Odisha News
.

ଭୁଲରେ ବି ଘର ଆଗରେ ରଖନ୍ତୁ ନାହିଁ ଏହି ୬ ଟି ବସ୍ତୁ, ନଚେତ ଭୋଗିବାକୁ ପଡିପାରେ ଅନେକ ସମସ୍ୟା

ଆମେ ସମସ୍ତେ ଜାଣିଛେ ବାସ୍ତୁ ଶାସ୍ତ୍ର ଅନୁସାରେ ନିର୍ମାଣ କରାଯାଇଥିବା ଘର ଗୁଡିକରେ ସର୍ବଦା ଶାନ୍ତି ଓ ସମୃଦ୍ଧି ଅସିଥାଏ ।କିନ୍ତୁ ସବୁବେଳେ ଘର ଭିତରର ବାସ୍ତୁକୁ ଧ୍ୟାନରେ ରଖି ଘର ନିର୍ମାଣ କରାଯାଏ । ବାହାରରେ ବାସ୍ତୁ ସମ୍ବନ୍ଧରେ ଅନେକ ଧ୍ୟାନ ରଖନ୍ତି ନାହିଁ ଯାହା ଘରର ଅଶାନ୍ତି ବଢିବାରେ ପ୍ରମୁଖ କାରଣ ସାଜିଥାଏ । ତେବେ ଚାଲନ୍ତୁ ଜାଣିବା ଘର ଆଗରେ କେଉଁ ବସ୍ତୁ ରହିଲେ ଭୋଗିବାକୁ ପଡିଥାଏ ବାସ୍ତୁ ସମସ୍ୟା ।

ଘର ଆଗରେ କଟା ଗଛ କିମ୍ବା କ୍ଷୀର ଜାତୀୟ ଗଛ ଲଗାନ୍ତୁ ନାହିଁ

ଆପଣଙ୍କ ଘର ଆଗରେ କଟା ଗଛ ଲଗାଇବା ଉଚିତ ନୂହେଁ । ଏହା ଦ୍ୱାରା ଆପଣଙ୍କ ଶତ୍ରୁ ସଂଖ୍ୟା ବୃଦ୍ଧି ପାଇଥାଏ । ଏହା ସହିତ ପରିବାରରେ ଝଗଡାର ପରିବେଶ ସୃଷ୍ଟି ହୋଇଥାଏ । କେବଳ ଏତିକି ନୁହେଁ ଏହା ଦ୍ୱାରା ଆପଣଙ୍କ ଶରୀର ମଧ୍ୟ ବାରମ୍ବାର ଖରାପ ହୋଇଥାଏ । ସେହିପରି ଘର ବାହାରରେ ଏହିଭଳି ଗଛ ଲଗାନ୍ତୁ ନାହଁ ଯାହାର ଶରୀରରୁ କ୍ଷୀର ବାହାରିଥାଏ । ଏହି ଭଳି ଗଛ ଆପଣଙ୍କ ପାଇଁ ଅଶୁଭ ହୋଇଥାଏ ।

ପଥର ଗଦା ରଖନ୍ତୁ ନାହିଁ

 

ବାସ୍ତୁ ଶାସ୍ତ୍ର ମୁତାବକ କେବେବି ଘର ଆଗରେ ପଥର ଗଦା ରଖନ୍ତୁ ନାହିଁ । ଯଦି ଆପଣ ପଥର ଗଦାକୁ ଏମିତି ଘର ଆଗରେ ରହିବାକୁ ଦିଅନ୍ତି ତେବେ ଏହା ଆପଣଙ୍କ ପରିବାର ଉନ୍ନତିରେ ବାଧା ସୃଷ୍ଟି କରିଥାଏ । କେବଳ ଏତିକି ନୁହେଁ ଏହା ଦ୍ୱାରା ଆପଣଙ୍କ ସବୁ କାମରେ ବାଧା ସହିବାକୁ ପଡିଥାଏ ।

ଡଷ୍ଟବିନ୍‌

ଡଷ୍ଟବିନ ଡବା ଏମିତି ଏକ ବସ୍ତୁ ଯାହା ନକାରାତ୍ମକ ଶକ୍ତି ଉତ୍ପନ୍ନ  କରିଥାଏ । ଏହା ବ୍ୟତୀତ ଆପଣଙ୍କ ଶରୀରର କ୍ଷତି କରିଥାଏ । ଏଥିପାଇଁ ବାସ୍ତୁ ଶାସ୍ତ୍ରରେ ଏହି ଡଷ୍ଟବିନକୁ ଘର ଆଗରେ ନରଖିବାକୁ କୁହାଯାଇଛି ।

ବିଦ୍ୟୁତ ଖୁଣ୍ଟ

ଆପଣ ନୂଆ ଘର କିଣୁଥିବା ବେଳେ ଧ୍ୟାନରେ ରଖନ୍ତୁ ଯେମିତି ଘର ଆଗରେ ତାର ଖୁଣ୍ଟି ନଥାଏ । ଏହା ରହିବା ଦ୍ୱାରା ଆପଣଙ୍କର ଅଶୁଭ ହୋଇଥାଏ ଓ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ।

ବିଶାଳ ବୃକ୍ଷ

ଯଦି ଅପଣଙ୍କ ଘର ଆଗରେ ବିଶାଳ ବୃକ୍ଷ ରହିଥାଏ ତେବେ ବାସ୍ତୁ ଶସ୍ତ୍ର ଅନୁସାରେ ଏହା ସମସ୍ୟା ଦାୟକ ହୋଇଥାଏ । ଏହା ଦ୍ୱାରା ଆପଣଙ୍କ ଘରେ ଦୁଃଖର ମାତ୍ରା ବଢିଯାଇଥାଏ ।

ରୋଡ ଠାରୁ ଘରର ଦ୍ୱାରବନ୍ଧ ଉଚ୍ଚା ହେବା ଦରକାର

ଆପଣ ଯେଉଁ ଘରେ ରହୁଛନ୍ତି ତାହାର ମୁଖ୍ୟ ଦ୍ୱାର ବନ୍ଧ ସବୁବେଳେ ସାମ୍ନା ରୋଡ ଠାରୁ ଉଚ୍ଚା ହେବା ଦରକାର । ଯଦି ଦ୍ୱାରବନ୍ଧର ଉଚ୍ଚତା ରୋଡ ଉଚ୍ଚତା ଠାରୁ କମ ହୋଇଥାଏ ତେବେ ଏହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଏହା ସହିତ ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ବଢ଼ାଇ ଦେଇଥାଏ ।

Loading...

Leave A Reply

Your email address will not be published.