Odisha News

୨୦୨୪ ବେଳକୁ କୌଣସି ଅନୁଷ୍ଠାନରେ ଆଉ ଦେଖିବାକୁ ମିଳିବେନି ମ୍ୟାନେଜର, ସେମାନଙ୍କର ସ୍ଥାନ ନେବେ AI ରୋବୋଟ

ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ମଧ୍ୟ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ତେବେ ଆଗାମୀ ଦିନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ନୂତନ ଟେକନିକ ପ୍ରତିଦିନର କାମକୁ ଆହୁରି ସହଜ କରିଦେବ ବୋଲି ଏକ ଗବେଷଣାରୁ ଜଣାପଡିଛି । ସୂଚନା ଅନୁଯାୟୀ AI, VPA (Virtual Personal Assistant) ଏବଂ ଚାର୍ଟବୋଟସ ଭଳି ଆଧୁନିକ ଟେକ୍ନୋଲୋଜି ୨୦୨୪ ବେଳକୁ କାମର ବୋଝକୁ 69 ପ୍ରତିଶତ କମ କରିଦେବ ।

Image result for 69-percent-of-routine-work-of-managers-taken-by-artificial-intelligence-by-2024

ଜଣେ ଗବେଷକଙ୍କ କହିବା ଅନୁଯାୟୀ ବଦଳୁଥିବା ଟେକନିକ ସହିତ ଆଗାମୀ ଚାରି ବର୍ଷ ମଧ୍ୟରେ ମ୍ୟାନେଜରଙ୍କ ଭୂମିକାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ତାଙ୍କର କହିବା ଅନୁଯାୟୀ ବର୍ତ୍ତମାନ ଫର୍ମ ଭରିବା, ସୂଚନା ଅପଡେଟ କରିବା, ଓ ୱାର୍କଫ୍ଲୋକୁ ମଞ୍ଜୁରୀ ଦେବା ଇତ୍ୟାଦିରେ ମ୍ୟାନେଜରଙ୍କର ଅଧିକ ସମୟ କଟିଯାଇଥାଏ । ଯଦି ଏହିସବୁ କାର୍ଯ୍ୟ ଗୁଡିକୁ AI ଦ୍ୱାରା କରାଯିବ ତାହେଲେ ମ୍ୟାନେଜର ନୂଆ ଜିନିଷ ଶିଖିବା, ଭଲ ପ୍ରଦର୍ଶନ କରିବା ଏବଂ ନୂଆ ଲକ୍ଷ ନିର୍ଦ୍ଧାରଣ କରିବା କରିବା ପାଇଁ ଅଧିକ ସମୟ ପାଇବେ ।

Image result for 69-percent-of-routine-work-of-managers-taken-by-artificial-intelligence-by-2024

୨୦୨୩ ବେଳକୁ AI ଏବଂ ଅତ୍ୟାଧୁନିକ ଟେକନିକ କାରଣରୁ କାମରେ ଆସୁଥିବା ବାଧା ଦୂର ହୋଇଯିବ । ଏହାଦ୍ୱାରା ଦିବ୍ୟାଙ୍ଗ ମାନଙ୍କ ନିଯୁକ୍ତିରେ ମଧ୍ୟ ତିନିଗୁଣା ବୃଦ୍ଧି ହେବ ।

ଆଜିକାଲି ବୈଷୟିକ ସ୍ତରରେ ଦକ୍ଷ କର୍ମଚାରୀ ମାନଙ୍କର ଅଭାବ ଦେଖିବାକୁ ମିଳୁଛି ଯେଉଁ କାରଣରୁ ଟେକ୍ନୋଲୋଜି କମ୍ପାନୀ ଗୁଡିକ ଗତ କିଛି ବର୍ଷ ହେବ ଉପଯୁକ୍ତ ପ୍ରାର୍ଥୀ ନିଯୁକ୍ତି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିସ୍ଥଳେ ଅନୁଷ୍ଠାନଗୁଡିକ ଯଦି ଦିବ୍ୟାଙ୍ଗମାନଙ୍କୁ ନିଯୁକ୍ତି ନ ଦେଉଛନ୍ତି ତା ହେଲେ ସେମାନେ ନିଜ ପ୍ରତିଦ୍ୱନ୍ଦୀ ମାନଙ୍କଠାରୁ ପଛରେ ପଡ଼ିଯିବ ।

Image result for 69-percent-of-routine-work-of-managers-taken-by-artificial-intelligence-by-2024

ଏକ ରିପୋର୍ଟ ଅନୁଯାୟୀ AI ଏବଂ ଅତ୍ୟାଧୁନିକ ଟେକନିକ ନିଶ୍ଚିତ ଭାବେ ମ୍ୟାନେଜରଙ୍କ ଭୂମିକାରେ ପରିବର୍ତ୍ତନ ଆଣିବା ସହିତ କର୍ମଚାରୀମାନଙ୍କର ଦାୟିତ୍ତ୍ୱ ବଢାଇବାରେ ସାହାଯ୍ୟ କରିବ । ରେସ୍ତୋରାଁ ଗୁଡିକ AI ରୋବଟିକ୍ସ ଟେକନିକ ଲାଗୁ କରିବାକୁ ଯାଉଛନ୍ତି ଯାହାଦ୍ୱାରା ଦିବ୍ୟାଙ୍ଗମାନେ ମଧ୍ୟ ରିମୋଟ ଚଳାଇ ରୋବୋଟର ନିୟନ୍ତ୍ରଣ କରିପାରିବେ ।

Loading...

Leave A Reply

Your email address will not be published.