ରାଜ୍ୟରେ ଆଜି ସର୍ବାଧିକ ୧୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ଯୁ, ଚିହ୍ନଟ ହେଲେ ୪୩୪୦ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଉ ୪ ହଜାର ୩୪୦କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୨୫୧୭ ଓ ଲୋକାଲ କେସ୍‌ ରହିଛି ୧୮୨୩ । ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୬୫୩ ଆକ୍ରାନ୍ତ ଚିହ୍ନଟ । ଦ୍ୱିତୀୟରେ ରହିଛି କଟକ । ଦିନକରେ କଟକ ଜିଲ୍ଲାରୁ ୫୬୭ ନୂଆ କେସ୍‌ ସାମ୍ନାକୁ ଆସିଛି । ପୁରୀରେ ୨୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ହଜାର ୮୮୮କୁ ବୃଦ୍ଧି ପାଇଛି । ୩୮ ହଜାର ୮୧୮ ଚିକିତ୍ସିତ ଥିବାବେଳେ ସୁସ୍ଥ ହେଲେଣି ୧ଲକ୍ଷ ୫୭ ହଜାର ୨୬୫ ।

ରାଜ୍ୟରେ ଆଜି ସର୍ବାଧିକ ୧୬ଜଣ କରୋନା ଆକ୍ରାନ୍ତଙ୍କ ମୃତ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାପଛରୁ ପୁରୀରୁ ୪ ଜଣଙ୍କ ମୁଣ୍ଡ ନେଇଛି ମାରାତ୍ମକ ଭାଇରସ୍‌ । କେନ୍ଦ୍ରାପଡାରୁ ୨ ଜଣ କରୋନା ରୋଗୀଙ୍କ ପ୍ରାଣ ନେଇଛି ଭୂତାଣୁ । ବଲାଙ୍ଗିର, ମୟୂରଭଞ୍ଜ, ନୟାଗଡ଼, ରାୟଗଡ଼ା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ପ୍ରାଣଘାତୀ ଭାଇରସ୍‌ କରୋନା । ରାଜ୍ୟରେ କରୋନାଜନିତ ମୃତ୍ୟୁ ୭୫୨କୁ ବୃଦ୍ଧି ହୋଇଛି ।

Leave A Reply

Your email address will not be published.