କଳ୍ପନା ଜଳ୍ପନାର ଅନ୍ତ, ଯାଜପୁର ବିଧାନସଭା ଆସନରୁ ପୁଣିଥରେ ଲଢିବେ ପ୍ରଣବ ପ୍ରକାଶ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ରାଜ୍ୟ ରାଜନୀତିରେ ଯାଜପୁର ଜିଲ୍ଲାର ନେତା ସବୁ ବେଳେ ସେମାନଙ୍କ ଉପସ୍ଥିତିକୁ ଜାହିର କରିଥାନ୍ତି । ବର୍ତମାନ ରାଜ୍ୟ ରାଜନୀତିରେ ଯାଜପୁର ନିର୍ବାଚନ ମଣ୍ଡଳୀକୁ ନେଇ ବେଶ ଚର୍ଚ୍ଚା ଚାଲିଥିବା ବେଳେ ଆଜି ବାକିଥିବା ଦୁଇଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ସେଥିରେ ଅନ୍ତ ଘଟିଛି । ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାଜପୁର ବିଧାନସଭା ଆସନ ପାଇଁ ପ୍ରଣବ ପ୍ରକାଶ ଦାସଙ୍କ ନାମ ଘୋଷଣା କରିଛନ୍ତି । ସେଥିପାଇଁ ଯାଜପୁର ବିଜେଡି କର୍ମୀ ଓ ସମର୍ଥକଙ୍କ ମନରେ ଖୁସିର ଲହରି ଖେଳି ଯାଇଛି । ସମର୍ଥକ ଓ କର୍ମୀମାନେ ବାଣ ଫୁଟାଇ, ମିଠା ବାଣ୍ଟି ପ୍ରଣବଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗତ ନିର୍ବାଚନରେ ସେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମାତ୍ର ୧୯ ହଜାର ଭୋଟ ପାଇଥିଲେ । ତେବେ ଚଳିତ ବର୍ଷ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ନେଇ ଚର୍ଚ୍ଚା ଚାଲିଛି ।

ଯାଜପୁର ନିର୍ବାଚନ ମଣ୍ଡଳୀ ଉଭୟ ଯାଜପୁର ଓ ଦଶରଥପୁର ବ୍ଲକକୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳୀ ଅଧିକାଂଶ ସମୟ ଅଣକଂଗ୍ରେସ ଦଳ ହାତରେ ରହି ଆସିଛି । ଦୀର୍ଘଦିନ ଧରି ଏହି ଆସନଟି ସଂରକ୍ଷିତ ହୋଇ ରହି ଆସିଥିଲା । ଗତ ୨୦୦୯ ମସିହାରେ ଏହି ଆସନଟି ସାଧାରଣ ବର୍ଗଙ୍କ ପାଇଁ ହେବା ପର ଠାରୁ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୦୯ ମସିହାରେ ପୂର୍ବତନ ବିଧାୟକ ତଥା ଜନତା ଦଳ ସଭାପତି ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ହଠାତ୍ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦିଅନ୍ତି ଆଉ ଟିକେଟ ପାଇ ନିର୍ବାଚନ ଜିତି ଯାଆନ୍ତି । ସେତେବେଳେ ସେ ୬୧ ହଜାର ଭୋଟ ପାଇଥିବା ବେଳେ ନିକଟତମ କଂଗ୍ରେସ ପ୍ରାର୍ଥୀ ଦେବବ୍ରତ କଣ୍ଠ ୩୧ ହଜାର ଭୋଟ ପାଇଥିଲେ । ଏହା ପରେ ଗତ ୨୦୧୪ ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ ପୁଣି ୧ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ପାଇ ରେକର୍ଡ ସୃଷ୍ଟି କରିଥିଲେ ।
ଚଳିତ ବର୍ଷ ସେ ପ୍ରାର୍ଥୀ ହେବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଚାଲିଥିଲା । ତେବେ କର୍ମୀ, ସମର୍ଥକ ଓ ଯାଜପୁରବାସୀଙ୍କ ଚାପ ପରେ ତାଙ୍କୁ ହିଁ ବିଜେଡି ସଭାପତି ପ୍ରାର୍ଥୀ ଭାବେ ପାଛଥିବା ଚର୍ଚ୍ଚା ହେଉଛି । ଯାଜପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଯାଜପୁର ପୌରପାଳିକା, ଯାଜପୁର ବ୍ଲକ ଓ ଦଶରଥପୁର ବ୍ଲକ ରହିଛି । ଏହି ୩ଟି ସ୍ଥାନରେ ପ୍ରଣବ ନିଜର ପତିଆରା ରଖିଛନ୍ତି ।

KNews Bureau

Share
Published by
KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago