ପକ୍ଷୀଙ୍କ ଗୀଟାର ସ୍ୱରରେ ବିମୋହିତ ହୋଇଯିବେ ଆପଣ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ

ଛୋଟ ଛୋଟ ଚଢେଇ ମାନଙ୍କ ଚିଂ ଚିଂ ଶବ୍ଦ ଆପଣ ନିଶ୍ଚିନ୍ତ ରୂପେ ଶୁଣିଥିବେ । କିନ୍ତୁ କେବେ ସେମାନଙ୍କୁ ଗୀଟାର ବଜାଉ ଥିବାର ଦେଖିଛନ୍ତି କି ? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଟି ଏହା ମଧ୍ୟ ପ୍ରମାଣିତ କରୁଛି ଯେ, ସୁମଧୁର ସ୍ୱରରେ ଅନ୍ୟକୁ ବିମୋହିତ କରି ପାରୁଥିବା ଏହି ଛୋଟ ଛୋଟ ପକ୍ଷୀ ମାନଙ୍କର ସଂଗୀତ କ୍ଷେତ୍ରରେ ଖୁବ ଦକ୍ଷତା ରହିଛି । ମଣ୍ଟ୍ରିଲ ମ୍ୟୁଜିୟମ ଅଫ ଫାଇନ ଆର୍ଟ୍ସ ତରଫରୁ ଆୟୋଜିତ ହୋଇଥିବା ଏକ ଏଗଜିବିସନ ଅନୁଯାୟୀ, ଜେବ୍ରା ଫିଂସ ନାମକ ଏହି ଚଢେଇ ୭୦ ରୁ ଅଧିକ ସଂଖ୍ୟାରେ ଦଳବଦ୍ଧ ହୋଇ ଏକ ଇଲେକ୍ଟ୍ରିକ ଗୀଟାର ଉପରେ ବସି ଅଦ୍ଭୁତ ସଂଗୀତ ରଚନା କରିଛନ୍ତି ।

କେହି ଜଣେ ଏହି ଅପରୂପ ଦୃଶ୍ୟର ଭିଡିଓ କରି ସୋସିଆଲ ମିଡ଼ିଆରେ ସେୟାର କରିଥିବା ବେଳେ ଖୁବ କମ ସମୟ ଭିତରେ ଅନେକ ଲୋକପ୍ରିୟତା ବି ହାସଲ କରିପାରିଛି । ଭିଡିଓ ଟିକୁ ପ୍ରକୃତରେ ଟ୍ୱିଟର ୟୁଜର @thegallowboob ସେୟାର କରିଥିବା ବେଳେ ଏହାର କ୍ୟାପ୍ସନରେ ଲେଖିଛନ୍ତିକି, ” ୭୦ ଚଢେଇ ପ୍ରାକୃତିକ ଉପାୟରେ ରାଣ୍ଡମ ସୀଙ୍କରନାଇଜେସନ ତରିକାରେ ଗୀଟାର ବଜାଇଛନ୍ତି । ଯାହାକି ଏକ ମନୋଲଭୁଥିବା ବାତାବରଣ ସୃଷ୍ଟି କରିଛି ।”

ଭିଡିଓରେ ଆପଣ ଦେଖିପାରୁଥିବେ, ଏକ ବଡ ହଲରେ କିଛି କିଛି ଦୂରତାରେ ଇଲେକ୍ଟ୍ରୋନିକ୍ସ ଗୀଟାର ମାନ ରଖାଯାଇଛି । ଆଉ ଏହି ସବୁ କୁ ଭୂମି ଉପରେ ରଖାଯାଇଛି । ଆଉ କାନ୍ଥରେ ଚଢେଇ ଆସିପାରିବା ପରି ବାଟ ନିର୍ମାଣ କରାଯାଇଛି । ଯେଉଁ ବାଟ ଦେଇ ଶହ ଶହ ସଂଖ୍ୟାରେ ଚଢେଇ ଏହି ବାଟ ଦେଇ ଆସି ଗୀଟାର ଉପରେ ସୁମଧୁର ସଂଗୀତ ସୃଷ୍ଟି କରିଛି ।

Leave A Reply

Your email address will not be published.