କାହିଁକି ଆପ୍ ଏବଂ କଂଗ୍ରେସ୍ ମଧ୍ୟରେ ହୋଇପାରିଲାନି ମହାମେଂଟ ? ଜାଣନ୍ତୁ ୫ ବଡ଼ କାରଣ

ଦିଲ୍ଲୀରେ ହୋଇପାରିଲାନି କଂଗ୍ରେସ୍ ସହ ଆପର ମେଂଟ । ଏକ ବୟାନ୍ ଦେଇ ଏକଥା ସ୍ପଷ୍ଟ କରିଦେଇଛନ୍ତି ନିଜେ ଅରବିନ୍ଦ କେଜ୍ରିୱାଲ୍ । କଂଗ୍ରେସ୍ ସହ ମେଂଟ କରିବା ପାଇଁ ଦୀର୍ଘ ଦିନ ଚେଷ୍ଟା କରିଥିଲା ଆପ୍ । ହେଲେ ଏହି ମେଂଟ କରବାକୁ ନାରାଜ୍ ଥିଲା କଂଗ୍ରେସ୍ । ତେବେ ଉଭୟ ଦଳ ମଧ୍ୟ ମହାମେଂଟ ନହେବାର ଅନେକ କାରଣ ଅଛି । ଆସନ୍ତୁ ନଜର ପକାଇବା କଣ ସେହି ୫ ଟି ବଡ଼ କାରଣ ଯେଉଁଥିପାଇଁ ଉଭୟ ଦଳ ମଧ୍ୟରେ ପଡିଲା ନାହିଁ ।

କହିଁ ପେ ନିଗାହେଁ କହିଁ ପେ ନିଶାନା :

ଦିଲ୍ଲୀର ୭ ଟି ସିଟରେ ଯଦି ଆପ୍ ସହ କଂଗ୍ରେସ୍ ମେଂଟ କରିବା ପାଇଁ ଚର୍ଚ୍ଚା କରେ ତେବେ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ସହ ଗୋଆ, ପଂଜାବ,ହରିୟାଣା ଏବଂ ଚଣ୍ଡିଗଡ ବିଷୟରେ ମଧ୍ୟ କଥା ହୋଇପାରେ । ଯେଉଁଥିରେ କଂଗ୍ରେସର ସମସ୍ୟା ରହିଛି । ଆପ୍ ସହ କଂଗ୍ରେସ୍ କେବଳ ଦିଲ୍ଲୀରେ ମହାମେଂଟ୍ କରିବାକୁ ଚାହେଁ ଅନ୍ୟ ପ୍ରଦେଶରେ ନୁହେଁ ।

ପୂର୍ଣ୍ଣ ରାଜ୍ୟ ଦାବିରେ ଅଟକିଲା କଥା :

ପୂର୍ବରୁ ହିଁ ଦିଲ୍ଲୀକୁ ଏକ ପୂର୍ଣ୍ଣ ରାଜ୍ୟ କରିବା ପାଇଁ ନାକେବଳ ଜନତାକୁ କଥା ଦେଇସାରିଛି ବରଂ ନିଜର ପ୍ରଚାର ପ୍ରସାରରେ ମଧ୍ୟ ଏହି ଦାବିକୁ ବ୍ୟବହାର କରୁଛି  ଆପ୍। କିନ୍ତୁ ଏଥିରେ ଟିକେ ପଛ ଘୁଂଚା ଦେଉଛି କଂଗ୍ରେସ୍ । ଏତେ ଶୀଘ୍ର ଜନତାକୁ ଏତେ ବଡ଼ କଥା ଦେବା ଉଚିତ୍ ନୁହେଁ ବୋଲି କହିଛି କଂଗ୍ରେସ୍ । କିନ୍ତୁ ଆମ୍ ଆଦମୀ ପାର୍ଟି ଏଥିରୁ ପଛ ଘୁଂଚା ଦେବାକୁ ନାରାଜ୍ ।

ପବ୍ଲିକରେ ବୟାନବାଜି :

କେଜ୍ରିୱାଲ୍ ସର୍ବଦା ମହାମେଂଟକୁ ନେଇ ମିଡିଆରେ ଲଗାତାର ବୟାନବାଜି କରିବାରେ ଆପତ୍ତି ଦେଖାଇଛି କଂଗ୍ରେସ୍ । ଗୋଟିଏ ପଟେ ମେଂଟ ନେଇ କଥା ଚାଲିଛି କିନ୍ତୁ ଅନ୍ୟପଟେ କଂଗ୍ରେସ୍ ବିଳମ୍ବ କରୁଛି ବୋଲି କହି ସହାନୁଭୂତି ସାଉଁଟୁଛି ଆପ୍ । ଯାହାକୁ ହଜମ କରିପାରିନଥିଲା କଂଗ୍ରେସ୍ ।

ଟ୍ରଷ୍ଟ ଡେଫିସିଟ୍ :

ଲୋକସଭା ନିର୍ବାଚନରେ କଂଗ୍ରେସର କେବଳ ଗୋଟିଏ ଲକ୍ଷ ବିଜେପିକୁ ହରାଇବା । କିନ୍ତୁ ଆମ୍ ଆଦମୀ ପାର୍ଟିର ହାବଭାବରୁ ଅଲଗା କିଛି ଜଣା ପଡୁଛି । ଏକଥା ଏଯାଏ ସ୍ପଷ୍ଟ ହୋଇପାରୁନି ଆପର ମିତ୍ର କିଏ ଶତ୍ରୁ କିଏ । ଏମିତିରେ ଆପ୍ ଉପରେ ଭରସା କରିବା କଂଗ୍ରେସ୍ ପାଇଁ କଷ୍ଟକର ଥିଲା ।

ସାତଟି ସିଟରେ କଂଗ୍ରେସର ନଜର :

ଗୋଟିଏ ପଟେ ମହାମେଂଟ୍ ପାଇଁ କଥା ଚାଲିଛି କିନ୍ତୁ ଅନ୍ୟପଟେ ନିଜ ପ୍ରସ୍ତୁତିରେ ବ୍ୟସ୍ତ କଂଗ୍ରେସ୍ । ସାତଟି ସିଟକୁ ନେଇ ପ୍ରାର୍ଥୀ ଚୟନ କରୁଛି । ନିଜ କ୍ୟାମ୍ପେନ୍ ଅନୁଯାୟୀ ୩ ଏପ୍ରିଲକୁ ୭୦ ଜଣ ବିଧାୟକ ବିରୋଧରେ ଠକେଇ ମାମଲା ରୁଜୁ କରିବା ପାଇଁ ପ୍ରସ୍ତୁତି କରୁଛି ।

KNews Bureau

Share
Published by
KNews Bureau

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

10 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

16 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

46 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

53 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago