Odisha News
.

ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ

କନ୍ଧମାଳ(କେନ୍ଯୁଜ୍) : କୋଟଗଡରେ ୯ ବର୍ଷର ନାବାଳିକୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପହିଛି । କର୍ମୀମାନେ ସକାଳୁ ସକାଳୁ ପିକେଟଂ କରି ଦୋକାନ ବଜାର, ସରକାରୀ , ବେସରକାରୀ କାର୍ଯ୍ଯାଳୟ ବନ୍ଦ କରିଛନ୍ତି। ଗାଡି ଚଳାଚଳ ଠପ୍‌ ହୋଇଯାଇଛି। ବସ୍‌ ଚଳାଚଲ ବନ୍ଦ ରହିବା ଯୋଗୁଁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ଯନ୍ତ ଏହି ବନ୍ଦ ପାଳନ କରାଯିବ।

Leave A Reply

Your email address will not be published.