“ବିଶ୍ୱାସଘାତକତା କରିଥିବା ଲୋକଙ୍କୁ ବରଦାସ୍ତ କରିବେ ନାହିଁ ସ୍ୱାଭିମାନୀ କେନ୍ଦ୍ରାପଡ଼ାବାସୀ” କହିଲେ ନବୀନ

ସ୍ୱାଭିମାନୀ କେନ୍ଦ୍ରାପଡ଼ା ବାସିନ୍ଦା ବୈଜୟନ୍ତଙ୍କୁ କେବେ କ୍ଷମା ଦେବେ ନାହିଁ। କେନ୍ଦ୍ରାପଡ଼ାର ସ୍ୱାଭିମାନ ପ୍ରତି ଆଞ୍ଚ ଆଣୁଥିବା ଲୋକଙ୍କୁ ସେମାନେ କଦାପି ବରଦାସ୍ତ କରିବେ ନାହଁ। ନାଁ ନେଇ ଆଜି କେନ୍ଦ୍ରାପଡ଼ାରେ ପ୍ରଚାର ବେଳେ ବୈଜୟନ୍ତଙ୍କୁ ଏଭଳି ଆଟାକ୍ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଚାରର ଶେଷ ଦିନରେ ବିଶାଳ ରୋଡ୍ ସୋରେ ଦଳୀୟ ପ୍ରାର୍ଥୀଙ୍କ ନବୀନ ମାଗିଥିଲେ ଜନ ସମର୍ଥନ। ବିଜେପି ଓ ମୋଦିଙ୍କୁ ବି ଟାର୍ଗେଟ କରିଥିଲେ।

କେନ୍ଦ୍ରାପଡ଼ାରୁ ପୁଣି ବୈଜୟନ୍ତଙ୍କୁ ସିଧା ତୀର ମାରିଛନ୍ତି ବିଜେଡି ସୁପ୍ରିମୋ। ନାଁ ନ ନେଇ ଲୋକଙ୍କ ଆଗରେ ନବୀନ କହିଛନ୍ତି ଜଣେ ପୂର୍ବତନ ସାଂସଦ କିଭଳି ତାଙ୍କ ସହ ଓ କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ୱାସ ଭାଙ୍ଗିଛନ୍ତି। ନିଜ ଉଦବୋଧନରେ ନବୀନ କହିଥିଲେ, ଜଣେ ଯୁବ ଓ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ ସେ ଦେଇଥିଲେ କେନ୍ଦ୍ରାପଡ଼ାର ଦାୟିତ୍ୱ। ତାଙ୍କୁ ବିଶ୍ୱାସକୁ ନେଇ ଦୁଇ ଦୁଇ ଥର ପଠାଇଥିଲେ ଲୋକସଭା। କିନ୍ତୁ ସେ ସମସ୍ତଙ୍କ ସହିତ ବିଶ୍ୱାସଘାତକତା କଲେ।

ନିଜ ସ୍ୱାର୍ଥ ପାଇଁ ବଳି ପକାଇଲେ କେନ୍ଦ୍ରାପଡ଼ାର ସ୍ୱାର୍ଥକୁ। ତାଙ୍କୁ କେବେ କ୍ଷମା ଦେବେ ନାହିଁ କେନ୍ଦ୍ରାପଡ଼ାବାସୀ। ନବୀନ କହିଛନ୍ତି, କେନ୍ଦ୍ରାପଡ଼ାର ଲୋକ ସ୍ୱାଭିମାନୀ। ସ୍ୱାଭିମାନରେ ଆଞ୍ଚ ଆଣୁଥିବା ଲୋକଙ୍କୁ କେନ୍ଦ୍ରାପଡ଼ାବାସୀ କଦାପି ବରଦାସ୍ତ କରିବେ ନାହିଁ ବୋଲି ନବୀନ କହିଛନ୍ତି। କେନ୍ଦ୍ରାପଡା ବିଜୁବାବୁଙ୍କ କର୍ମଭୂମି। ବିଜୁ ବାବୁ କେନ୍ଦ୍ରାପଡ଼ାବାସୀଙ୍କୁ ନିଜ ପରିବାର ଭଳି ଦେଖୁଥିଲେ। କେନ୍ଦ୍ରାପଡ଼ାର ବିକାଶ ଏବେ ତାଙ୍କ ଦାୟିତ୍ୱ ବୋଲି ନବୀନ କହିଛନ୍ତି।

ପ୍ରଚାରର ଶେଷ ଦିନରେ ବିଜୁ ବାବୁଙ୍କ କର୍ମଭୂମି ତଥା ତୁଳସୀକ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେଡି। ଦଳର ପ୍ରାର୍ଥୀଙ୍କ ପାଇଁ ହାଇଟେକ୍ ପ୍ରଚାରକୁ ଓହ୍ଲାଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ବସରେ ବୁଲି ବୁଲି ଭୋଟ୍ ମାଗିଥିଲେ। ବିଶାଳ ରୋଡ୍ ସୋରେ ନବୀନ ଯାଉଥିବା ବେଳେ ଛକ ଛକରେ ଦେଖିବାକୁ ମିଳିଥିଲା ଜନସମୁଦ୍ର। ଖରା ତାତିକୁ ନେତା ଓ ଜନତାଙ୍କ ଖାତିର ନଥିଲା। ଉତ୍ସୁକତାର ସହ ଅପେକ୍ଷା କରି ରହୁଥିଲେ ହଜାର ହଜାର ଲୋକ। ପଟ୍ଟାମୁଣ୍ଡାଇ ସହ ଆଳି ଓ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଶାଳ ରୋଡ୍ ସୋରେ ଭୋଟରଙ୍କ ସମର୍ଥନ ମାଗିଥିଲେ ନବୀନ। ବେଳେବେଳେ ବସ୍ ଭିତରୁ ବାହାରି ଲୋକଙ୍କୁ ସମ୍ବୋଧିତ ବି କରୁଥିଲେ।

ପ୍ରଚାରର ଶେଷ ଦିନରେ ବିଜେପି ଓ ମୋଦିଙ୍କୁ ବି ଟାର୍ଗେଟ କରିଥିଲେ ବିଜେଡି ସୁପ୍ରିମୋ। ନବୀନ କହିଥିଲେ, ଓଡ଼ିଶା ନୁହେଁ, କେବଳ ଓଡ଼ିଶାବାସୀଙ୍କ ଭୋଟ୍ ବିଜେପି ପାଇଁ ମୂଲ୍ୟବାନ। ମୋଦିଙ୍କୁ ଆକ୍ଷେପ କରି କହିଥିଲେ, ନିର୍ବାଚନ ପ୍ରଚାର ପାଇଁ ୧୦ ଥର ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଛନ୍ତି। କିନ୍ତୁ ପ୍ରାକୃତିକ ବିପର‌୍ୟ୍ୟୟ ବେଳେ ୫ବର୍ଷରେ ଥରୁଟିଏ ଓଡ଼ିଶା ଆସିବାକୁ ସମୟ ଦେଲେନି।

KNews Bureau

Share
Published by
KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

17 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

31 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

46 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

57 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago