ଆଜି ଆଉ ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଆଜି ଆଉ ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି କଟକରୁ ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିରୁ ୮୮, କୋରାପୁଟ ୬୬, ଖୋର୍ଦ୍ଧା ୬୧, ରାୟଗଡା ୫୭, ଗଂଜାମ ୪୩, ସୁନ୍ଦରଗଡ଼ ୩୨, ନୟାଗଡ଼ ୩୦, ସୋନପୁର ୨୫, କନ୍ଧମାଳ ୨୦, ଢେଙ୍କାନାଳ ୧୮, କେନ୍ଦୁଝର ୧୮, ଭଦ୍ରକ ୧୬, ସମ୍ବଲପୁର ୧୫, ଜଗତସିଂହପୁର ୧୪, ଯାଜପୁର ୧୪, ଦେବଗଡ଼ ୧୩, ବଲାଙ୍ଗୀର ୬ ଜଣ , କେନ୍ଦ୍ରାପଡାରୁ ୪ ଜଣ, ବୌଦ୍ଧରୁ ଜଣେ ସୁସ୍ଥ ହୋଇଥିବା ବେଳେ ମୟୁରଭଞ୍ଜ ଓ ପୁରୀରୁ ୧୦ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡା ଓ କଳାହାଣ୍ଡିରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ଏହାସହିତ ଅନୁଗୁଳ, ବାଲେଶ୍ଵର ଓ ମାଲକାନଗିରିରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ ଜରିଆରେ ସୂଚନା ଦେଇଛି ।

Leave A Reply

Your email address will not be published.