ସାଙ୍ଗ ହୋଇ ମିଶିଲେ, ନିଶା ଦେଇ ଲୁଟିଲେ, ପରେ ପୋଲିସ ହାତରେ ଧରା ପଡି ଜେଲ ଗଲେ

ଭୁବନେଶ୍ବର(କେନ୍ୟୁଜ୍): ଲୁଟର ନୂଆ ଫଣ୍ଡା । ଲୁଟ ପାଇଁ ଦୋସ୍ତି । ସାଙ୍ଗ ହୋଇ ମିଶିଲେ, ନିଶା ଦେଇ ଲୁଟିଲେ । ଦେଖିବାକୁ ପାଠୁଆ ଓ ସମ୍ଭ୍ରାନ୍ତ ଘରର ଛୁଆଭଳି । ଏମାନଙ୍କ ପାଖରୁ ଜବତ ହୋଇଛି ୧ଲକ୍ଷ ୮ହଜାର ଟଙ୍କା । ୧୩ଟି ବୈଦେଶିକ ମୁଦ୍ରା ବି ଜବତ ହୋଇଛି । ସୁନା ଅଳଙ୍କାର, ଦାମୀ ଘଣ୍ଟା, ଦାମୀ ମୋବାଇଲ ଭଳି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ । ଦୁଇ ଅଭିଯୁକ୍ତ ହେଲେ ନୟାଗଡର ସିମାଞ୍ଚଳ ସୁବୁଧି ଓ ଗଞ୍ଜାମର ସୁଶାନ୍ତ ରାଉତ ।

loot recovery

ଏମାନଙ୍କ ଲୁଟ କରିବାର ଷ୍ଟାଇଲ ଥିଲା ଭିିନ୍ନ । ଟାର୍ଗେଟରେ ରେଳ ଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡ । ଯେଉଁ ଯାତ୍ରୀ ମାନେ ବାହାରୁ ଆସି ଗନ୍ତବ୍ୟ ସ୍ଥଳ ଯିବାକୁ ଅପେକ୍ଷା କରିଥାନ୍ତି, ସେମାନଙ୍କ ନିକଟତର ହୁଅନ୍ତି । ମିଠା ମିଠା କଥା କହି ଦୋସ୍ତିର ହାତ ବଢ଼ାନ୍ତି । ଥରେ ସାଙ୍ଗ ହୋଇଗଲା ପରେ ବାହାନା ଦେଖାଇ ଚା, ପାଣି ଓ କୋଲ୍ଡ ଡ୍ରିକ୍ସ ଦେଇଥାନ୍ତି । ଏଥିରେ ନିଶା ବଟିକା ଦେଇ ଆଖି ପିଛୁଳାକେ ଟଙ୍କା ଓ ମୋବାଇଲ ଲୁଟି ଫେରାର ହୋଇଯାଆନ୍ତି ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଏମାନଙ୍କ ଏକ ଗ୍ୟାଙ୍ଗ କାମ କରୁଛି । ତେଣୁ ଦୁଇ ଅଭିଯୁକ୍ତକୁ କୋର୍ଟଙ୍କ ଅନୁମତି ପରେ ଟିଆଇ ପରେଡ କରାଯିବ । ପରେ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କମିଶନରେଟ ପୋଲିସ ।

Leave A Reply

Your email address will not be published.