ବିଜେଡିର ‘ହକ୍‌ ମାଗୁଛି’ ଓଡ଼ିଶା କାର୍ଯ୍ୟକ୍ରମ, ଯୋଗ ଦେଲେ ପ୍ରତାପ ଜେନା ଓ ଅନୁଭବ

ମାହାଙ୍ଗା (କେ ନ୍ୟୁଜ୍‌) : ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ପ୍ରତାପ ଜେନା ଓ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ‘ହକ୍ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି l ଏହା ସହିତ ନିର୍ବାଚନ ପ୍ରଚାର ମଧ୍ୟ କରିଛନ୍ତି । କଇଥା ଠାରୁ ପ୍ରଥମେ ବିରାଟ ରାଲିରେ ହଜାର ହଜାର କର୍ମୀଙ୍କ ସହିତ ବାହାରିଥିଲେ । ପରେ ଗୋକନ ଏରକଣା ବଜାର ଠାରେ ଏକ ବିରାଟ ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ଶରତ ନାୟକ, ଯୁବ ବିଜେଡି ସଭାପତି ଶରତ କୁମାର ମହାପାତ୍ର, ମାହାଙ୍ଗା ବ୍ଲକ ପର୍ଯ୍ୟବେକ୍ଷକ ବିବେକାନନ୍ଦ ସାମନ୍ତରାୟ ପ୍ରମୁଖ ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.