲ ବେଡ଼ରେ ସଂଗ୍ରାମ କରୁଛି ମା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ମା ଝିଅଙ୍କୁ ଆକ୍ରମଣ ଘଟଣା । ଆଖି ବୁଜିଲେ ଝିଅ, ମୃତ୍ୟୁ ସହ…

1 hour ago