କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଲେ ଯେଉଁମାନଙ୍କ ପାଖରେ ଖାଇବାକୁ ନଥାଏ ସେମାନେ ସେନାରେ ଯୋଗ ଦିଅନ୍ତି ! ଜାଣନ୍ତୁ ସତ କଣ ?

କର୍ଣ୍ଣଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାର ସ୍ବାମୀଙ୍କ ଏକ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁମାର ସ୍ବାମୀ କହିଛନ୍ତି ଯେଉଁମାନଙ୍କ ପାଖରେ ଖାଇବାକୁ ନାହିଁ ସେମାନେ ସେନାରେ ଯୋଗ ଦିଅନ୍ତି । କୁମାରସ୍ବାମୀ ଏହାକୁ କନ୍ନଡ ଭାଷାରେ କହୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓଟିକୁ କର୍ଣ୍ଣାଟକ ବିଜେପି ତରଫରୁ ଟ୍ବିଟ କରାଯାଇଥିବା ବେଳେ କୁମାରସ୍ବାମୀ ଏହକୁ ଖଣ୍ଡନ କରିଛନ୍ତି । ଆଉ କହିଛନ୍ତି ମୋତେ ବଦନାମ କରିବା ପାଇଁ ବିଜେପି ଏହି ଭିଡିଓଟିରେ ଅନେକ ଏପଟ ସେପଟ କରି ସୋସିଆଲ ମିଡିଆରେ ଭାଇରାଲ କରିଛି ।
କର୍ଣ୍ଣାଟକ ବିଜେପି ତରଫରୁ ଏହି ଭିଡିଓଟି ସେୟାର କରି ଲେଖିଥିଲା ଯେ କୁମାର ସ୍ବାମୀ ଜାଣିବା ଦରକାର ଯୁବକମାନେ ଦେଶ ପ୍ରେମ ପାଇଁ ସେନାରେ ଭର୍ତ୍ତି ହେଉଛନ୍ତି । କାହିଁକି ଆପଣ ଆପଣଙ୍କ ପୁଅକୁ ସେନାରେ ଭର୍ତ୍ତି କରିବା ପରବର୍ତ୍ତେ ଲେକସଭା ନିର୍ବାଚନରେ ଲଢ଼ାଉଛନ୍ତି । ଯଦି ଆପଣ ଏହା କରିବେ ତେବେ ଜାଣି ପାରିବେ ସୈନିକ ହେବାର ଅର୍ଥ କଣ ।
ଏହି ଟ୍ବିଟର ଜବାବରେ କୁମାରସ୍ବାମୀ ଲେଖିଛନ୍ତି ବିଜେପି ପୁଣି ତାର ପୁରୁଣା ଟ୍ରିକ୍ ଅପଣାଇଛି । ସେମାନେ ମୋତେ ବଦନାମ କରିବା ପାଇଁ ମୋ ଭିଡିଓକୁ ଏଡିଟିଂ କରି ଭୁଲ ଢଙ୍ଗରେ ପରିବେଷଣ କରିଛନ୍ତି । ମୁଁ କହିଥିଲି ‘ଯେଉଁମାନେ ସେନାରେ ଭର୍ତ୍ତି ହେଉଛନ୍ତି ସେମାନ ସମସ୍ତେ ଧନୀ ନୁହନ୍ତି । ପ୍ରଧାନମନ୍ତ୍ରୀ ଯବାନମାନଙ୍କ ଜୀବନ ସହ ଖେଳି ଭୋଟ୍‌ ହାସଲ ନକରନ୍ତୁ’ ।
ସୂଚନା ଅନୁସାରେ କୁମାରସ୍ବାମୀ ବୁଧବାର ଦିନ କର୍ଣ୍ଣାଟକର ଏକ ଜନସଭାକୁ ସମ୍ବୋଧିତ କରିବାକୁ ଯାଇ କହିଥିଲେ ଯେଉଁ ଲୋକ ସୀମାର ସୁରକ୍ଷା କରନ୍ତି ସେମାନେ ଧନୀ ଲେକର ସନ୍ତାନ ନୁହନ୍ତି । ସେମାନ ସେହି ଗରିବ ପରିବାର ସନ୍ତାନ ଅଟନ୍ତି ଯେଉଁ ପରିବାର ଦିନକୁ ଦୁଇଓଳା ଦୁଇମୁଠା ଖାଇବା ଯୋଗାଡ଼ କରିପାରନ୍ତି ନାହିଁ । ଆମର ଏଠି ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ ଯବାନଙ୍କ ବଳିଦାନକୁ ନେଇ ରାଜନୀତି କରନ୍ତି ।

Leave A Reply

Your email address will not be published.