ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ

ଭୁବନେଶ୍ବର(କେନ୍ୟୁଜ୍) : ବୌଦ୍ଧ ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀମାନଙ୍କ ସହ ସ୍ୱାଧୀନ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ପକ୍ଷରୁ ବାଚସ୍ପତି ପ୍ରଦୀପ ଅମାତ୍ ନାମାଙ୍କନ ଦାଖଲ କରିଥିବାବେଳେ ବିଜେପି ସୁଶାନ୍ତ ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସେପଟେ ପ୍ରଥମଥର ପାଇଁ ସିପିଆଇର ପ୍ରାର୍ଥୀ ଅବକାଶ ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ପକ୍ଷରୁ ବିଧାୟକ ମହିଧର ରଣା ଲଢ଼ୁଥିବାବେଳେ ବିଜେପି ତରଫରୁ ମଇଦାନକୁ ଓହ୍ଲାଇଛନ୍ତି କହ୍ନେଇ ଚରଣ ରଙ୍ଗା । ସେପଟେ କଂଗ୍ରେସ ତରଫରୁ ପ୍ରଶାନ୍ତ ସାହୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ।

ନୟାଗଡ

ନୟାଗଡ ବିଧାନସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରମେଶ ବେହେରା । ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଳକର ହଜାର ହଜାର ସମର୍ଥକଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେ ନିଜର ପ୍ରଶାସନିକ ଚାକିରୀରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିଲେ ।

ଗଞ୍ଜାମ

ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ସରିଛି ନାମାଙ୍କନ ଦାଖଲ । ଗଞ୍ଜାମ ଜିଲ୍ଲା କବିସୂର‌୍ୟ୍ୟନଗର ବିଧାନସଭା ଆସନ ପାଇଁ ବିଜେଡିରୁ ନାମାଙ୍କନ ଦାଖଲ କରିଛନ୍ତି ଲତିକା ପ୍ରଧାନ । ଏକ ବିରାଟ ପଟୁଆରରେ ନିଜ ସମର୍ଥକଙ୍କ ସହ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ହିଞ୍ଜିଳି ବିଧାନସଭା ଆସନ ପାଇଁ କଂଗ୍ରେସରୁ ନାମାଙ୍କନ ଦାଖଲ କରିଛନ୍ତି ଶମ୍ଭୁନାଥ ପାଣିଗ୍ରାହୀ ।

ସୁନ୍ଦରଗଡ

ସୁନ୍ଦରଗଡ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀରେ ୫୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସମସ୍ତ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ସହ ଆସି ବଣାଇ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବଣାଇ ବିଧାନସଭା ଆସନ ପାଇଁ ବିଜେଡିରୁ ରଞ୍ଜିତ କିସାନ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି କଂଗ୍ରେସରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜନାର୍ଦ୍ଦନ ଦେହୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.