ରାଜନୈତିକ ଦଳ ଚାପରେ କାଳିଆ ସହାୟତା, ଇସିଙ୍କୁ ଭେଟି ଅଭିଯୋଗ ଜଣାଇଲା ବିଜେଡି ଟିମ୍‌

ଭୁବନେଶ୍ବର : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଦୌଡ଼ିଲେ। କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଶେଷରେ ବିଜେଡି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଅଭିଯୋଗ କରିଛି । ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଥିଲା ୨୫ ଲକ୍ଷ କାଳିଆ ହିତାଧିକାରୀଙ୍କ ତାଲିକା । ପଞ୍ଚାୟତରେ ତାଲିକା ଝୁଲିଲା । କିନ୍ତୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଟଙ୍କା ଅଟକାଇ ଦେଲେ। ବିଜେଡିର ଅଭିଯୋଗ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜନୈତିକ ଦଳର ଚାପରେ ପଡ଼ି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ବନ୍ଦ କରିଛନ୍ତି । ତୁରନ୍ତ ଏହି ଯୋଜନାକୁ ପୁନର୍ବାର ଚାଲୁ କରିବା ପାଇଁ ଦାବି କରିଛି ବିଜେଡି ଟିମ୍‌ । ପିଏମ୍‌ କିଷାନ ଯୋଜନା ଚାଲୁ ରହିଥିବା ବେଳେ କାଳିଆ ଯୋଜନାକୁ କାହିଁକି ବନ୍ଦ କରାଯାଇଛି ବୋଲି ପ୍ରଶ୍ନ କରିଛି ବିଜେଡି ।

କାଳିଆକୁ ଟଙ୍କା ନିର୍ବାଚନ ଅଧିକାରୀ ଅଟକାଇବାକୁ ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି। ବହୁ ସଂଖ୍ୟାରେ ଚାଷୀ, ନିର୍ବାଚନ ଅଧିକାରୀଙ୍କୁ ଭେଟିବ ଆପତ୍ତି ଜଣାଇଛି। ପକ୍ଷପାତିତା ଅଭିଯାଗ ଆଣିଛନ୍ତି । ନିର୍ବାଚନ ପାଖେଇବା ସହ କାଳିଆ ତାତି ବଢୁଛି। କାଳିଆ ଟଙ୍କା ଅଟକିଯିବା ନେଇ ରାଜନୈତିକ ସହ ଚାଷୀଙ୍କ ପ୍ରତିକ୍ରିୟା ବଢିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.