ଗଞ୍ଜାମ: କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚମ୍ପଟ ମାରିଲେ ୧୫୦ରୁ ଅଧିକ ଅନ୍ତେବାସୀ

ଗଞ୍ଜାମ: କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚମ୍ପଟ। ଗଞ୍ଜାମ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚମ୍ପଟ ମାରିଛନ୍ତି ୧୫୦ରୁ ଅଧିକ । ବେଗୁନିଆପଡ଼ା ଓ ରାଗପୁର କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚମ୍ପଟ ମାରିଛନ୍ତି ଶତାଧିକ। ସୁବିଧା ନମିଳିବାରୁ ଗେଟ୍‌ ଭାଙ୍ଗି ପଳାଇଥିବା ସୂଚନା ମିଳିଛି। ନିକଟସ୍ଥ ଗାଁରୁ ଚମ୍ପଟ ମାରିଥିବା ୫୦ ଜଣଙ୍କୁ କାବୁ କରାଯାଇଛି। ଅନ୍ୟ ଚମ୍ପଟଙ୍କୁ ପୋଲିସ ଖୋଜୁଛି । ଗତକାଲି ବସ୍‌ ଯୋଗେ ସୁରତରୁ ଫେରିଥିଲେ ୧୯୫ରୁ ଅଧିକ ପ୍ରବାସୀ ଓଡ଼ିଆ। ସମସ୍ତଙ୍କୁ ବେଗୁନିଆପଡ଼ା ଜନତା ହାଇସ୍କୁଲ ଓ ରାଗପୁର ଆଦର୍ଶ ବିଦ୍ୟାଳୟରେ ରଖାଯାଇଥିଲା। ତେବେ ଏଠାରେ ଆନୁସଙ୍ଗିକ ସୁବିଧା ମିଳୁନଥିବା ଭିଯୋଗ କରି ଶତାଧିକ ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.