ଆଜି ରାଜ୍ୟରେ କରୋନାରୁ ୭୬୬୪ ଜଣ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬୧ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଜି ମଧ୍ୟ ୭ ହଜାର ପାର କଲା  ସୁସ୍ଥ ସଂଖ୍ୟା। ଆଜି ରାଜ୍ୟରେ କରୋନାରୁ ୭୬୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬୧ ଜଣ  ଓ ପୁରୀ ଜିଲ୍ଲାରୁ ୫୧୨ ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ  ରାଜ୍ୟରେ ଏଯାବତ କରୋନାରୁ ୪ ଲକ୍ଷ ୩୯ ହଜାର ୩୨୨ ଜଣ ଆକ୍ରାନ୍ତ କରୋନରୁ ସୁସ୍ଥ ହୋଇଛନ୍ତି । ଏନେଇ  ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ   ସୂଚନା ଦେଇଛି।


ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୫୦୯ ଜଣ, ସୁନ୍ଦରଗଡ଼ରୁ ୪୭୩, ଅନୁଗୁଳରୁ ୪୬୪, ବଲାଙ୍ଗୀରରୁ ୪୬୧, ଝାରସୁଗୁଡ଼ାରୁ ୪୩୭, ନୂଆପଡ଼ାରୁ ୩୫୩, ବରଗଡ଼ରୁ ୩୩୪, ନବରଂଗପୁରରୁ ୩୩୦, ସମ୍ବଲପୁରରୁ ୩୨୧, ଯାଜପୁରରୁ ୨୯୦, କଳାହାଣ୍ଡିରୁ ୨୮୯ ଓ ମୟୂରଭଂଜରୁ ୨୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ରାୟଗଡ଼ା ଜିଲ୍ଲାରୁ ୧୯୨, ଗଂଜାମରୁ ୧୬୧, କେନ୍ଦୁଝରରୁ ୧୫୪, ନୟାଗଡ଼ରୁ ୧୪୦, ସୁବର୍ଣ୍ଣପୁରରୁ ୧୨୨, ଜଗତସିଂହପୁରରୁ ୧୧୪, କୋରାପୁଟରୁ ୯୯, ବାଲେଶ୍ୱରରୁ ୯୭, ଭଦ୍ରକରୁ ୯୧, ଗଜପତିରୁ ୭୮, କେନ୍ଦ୍ରାପଡ଼ାରୁ ୭୭, ଦେବଗଡ଼ରୁ ୭୫, କନ୍ଧମାଳରୁ ୪୫, ମାଲକାନଗିରିରୁ ୩୧, ଢେଙ୍କାନାଳରୁ ୨୨, ବୌଦ୍ଧରୁ ୨୦ ଓ ରାଜ୍ୟପୁଲରୁ ୧୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.