୪ ବର୍ଷ ପରେ କାଲି ପୁଣି ସୁନ୍ଦରଗଡ଼ ଆସୁଛନ୍ତି ମୋଦି, ହେଲେ ଦେଇଥିବା ପ୍ରତିଶ୍ରୁତି ଏଯାଏଁ ହେଲା ନାହିଁ ପୁରା

ରାଉରକେଲା : ୧ ଏପ୍ରିଲ ୨୦୧୫ । ରାଉରକେଲାରେ ମୋଦି ଦେଇଥିଲେ ପ୍ରତିଶ୍ରୁତି। ଯାହାକୁ ୪ ବର୍ଷ ବିତିଗଲା। ଇସ୍ପାତ ଜେନେରାଲ ହସ୍ପିଟାଲ, ମେଡିକାଲ କଲେଜ ହେଲା କି? ସୁପର ସ୍ପେସିଆଲିଟି ହସ୍ପିଟାଲ ହେଲା କି ? ସେହିପରି ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ କୁଆଡେ ଗଲା। ବିଭିନ୍ନ ମହଲରେ ଏ ପ୍ରଶ୍ନ ଉଠୁଛି । ଏବେ ଠିକ ୪ ବର୍ଷ ପରେ ପୁଣି ସୁନ୍ଦରଗଡ଼ ଆସୁଛନ୍ତି ମୋଦି, ଭୋଟ ମାଗିବାକୁ ।

ମୋଦିଙ୍କ ଆଇଜିଏଚ୍‌ ଓ ବ୍ରହ୍ମଣୀ ସେତୁ ପ୍ରତିଶ୍ରୁତି ପୁରଣ ନ ହେବାରୁ ଦଳ ଛାଡିଥିଲେ ବିଜେପି ବିଧାୟକ ଥିବା ଦିଲ୍ଲୀପ ରାୟ। ଦିଲ୍ଲୀପ କହିଛନ୍ତି, ରାଉରକେଲା ତଥା ସୁନ୍ଦରଗଡ଼ରେ ବିକାଶ କରୁଥିବା ଦଳକୁ ସମର୍ଥନ ଜଣାଇବେ। ପ୍ରତିଶ୍ରୁତି ଦେଇ କାର୍ଯ୍ୟକାରୀ କରୁନଥିବା ଦଳଠୁ ଦୂରେଇ ରହିବା ପାଇଁ ନିଜ ସମର୍ଥକଙ୍କୁ ସେ ପରାମର୍ଶ ଦେଇଛନ୍ତି। ଅର୍ଥାତ ପରେକ୍ଷରେ ବିଜେପିକୁ ବିରୋଧ କରିଛନ୍ତି ।

ବିଜେଡି କହିଛି, ନିର୍ବାଚନ ସମୟରେ ବିଜେପି ନେତାଙ୍କ ଓଡ଼ିଶା କଥା ମନେପଡେ। ଲୋକେ ଉଚିତ ଜବାବ ଦେବେ। ବର୍ତ୍ତମାନ ସୁନ୍ଦରଗଡ଼ରୁ ସାଂସଦ ଅଛନ୍ତି ଜୁଏଲ ଓରାମ। ତାଙ୍କୁ ପୁଣି ବିଜେପି ପ୍ରାର୍ଥୀ କରିଛି। ବିଜେଡିରୁ ଲୋକସଭା ପ୍ରାର୍ଥୀ ଅଛନ୍ତି ସୁନୀତା ବିଶ୍ୱାଳ ଓ କଂଗ୍ରେସରୁ ପ୍ରାର୍ଥୀ ଅଛନ୍ତି ଜର୍ଜ ତିର୍କୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.