ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ବର (କେନ୍ୟୁଜ୍ ) :ତୃତୀୟ ପର‌୍ୟ୍ୟାୟ ମତଦାନ ନିମନ୍ତେ ଚାଲିଛି ପ୍ରାର୍ଥିପତ୍ର ଦାଖଲ । ଗତକାଲି ୬ଟି ଲୋକସଭା ଆସନ ପାଇଁ ୬ଜଣ ଓ ୪୨ଟି ବିଧାନସଭା ଆସନ ପାଇଁ ୨୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୬ଜଣ ଲୋକସଭା ପ୍ରାର୍ଥୀ ଓ ୨୩ଜଣ ବିଧାନସଭା ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୬୨୦୬ଟି ଜାମିନ ବିହୀନ ଗିରଫ ପରୱାନା କାର‌୍ୟ୍ୟକାରୀ ହୋଇଛି । ଫ୍ଲାଇଂ ସ୍କାର୍ଡ ଓ ପୋଲିସ ଦ୍ୱାରା ରାଜ୍ୟରେ ୩୮ଲକ୍ଷ ୮୨ହଜାର ୩୭୦ ଟଙ୍କା ଜବତ କରାଯାଇଛି । ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ସର୍ବସାଧାରଣ ସ୍ଥାନରେ ଲାଗିଥିବା ୯ଲକ୍ଷ ୩୮ହଜାର ୨୩୮ଟି ହୋର୍ଡିଂ ଓ ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.