ଓଡ଼ିଶା ଆସି ବରମୁଣ୍ଡା ପଡ଼ିଆରେ କହିଲେ ମାୟାବତୀ, ଜିଏସଟି ଓ ବିମୁଦ୍ରାକରଣ ଯୋଗୁଁ ଦେଶରେ ବେରୋଜଗାରୀ ବଢିଛି

ଭୁବନେଶ୍ୱର : ବରମୁଣ୍ଡା ପଡିଆରେ କଂଗ୍ରେସ ଓ ବିଜେପି ଉପରେ ବର୍ଷିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ । କହିଛନ୍ତି ଜିଏସଟି ଓ ବିମୁଦ୍ରାକରଣ ଯୋଗୁଁ ଦେଶରେ ବେରୋଜଗାରୀ ବଢିଛି । କ୍ଷୁଦ୍ର ବ୍ୟବସାୟୀ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ୫ ବର୍ଷରେ ମୋଦି କିଛି ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ସେହିପରି କଂଗ୍ରେସ ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି ବେହନଜୀ । କଂଗ୍ରେସ ବୋଫର୍ସ ସ୍କାମ ଓ ବିଜେପି ରାଫେଲ ଦୁର୍ନୀତିରେ ସଂପୃକ୍ତ ଥିବା ବିଏସପି ମୁଖ୍ୟ ଅଭିଯୋଗ କରିଛନ୍ତି । ୨୦୧୯ ନିର୍ବଚନରେ ବିଏସପି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମାୟାବତି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.