ଚମ୍ପୁଆରୁ ବିଜେଡି ବିଧାନସଭା ପ୍ରାର୍ଥୀ ହେଲେ ମୀନାକ୍ଷି ମହାନ୍ତ

କେନ୍ଦୁଝର (କେ ନ୍ୟୁଜ୍‌) : ଅନେକ କଳ୍ପନା ଜଳ୍ପନା ପରେ ବିଜୁ ଜନତା ଦଳ ଘୋଷଣା କରିଛି କେନ୍ଦୁଝ ଜିଲ୍ଲା ଚମ୍ପୁଆରୁ ତାର ପ୍ରାର୍ଥୀଙ୍କ ନାମ । ଏଠାରୁ ବିଜେଡି ଟିକେଟ୍‌ରେ ଲଢ଼ିବେ ମୀନାକ୍ଷି ମହାନ୍ତ । ଆଜି ସକାଳେ ତାଙ୍କ ନାମ ଘୋଷଣା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଏଠାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ୨୦୧୪ ନିର୍ବାଚନରେ ସନାତନ ମହାକୁଡ଼ ବିଧାୟକ ହୋଇଥିଲେ ।
ମୀନାକ୍ଷି ମହାନ୍ତ ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦକୁ ଆସିଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ବିଜେଡି ଆଉ ଜଣେ ମହିଳାଙ୍କୁ ପ୍ରାର୍ଥୀ ହେବାର ସୁଯୋଗ ଦେଇଛି । ଚମ୍ପୁଆରୁ ବିଜେପି ମୂରଲୀ ଶର୍ମା ଓ କଂଗ୍ରେସ ଯଦୁମଣି ବାରିକଙ୍କୁ ପ୍ରାର୍ଥୀ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.