ନାବାଳିକାକୁ ଦୁଷ୍କର୍ମ, ଅପରାଧ ଲୁଚାଇବାକୁ ଯାଇ ଇଟାରେ ଛେଚି ହତ୍ୟା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଉନାଓ ଜିଲ୍ଲାରେ ୧୧ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାଟି ଉତ୍ତରପ୍ରଦେଶ ଉନ୍ନାଓ ଜିଲ୍ଲାର ସୈଫପୁର ଅଂଚଳରେ ହୋଇଛି। ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ନାବାଳିକାଟି ଘର ବାହାରେ ଶୋଇଥିବା ସମୟରେ ନିଖୋଜ ହୋଇଯାଇଥିଲେ।

ନାବାଳିକାଙ୍କ ପିତାଙ୍କ କହିବା ମୁତାବକ, ତାଙ୍କ ଝିଅ ଶୌଚ ହେବାପାଇଁ ପାଖ ବିଲକୁ ଯାଇଥିବ ବୋଲି ଭାବିଥିଲେ। ଫେରିବାରେ ବିଳମ୍ବ ହେବାରୁ ତାକୁ ଖୋଜା ଖୋଜି କରିଥିଲେ କିନ୍ତୁ ପରେ ତାଙ୍କ ମୃତଦେହ ବଗିଚାରେ ପାଇଥିଲେ। ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହିତ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି। ଏହା ସହିତ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ମୁଣ୍ଡ, ବେକ ଏବଂ ଗୁପ୍ତାଙ୍ଗକୁ ଇଟାରେ ଛେଚା ଯାଇଥିଲା।

ସ୍ଥାନୀୟ ପୋଲିସ ଅଧିକାରୀ ଏମପି ବର୍ମାଙ୍କ କହିବା ଅନୁଯାୟୀ ଏହି ଘଟଣାକୁ ଏକ ବଳାତ୍କାର ଏବଂ ହତ୍ୟା ମାମଲା ରୁଜୁ କରାଯାଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରାଯାଇଛି ଏବଂ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଦିଆଯାଇଛି।

Leave A Reply

Your email address will not be published.