ଆଜି ରାଜ୍ଯରେ ୪୨୪୧ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୩ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୪୨୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୫୦୨ ଏବଂ ଲୋକାଲ୍ କେସରୁ ୧୭୩୯ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୬୭,୧୬୧ରେ ପହଁଚିଛି। ଏମାନଙ୍କ ୧,୨୯,୮୫୯ ସୁସ୍ଥ ହୋଇ ସାରିଥିବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୬,୫୮୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୬୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୮୪, ବାଲେଶ୍ବରରୁ ୧୪୧, ବରଗଡରୁ ୧୪୯, ଭଦ୍ରକରୁ ୭୨, ବଲାଙ୍ଗିରରୁ ୪୪, ବୌଦ୍ଧରୁ ୯୪, କଟକରୁ ୩୮୯, ଦେଓଗଡ ୬,ଢେଙ୍କାନାଳରୁ ୮୬, ଗଜପତିରୁ ୨୩, ଗଞ୍ଜାମରୁ ୭୫, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୫୦, ଝାରସୁଗୁଡା ୧୧୧, କଳାହାଣ୍ଡିରୁ ୧୧୪, କନ୍ଧମାଳରୁ ୧୧୬, କେନ୍ଦ୍ରାପଡାରୁ ୧୦୩, କେନ୍ଦୁଝରରୁ ୭୭, କୋରାପୁଟରୁ ୯୮, ମାଲକାନଗିରିରୁ ୨୮, ମୟୁରଭଞ୍ଜରୁ ୧୪୭, ନବରଙ୍ଗପୁରରୁ ୧୦୭, ନୟାଗଡରୁ ୯୪, ନୂଆପଡାରୁ ୯୯, ପୁରୀରୁ ୨୯୧, ରାୟଗଡାରୁ ୬୬, ସମ୍ବଲପୁରରୁ ୯୧, ସୋନପୁରରୁ ୧୨୯ ଏବଂ ସୁନ୍ଦରଗଡରୁ ୧୫୪ଜଣ , ଏହାସହ ଷ୍ଟେଟ୍ ପୁଲ୍ ରୁ ୩୩୦ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୬୯ ମୃତ୍ୟୁକୁ ବୃଦ୍ଧି ପାଇଛି ।

 

Leave A Reply

Your email address will not be published.