“ଏଥର ୨୧ରୁ ୨୧ରେ ଶଙ୍ଖ” : ସମସ୍ତ ଲୋକସଭା ଆସନରେ ବାଜି ମାରିବ ବିଜେଡି, ନୟାଗଡ଼ରେ ଦମ୍ଭୋକ୍ତି ଦେଖାଇଲେ ନବୀନ

ନୟାଗଡ଼ (କେନ୍ୟୁଜ୍) :୨୧ରୁ ୨୧ରେ ଶଙ୍ଖ। ଏଥର ବିଜେଡି ସମସ୍ତ ୨୧ ଲୋକସଭା ଆସନରେ ବାଜି ମାରିବ। ନୟାଗଡ଼ରୁ ପ୍ରଚାର ଅଭିଯାନର ଶୁଭାରମ୍ଭ କରି ଏଭଳି ଆହ୍ଵାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଉଭୟ ବିଜେପି ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ନବୀନ। ରାହୁଲଙ୍କ ରିମୋଟ୍ କଣ୍ଟ୍ରୋଲ ମନ୍ତବ୍ୟର ଜବାବରେ ନବୀନ କହିଛନ୍ତି, ବିଜେଡି ହେଉଛି ଓଡ଼ିଶାବାସୀଙ୍କ ଦଳ। ଓଡ଼ିଶାବାସୀ ଆମ ହାଇକମାଣ୍ଡ। ଆମର ରିମୋଟ୍ କଣ୍ଟ୍ରୋଲ୍ ସାଢ଼େ ୪ କୋଟି ଓଡ଼ିଆଙ୍କ ପାଖରେ ରହିଛି। ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିଛି। ସେହିପରି ନବୀନ ତାଙ୍କ ଅଭିଭାଷଣରେ କହିଛନ୍ତି, ଏଥର କେନ୍ଦ୍ରରେ ସରକାର ଗଠନ ପାଇଁ କୌଣସି ଜାତୀୟ ଦଳ ବହୁମତ ପାଇବେ ନାହିଁ। କେନ୍ଦ୍ରରେ ସରକାର ଗଠନରେ ଓଡ଼ିଶାବାସୀଙ୍କ ବଡ଼ ଭୂମିକା ରହିବ।

ସେହିପରି ସ୍ୱତନ୍ତ୍ର ରାଜ୍ୟପାହ୍ୟା, ରେଳବାଇ କ୍ଷେତ୍ରରେ ଅବହେଳା, ମହାନଦୀ ଜଳବିବାଦ, ଜାତୀୟ ରାଜପଥ ପ୍ରସଙ୍ଗରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ବି ଉଠାଇଛନ୍ତି ନବୀନ। କେନ୍ଦ୍ର ଓ ରାଜ୍ୟରେ ବିଜେପିକୁ ଟାର୍ଗେଟ କରିବା ସହ ନବୀନ କହିଛନ୍ତି, ଓଡ଼ିଶାର ବିଜେପି ନେତାମାନେ ଏସବୁ ପ୍ରସଙ୍ଗରେ ଭଲ ଭାବରେ ଜାଣନ୍ତି। କିନ୍ତୁ ସେମାନେ ତାଙ୍କ ହାଇ କମାଣ୍ଡଙ୍କ ଆଗରେ ଏକଥା କହି ପାରିବେ ନାହିଁ। ଓଡ଼ିଶାର ହକ୍ ପାଇଁ ସେମାନେ ଲଢ଼େଇ କରି ପାରିବେ ନାହିଁ। ସେମାନଙ୍କୁ ଦିଲ୍ଲୀରୁ ହାଇ କମାଣ୍ଡ କଣ୍ଟ୍ରୋଲ୍ କରୁଛନ୍ତି ବୋଲି ନବୀନ କହିଛନ୍ତି। ମହିଳା ସଶକ୍ତିକରଣ, ନିଯୁକ୍ତି ଆଦି ପ୍ରସଙ୍ଗରେ ବି କହିଛନ୍ତି ନବୀନ ପଟ୍ଟନାୟକ। ନୟାଗଡ଼ ଷ୍ଟାଡିୟମରେ ସାଧାରଣ ସଭାରେ ନୟାଗଡ଼ ଜିଲ୍ଲାର ଚାରିଗୋଟି ନିର୍ବାଚନମଣ୍ଡଳୀର ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା।

KNews Bureau

Share
Published by
KNews Bureau

Recent Posts

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

25 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

1 hour ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

9 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

13 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

13 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

13 hours ago