Odisha News

ଚେନ୍ନାଇ ଲଜ୍ଜା : ୧୨ବର୍ଷର ଦିବ୍ୟାଙ୍ଗ ନାବାଳିକାଙ୍କୁ ମାସାଧିକ କରାଗଲା ଗଣଦୁଷ୍କର୍ମ

ଚେନ୍ନାଇ : ୬ମାସରୁ ଅଧିକ ସମୟ ଧରି ଦିବ୍ୟାଙ୍ଗ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ବନ୍ଦ ଆପାର୍ଟମେଣ୍ଟରେ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅମାନବୀୟ ଘଟଣା ଘଟିଛି ଚେନ୍ନାଇର ଆୟାନ-ଭରମରେ। ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୭ ଜଣଙ୍କୁ ଗିରଫ କରିଛି।

ଗତ ଜାନୁଆରୀରୁ ଜୁଲାଇ ମାସରେ ନାବାଳିକା ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗତ ୧୩ ତାରିଖରେ ଏହି ଘଟଣା ଜଣାପଡ଼ିଥିଲା। ପୀଡ଼ିତାଙ୍କ ପାକସ୍ଥଳୀରେ ଯନ୍ତ୍ରଣା ହେବାରୁ ନିଜ ଉଭଣୀଙ୍କୁ ସେ ଘଟଣା ସମ୍ପର୍କରେ ଜଣାଇଥିଲେ। ସେମାନେ ରହୁଥିବା ଆପାର୍ଟମେଣ୍ଟର ଲିଫ୍ଟ ଅପରେଟର ମୁଖ୍ୟ ଅଭିଯୁକ୍ତ। ତା ନାଁ ରବି କୁମାର ଓ ବୟସ ୬୬ ବର୍ଷ। ରବି କୁମାର ସମେତ ତା’ର ଅନ୍ୟ ସହଯୋଗୀ ବି ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି । ନାବାଳିକାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ସହ ନଗ୍ନ ଫଟୋ ବି ଉଠାଇଥିବା ଅଭିଯୋଗ ହୋଇଛି । କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ପୋଲିସ ୧୭ ଜଣଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.