ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ପୂରିଲା ୭ ବର୍ଷ, ଆଜିବି ନ୍ୟାୟ ଅପେକ୍ଷାରେ ପରିବାର ଲୋକେ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ପୂରିଲା ୭ ବର୍ଷ । ୨୦୧୨ ଡିସେମ୍ବର ୧୬ରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ଏହି ଲୋମହର୍ଷକ ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିଲା । ଚଳନ୍ତା ବସ୍‌ରେ ରାକ୍ଷାସ ପାଲଟି ଯାଇଥିଲେ ୬ଜଣ ନର ରାକ୍ଷାସ । ୨୩ ବର୍ଷିୟା ପାରମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯାତନା ଦେଇଥିଲେ । ଦୁଷ୍କର୍ମ ପରେ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ ଭର୍ତ୍ତି କରିଦେଇଥିଲେ । ଘଟଣାର ୧୩ ଦିନ ପରେ ଆଖି ବୁଜିଥିଲେ ପୀଡ଼ିତା । ଏହାପରେ ଜଳିଥିଲା ସାରା ଦେଶ ।

ଗିରଫ ହୋଇଥିଲେ ୬ଜଣ ପିଶାଚ । ୨୦୧୩ରେ ତିହାର ଜେଲର ଫାସୀ ଲଗାଇଥିଲେ ରାମ ସିଂ । ଜଣେ ନାବାଳକ ଅଭିଯୁକ୍ତକୁ ସୁଧାର ଗୃହରେ ରଖାଯିବା ପରେ ଛାଡି ଦିଆଯାଇଛି । ଏବେ ଅନ୍ୟ ୪ଜଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତି ଚାଲିଛି । ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅକ୍ଷୟ କୁମାର ସିଂ ରିଭ୍ୟୁ ପିଟିସନର ସୁପ୍ରିମକୋର୍ଟରେ ଆସନ୍ତା ୧୭ ତାରିଖରେ ଶୁଣାଣି ହେବ । ସେପଟେ ଆଜିବି ନିର୍ଭୟା ପରିବାର ଲୋକଙ୍କ ସହ ଦେଶବ୍ୟାପୀ ଲୋକଙ୍କ ମନରେ ସତେଜ ରହିଛି ଘଟଣା। କେବେ ଦୋଷୀଙ୍କୁ ମିଳିବ ଫାଶୀ। ନ୍ୟାୟ ଅପେକ୍ଷାରେ ପରିବାର ଲୋକେ।

Leave A Reply

Your email address will not be published.