ମେଡିକାଲ୍‌ ଅବହେଳାରୁ ପୁଅର କୋଭିଡ୍‌ରେ ମୃତ୍ୟୁ ନେଇ ହାଇକୋର୍ଟରେ ଅଭିଯୋଗ କଲେ ବାପା

କୋଲକାତା : କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଦିନକୁ ଦିନ ବଢ଼ି ଚାଲିଛି । କେତକ ରାଜ୍ୟରେ ଏହା ଭୟଙ୍କର ସ୍ଥିତିରେ ପହଞ୍ଚିଛି । କଲିକତାରେ କରୋନା ସ୍ଥିତି ସାଂଘାତିକ ସ୍ଥିତିରେ ପହଞ୍ଚିଛି । ରୋଗୀ ସଂଖ୍ୟା ଏତେ ମାତ୍ରାରେ ପହଞ୍ଚିଛି ଯେ ମେଡିକାଲ୍‌ରେ ରୋଗୀଙ୍କୁ ବେଡ୍‌ ମିଳୁନାହିଁ ।

କଲିକତାରେ ଏଭଳି ଏକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି ଜଣେ ୧୮ ବର୍ଷ ବୟସର ଯୁବକ । ମେଡିକାଲ୍‌ରେ ବେଡ୍‌ ନମିଳିବାରୁ କରୋନାରେ ସଂକ୍ରମିତ ହୋଇଥିବା ଏହି ୧୮ ବର୍ଷ ବୟସର ଯୁବକଙ୍କର ମୃତ୍ୟୁ ହୋଇଥିବା ତାଙ୍କର ବାପା ଅଭିଯୋଗ କରିଛନ୍ତି ।

ତାଙ୍କର ବାପା କହିଛନ୍ତି ଯେ ତାଙ୍କ ପୁଅ ପରିଶ୍ରା ସଂକ୍ରମଣରେ କାମରଥି ଇଏସଆଇ ସରକାରୀ ହସ୍‌ପିଟାଲରେ ଚକିତ୍ସିତ ହେଉଥିଲେ । ସେଠାରେ ସେ କରୋନାରେ ପଜେଟିଭ ଜଣାପଡିଲେ । ହେଲେ ସେ ଯେତେ କହିଲେ ବି ତାଙ୍କୁ କୈାଣସି ଭଲ ମେଡିକାଲକୁ ପଠାଇଲେ ନାହିଁ ।

ସେ ବିଭିନ୍ନ ହସ୍‌ପିଟାଲ୍‌ ଓ ଘରୋଇ ନର୍ସିଂ ହୋମ୍‌କୁ ଯାଇଥିଲେ ମଧ୍ୟ ତାଙ୍କୁ କେହି ଚିକିତ୍ସା କରିନଥିଲେ । ଗୋଟିଏ ସିଟ୍‌ ପାଇବା ପାଇଁ ତାଙ୍କ ପୁଅକୁ ନେଇ ସେ ୪ଟି ମେଡିକାଲ ଯାଇଥିଲେ । ହେଲେ କେଉଁଠି ବି ସିଟ୍‌ ପାଇନଥିଲେ ।

ଫଳରେ ତାଙ୍କ ପୁଅର ମୃତ୍ୟୁ ହୋଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଶୁଭ୍ରଜିତ ଚଟ୍ଟୋପାଧ୍ୟାୟ ନାମକ ଏହି ୧୮ ବର୍ଷ ପିଲାଟି ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିଲା । ପୁଅର ମୃତ୍ୟୁ ପରେ ବାପା ମା’ ଭାଙ୍ଗି ପଡିଛନ୍ତି ।

ମେଡିକାଲ୍‌ ଅବହେଳାରୁ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ବାପା କୋଲ୍‌କାତା ହାଇକୋର୍ଟରେ ମାମଲା ଦାଏର କରିବା ପରେ ଆଇସିଏମ୍‌ ଗାଇଡଲାଇନ୍‌ ଅନୁଯାୟୀ ଭିଡିଓଗ୍ରାଫି ଜରିଆରେ ପୁଅର ପୋଷ୍ଟମର୍ଟମ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୋଷ୍ଟମର୍ଟମର ରିପୋର୍ଟ କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.