ଇଭିଏମ୍‌ ମେସିନ୍‌ରେ ଯାନ୍ତ୍ରିକ ତ୍ରୁଟି ପାଇଁ ଅଧଘଣ୍ଟା ଧରି ଅପେକ୍ଷା କରିବା ପରେ ଝିଅ ଶ୍ରୁତି ହାସନଙ୍କ ସହ ଭୋଟ ଦେଲେ କମଲ୍ ହାସନ

ଚେନ୍ନାଇ: ଲୋକପ୍ରିୟ ଅଭିନେତା ତଥା ରାଜନେତା କମଲ ହାସନ୍‌ ନିଜ ଝିଅ ଅଭିନେତ୍ରୀ ଶ୍ରୁତି ହାସନ୍‌ଙ୍କ ସହ ମିଶି ଆଜି ଚେନ୍ନାଇର ଏକ ବୁଥ୍‌କୁ ଭୋଟ ଦେବାକୁ ଆସିଥିଲେ। ଚେନ୍ନାଇର ଅଲ୍‌ ଓ୍ଵାର୍‌ପେଟ୍‌ କର୍ପୋରେସନ୍‌ ସ୍କୁଲରେ ଥିବା ବୁଥ୍‌ ନଂ-୨୭କୁ ସେମାନେ ଆସିଥିଲେ। ଭୋଟ୍ ଗ୍ରହଣ ଆରମ୍ଭ ହେବାର ପ୍ରାୟ ଘଣ୍ଟାକ ଆଗରୁ ସେମାନେ ଅନ୍ୟ ସାଧାରଣ ନାଗରିକମାନଙ୍କ ଭଳି ଲମ୍ବା ଲାଇନ୍‌ରେ ଠିଆ ହୋଇଥିଲେ। ମାତ୍ର ଭୋଟ୍ ଗ୍ରହଣ ଠିକ୍ ସମୟରେ ଆରମ୍ଭ ହୋଇ ନଥିଲା । କାରଣ ଥିଲା ଉକ୍ତ ବୁଥରେ ଥିବା ଇଭିଏମ୍‌ ମେସିନ୍‌ରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିବାରୁ ସେମାନଙ୍କୁ ପାଖାପାଖି ଅଧଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା। ତେବେ କିଛି ସମୟପରେ ଇଭିଏମ୍‌ ମେସିନ୍‌ ଠିକ୍‌ ହେବାପରେ କମଲ ହାସନ୍‌ ଓ ତାଙ୍କ ଝିଅ ଶ୍ରୁତି ହାସନ୍‌ ନିଜର ମତଦାନ କରି ସେଠାରୁ ଫେରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.