ଭୁବନେଶ୍ୱରରୁ ଆଜି ଆଉ ୧୨୬ ପଜିଟିଭ ଚିହ୍ନଟ, ଲୋକାଲ କେସ ୪୯

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ  ୧୨୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କ୍ବାରେଣ୍ଟାଇନରୁ ୭୭ ଓ ଲୋକାରୁ ୪୯ କେସ ରହିଛି।  ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୟୁନିଟ ୧ ତାରିଣୀ ବସ୍ତିରୁ ୧୦, ୟୁନିଟ-୯ ବାୟାବାବା ବସ୍ତିରୁ ୯ ଜଣ । ଏହା ସହିତ ୮ ଜଣ ପୋଲିସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି ବିଏମସି।

ଏହା ସହିତ ଖଣ୍ଡଗିରି ତପୋବନ ବସ୍ତିରୁ ୬, ବଡ଼ଗଡ଼ ବ୍ରିଟ କଲୋନିରୁ ୪   ଆଇଗିଣିଆରୁ ୩, ଓଲ୍ଡ ଟାଉନରୁ ୩, ନୟାପଲ୍ଲୀ ନୂଆସାହିରୁ ୩  ବରମୁଣ୍ଡାରୁ ୩, ଡୁମୁଡୁମାରୁ ୪, ଭରତପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୀଳାଦ୍ରି ବିହାରରୁ ୨ ଓ ଶୈଳଶ୍ରୀ ବିହାରରୁ ୧ ମିଡିଆ ହାଉସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.