Sabuthi Sabubele Hata Muthare Khabar

ସୁନ୍ଦରଗଡ଼: ଟ୍ରକରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଜଣଙ୍କୁ ଗିରଫ କରିବା ସହ ୨୯ ହଜାର ଟଙ୍କା ଓ ୪ ଟି ମୋବାଇଲ୍‌ ଜବତ

ସୁନ୍ଦରଗଡ଼: ଟ୍ରକରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ। ସୁନ୍ଦରଗଡ଼ ଟାଉନ୍‌ ପୋଲିସ ଗତ ରାତିରେ ଏକ ଟ୍ରକରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ, ୩ ଜଣଙ୍କୁ ଗିରଫ କରିଛି। ସମ୍ବଲପୁରରୁ ଆସୁଥିବା ଏକ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୁନ୍ଦରଗଡ଼ ଏସ୍‌ପି ଖବର ପାଇବା ପରେ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଚଢାଉ ପରେ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୯ ହଜାର ଟଙ୍କା ଓ ୪ ଟି ମୋବାଇଲ୍‌ ଜବତ କରିଛି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ଏସ୍‌ପି କହିଛନ୍ତି ।

Leave A Reply

Your email address will not be published.