୨ୟ ପର୍ଯ୍ୟ।ୟ ଟିକାକରଣ: ଦେଶରେ ୧ କୋଟି ୪୮ ଲକ୍ଷ ଲୋକଙ୍କୁ ଦିଆଗଲା କୋଭିଡ୍ ଟିକା

ନୂଆଦିଲ୍ଲୀ  :  ଦେଶରେ ଆଜି ୨ୟ ପର୍ଯ୍ୟ।ୟ ଟିକାକରଣ ଆରମ୍ଭ ହୋଇଛି । ଦ୍ବିତୀୟ ଦିନ ମଧ୍ୟାହ୍ନ ସୁଦ୍ଧା ଦେଶରେ ୧ କୋଟି ୪୮ ଲକ୍ଷ ଲୋକ କୋଭିଡ୍ ଟିକା ଦିଆ ସରିଛି ।

ସେଥିରୁ ୪୫ ବର୍ଷରୁ ଅଧିକ ଗୁରୁତର ରୋଗରେ ପୀଡିତ ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ୨ ଲକ୍ଷ ୮ ହଜାର ଡୋଜ୍‌ ଦିଆଯାଇଛି। ଗତକାଲିଠାରୁ କୋୱିନ୍‌ ପୋର୍ଟାଲରେ ୫୦ ଲକ୍ଷ ଜଣ ଟିକା ପାଇଁ ପଞ୍ଜୀକରଣ କରିଛନ୍ତି ।  ଦେଶରେ ଓଡ଼ିଶା ସମେତ ୯ଟି ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀଙ୍କ ଶତ ପ୍ରତିଶତ ଟିକାକରଣ ହୋଇଛି। କିଛି ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢିଥିଲେ ମଧ୍ୟ ଦେଶରେ ସୁସ୍ଥ ହାର ଅଧିକ ରହିଛି। ଦେଶରେ ୯୭ ପ୍ରତିଶତରୁ ଅଧିକ ସୁସ୍ଥ ହେଲେଣି। ଆକ୍ଟିଭ୍‌ କେସ ସଂଖ୍ୟା ୨ ପ୍ରତିଶତରୁ କମ ରହିଛି .ବୋଲି ଜଣାପଡ଼ିଛି ।

 

Leave A Reply

Your email address will not be published.