Odisha News
.

ମହାଭାରତର ୯ ପ୍ରସିଦ୍ଧ ପ୍ରେମକାହାଣୀ : ଯାହା ବଦଳାଇ ଦେଲା ସମ୍ପୂର୍ଣ୍ଣ ଇତିହାସ

mahabharat love storyକେବଳ ଯୁଦ୍ଧ ନୁହେଁ ସଂପର୍କର ମାୟାଜାଲକୁ ନେଇ ମଧ୍ୟ କାହାଣୀ ମହାଭାରତ । ଗୋଟିଏ ପଟେ ବହୁପତ୍ନୀ ଏବଂ ଅନ୍ଯପଟେ ବହୁପତି । କେଉଁଠି କାହାର ଅପହରଣ ଏବଂ ଅନ୍ଯ କେଉଁଠି କାହାକୁ କରାଯାଉଥିଲା ଜବରଦସ୍ତ ବିବାହ । ହେଲେ ଏ ସମସ୍ତ ମଧ୍ୟରେ ପ୍ରେମର ଫୁଲ ମଧ୍ୟ ଖେଳିଥିଲା । ମହାଭାରତରେ ଏମିତି ତ ଅନେକ ପ୍ରେମକାହାଣୀ ରହିଛି । କିନ୍ତୁ ତା ମଧ୍ୟରେ ରହିଛି ୯ଟି ପ୍ରେମକାହାଣୀ ଯାହା ଦେଖାଇଥିଲା ଯୁଦ୍ଧର ବାଟ ଏବଂ ବଦଳାଇ ଦେଇଥିଲା ଇତିହାସ ।

ସତ୍ଯବତୀ ଏବଂ ଋଷି ପରାଶର :

ଧୀବର ନାମକ ଜଣେ ମତ୍ସ୍ଯଜୀବୀର ଝିଅ ଥିଲେ ସତ୍ଯବତୀ । ତେଣୁ ନିଜ ଡଙ୍ଗାରେ ସେ ଲୋକମାନଙ୍କୁ ଯମୁନା ନଦୀ ପାର କରାଉଥିଲେ । ଦିନେ ଋଷି ପରାଶର ତାଙ୍କ ନୌକାରେ ଯିବା ବେଳେ ସତ୍ଯବତୀଙ୍କ ଆଡକୁ ଆକର୍ଷିତ ହୋଇ ପ୍ରେମ କରି ବସିଥିଲେ । ସତ୍ଯବତୀ କିନ୍ତୁ ତାଙ୍କ ଆଗରେ ରଖିଥିଲେ ତିନିଟି ସର୍ତ୍ତ । ପ୍ରଥମଟି ଥିଲା ତାଙ୍କୁ କୌଣସି କାର୍ଯ୍ଯ କରୁଥିବାର ଯେମିତି କେହି ନ ଦେଖନ୍ତି , ତେଣୁ ପରାଶର ତାଙ୍କ ଏକ କୃତ୍ରିମ  ଆବରଣ ବନାଇଦେଇଥିଲେ । ଦ୍ବିତୀୟ ସର୍ତ୍ତ ଥିଲା ତାଙ୍କ କୁମାରୀତ୍ବ ପ୍ରଭାବିତ ଯେମିତି ନହେବ । ତେଣୁ ପରାଶର ପ୍ରତିଶୃତି ଦେଇଥିଲେ ଯେ ପିଲା ଜନ୍ମ ହେବା ପରେ ସତ୍ଯବତୀଙ୍କ କୁମାରୀତ୍ବ ପୂର୍ବ ପରି ହୋଇଯିବ । ଏବଂ ତୃତୀୟ ସର୍ତ୍ତଟି ଥିଲା ତାଙ୍କ ଶରୀରରୁ ଆସୁଥିବା ମାଛ ଗନ୍ଧ ସୁନ୍ଦର ବାସ୍ନାରେ ପରିଣତ ହେବା । ତେଣୁ ପରାଶର ତାଙ୍କ ଚାରିପଟେ ଏକ ସୁଗନ୍ଧ ଯୁକ୍ତ ବାତାବରଣ ତିଆରି କରିଦେଇଥିଲେ । ସତ୍ଯବତୀ ଏବଂ ପରାଶରଙ୍କ ପ୍ରେମର ଯୋଗୁଁ ଜନ୍ମ ହୋଇଥିଲେ ମହର୍ଷି ବେଦ ବ୍ଯାସ ।

santanu

ଶାନ୍ତନୁ ଏବଂ ସତ୍ଯବତୀଙ୍କ ପ୍ରେମ କାହାଣୀ  :

ଏହି ସତ୍ଯବତୀ ହିଁ ଶାନ୍ତନୁଙ୍କୁ ବିବାହ କରିଥିଲେ । ଯଦି ସତ୍ଯବତୀଙ୍କୁ  ଶାନ୍ତନୁ ପ୍ରେମ କରିନଥାନ୍ତେ ତେବେ ମହାଭାରତ ଏବଂ କୁରୁବଂଶର ଇତିହାସ କିଛି ଅଲଗା ହିଁ ହୋଇଥାନ୍ତା । ମହାରାଜା ଶାନ୍ତନୁଙ୍କୁ ଗଙ୍ଗାଙ୍କଠାରୁ ଏକ ପୁତ୍ର ସନ୍ତାନ ହୋଇଥିଲା । ଯାହାଙ୍କ ନାଁ ଥିଲା ଦେବବ୍ରତ । ଦେବବ୍ରତଙ୍କୁ ହସ୍ତିନାପୁରର ଯୁବରାଜ ଘୋଷିତ କରାଯାଇଥିଲା । ସେହି ଦେବବ୍ରତ ଆଗକୁ ଯାଇ ଭୀଷ୍ମ ନାଁରେ ପରିଚିତ ହୋଇଥିଲେ ।

ଗଙ୍ଗାଙ୍କ ଚାଲିଯିବା ପରେ ସତ୍ଯବତୀଙ୍କୁ ପ୍ରେମ କରି ବସିଥିଲେ ରାଜା ଶାନ୍ତନୁ । କିନ୍ତୁ ବିବାହ ପାଇଁ ଯେତେବେଳେ ଶାନ୍ତନୁ ସତ୍ଯବତୀଙ୍କ ବାପାଙ୍କୁ ପ୍ରସ୍ତାବ ଦେଇଥିଲେ ସେତେବେଳେ ସେ ଏକ ଅଜବ ସର୍ତ୍ତ ରଖିଥିଲେ । ସର୍ତ୍ତ ଥିଲା ଯେ  ବିବାହ ପରେ ସତ୍ଯବତୀଙ୍କ ପୁତ୍ର ହିଁ ହସ୍ତିନାପୁରର ଯୁବରାଜ ହେବେ । ହେଲେ ଏହି ସର୍ତ୍ତ ଶୁଣି ଫେରିଆସି ସତ୍ଯବତୀଙ୍କ ମନେପକାଇ ସବୁବେଳେ ବ୍ଯାକୁଳ ରହିଲେ । ଯେତେବେଳେ ଏହି କଥା ଭୀଷ୍ମଙ୍କୁ ଜଣା ପଡିଥିଲା ସେତେବେଳେ ପିତାଙ୍କ ଖୁସି ପାଇଁ ଆଜୀବନ ବ୍ରହ୍ମଚାରୀ ରହିବାର ପ୍ରତିଜ୍ଞା କରିଥିଲେ । ଏବଂ ସତ୍ଯବତୀଙ୍କ ବିବାହ ପିତା ଶାନ୍ତନୁଙ୍କ ସହ କରାଇଥିଲେ ।

କୃଷ୍ଣ ଏବଂ ରୁକ୍ମଣୀଙ୍କ ପ୍ରେମ :

ରାଧା କୃଷ୍ଣଙ୍କ ପ୍ରେମକାହାଣୀ ତ ସମସ୍ତେ ଜାଣନ୍ତି । କିନ୍ତୁ କୃଷ୍ଣ ଏବଂ ରୁକ୍ମଣୀଙ୍କ ପ୍ରେମକାହାଣୀ ଖୁବ୍ କମ୍ ଜଣା । ବିଦର୍ଭର ରାଜା ଭୀଷ୍ମକଙ୍କ ପୁତ୍ରୀ ରୁକ୍ମଣୀ ମନେ ମନେ ନିଷ୍ପତି ନେଇ ସାରିଥିଲେ ଯେ ସେ କୃଷ୍ଣଙ୍କ ବ୍ଯତୀତ ଆଉ କାହାକୁ ବିବାହ କରିବେ ନାହିଁ । ଅନ୍ଯପଟେ କୃଷ୍ଣଙ୍କୁ ଏହି କଥା ଜଣାଥିଲା । କିନ୍ତୁ ରୁକ୍ମଣୀଙ୍କ ଭାଇ ରୁକ୍ମ ଚାହୁଁଥିଲେ ସେ କୃଷ୍ଣଙ୍କ ପିଉସୀ ପୁଅ ଶିଶୁପାଳଙ୍କୁ ବିବାହ କରୁ ବୋଲି । ମାତା ପିତାଙ୍କ ବିରୋଧ ପରେ ବି ରୁକ୍ମ ଭଉଣୀ ରୁକ୍ମଣୀଙ୍କ  ବିବାହ ଶିଶୁପାଳଙ୍କ ଜୋର କରି ସ୍ଥିର କରିଦେଇଥିଲେ । ଏହା ଜାଣିବା ପରେ କୃଷ୍ଣ ରୁକ୍ମଣୀଙ୍କୁ ହରଣ କରିନେଇଥିଲେ ।

arjun and subhadra

ଅର୍ଜୁନ ଏବଂ ସୁଭଦ୍ରା :

ଶ୍ରୀକୃଷ୍ଣଙ୍କ ଭଉଣୀ ଥିଲେ ସୁଭଦ୍ରା । ବଳରାମ ଚାହୁଁଥିଲେ ସୁଭଦ୍ରାଙ୍କ ବିବାହ କୌରବ କୂଳରେ ହେଉ ବୋଲି । ଆଉ ବଳରାମଙ୍କ ଏହି ଯିଦ୍ ପାଇଁ ଅର୍ଜୁନଙ୍କ ଦ୍ବାରା ସୁଭଦ୍ରାଙ୍କୁ ଅପହରଣ କରାଇଥିଲେ । ପରେ ଦ୍ବରକାରେ ଉଭୟଙ୍କ ବିବାହ ବିଧିପୂର୍ବକ ହୋଇଥିଲା ।

ସେହିପରି ଅର୍ଜୁନ ମଣିପୁରର ରାଜକୁମାରୀ ଚିତ୍ରାଙ୍ଗଦାଙ୍କୁ ପ୍ରେମ କରିଥିଲେ । ତେବେ ଉଭୟଙ୍କ ବିବାହ ପାଇଁ ଏକ ସର୍ତ୍ତ ରଖିଥିଲେ ଚିତ୍ରାଙ୍ଗଦାଙ୍କ ପତା ତଥା ମଣିପୁରର ରାଜା ଚିତ୍ରବାହନ । ସର୍ତ୍ତ ଥିଲା ଯେ ଚିତ୍ରାଙ୍ଗଦାଙ୍କ ପୁତ୍ର ସମ୍ଭାଳିବ ମଣିପୁରର ସାମ୍ରାଜ୍ଯ । ଅର୍ଜୁନ ଏହି ସର୍ତ୍ତରେ ରାଜି ହୋଇ ଯାଇଥିଲେ । ଚିତ୍ରବାହାନଙ୍କ ମ୍‌ତୁ ପରେ ଅର୍ଜୁନ ଏବଂ ଚିତ୍ରାଙ୍ଗଦାଙ୍କ ପୁତ୍ର ବବ୍ରୁବାହାନ ମଣିପୁରର ରାଜା ହୋଇଥିଲେ । କୁହାଯାଏ ମହାଭାରତ ଯୁଦ୍ଧ ପରେ ଅର୍ଜୁନଙ୍କୁ ଯୁଦ୍ଧରେ ହରାଇ ଦେଇଥିଲେ ପୁତ୍ର ବବ୍ରୁବାହାନ ।

Subhadra_Haran

ଅର୍ଜୁନ ଏବଂ ଉଲୁପି :

ସେହିପରି ଅର୍ଜୁନଙ୍କର ଆଉ ଏକ ପ୍ରେମ କାହାଣୀ ହେଉଛି ଉଲୁପି । କୁହାଯାଏ ଉଲୁପି ଜଳପରୀ ଥିଲା । କୁହାଯାଏ ଅର୍ଜୁନ ଏବଂ ଚିତ୍ରାଙ୍ଗଦାଙ୍କ ପୁତ୍ର ବବ୍ରୁବାହାନଙ୍କୁ ଯୁଦ୍ଧ କୌଶଳ ଶିକ୍ଷା ଦେଇଥିଲେ ଉଲୁପି । ଅର୍ଜୁନ ଏବଂ ଉଲୁପିଙ୍କ ପୁତ୍ର ନାଁ ଥିଲା ଇରାବାନ୍ । ଭୀଷ୍ମପର୍ବ ୯୦ମ ଅଧ୍ୟାୟରେ ସଂଜୟ ଧୁତରାଷ୍ଟ୍ରଙ୍କୁ ଇରାବନଙ୍କ ପରିଚୟ ଦେଇଥିଲେ । କୁହାଯାଏ ନାଗରାଜଙ୍କ ପୁତ୍ରୀ ଉଲୁପି ସନ୍ତାନହୀନ ଥିଲେ । ଉଲୁପିଙ୍କ ସ୍ବାମୀଙ୍କୁ ଗରୁଡ ହତ୍ଯା କରିଥିଲା । ଉଲୁପିଙ୍କୁ ବିବାହ କରିବା ପରେ ତାଙ୍କ ଔରଶରୁ ଜନ୍ମ ହୋଇଥିଲେ ଇରାବନ୍ । ଇରାବନ୍ ସବୁବେଳେ ମାତ୍‌କୂଳରେ ରହୁଥିଲେ । ମାତା ଉଲୁପିଙ୍କ ଦ୍ବାରା ହିଁ ତାଙ୍କର ପାଳନ ପୋଷଣ ହୋଇଥିଲା । ଇରାବନ୍ ପିତା ଅର୍ଜୁନଙ୍କ ପରି ରୂପବାନ୍, ବଳବାନ୍ ଏବଂ ସତ୍ଯ ପରାକ୍ରମୀ ଥିଲେ ।

ସାମ୍ବ ଏବଂ ଲକ୍ଷ୍ମଣାଙ୍କ ପ୍ରେମ :

ଭଗବାନ ଶ୍ରୀକୃଷ୍ଣଙ୍କ ୮ ପତ୍ନୀଙ୍କ ମଧ୍ୟରୁ ଜାମ୍ବବତୀ ଥିଲେ ଅନ୍ଯତମ । କୃଷ୍ଣ ଏବଂ ଜାମ୍ବବତୀଙ୍କ ପୁତ୍ରଙ୍କ ନାଁ ଥିଲା ସାମ୍ବ । ମହାଭାରତ କାହାଣୀ ଅନୁସାରେ, ଦୁର୍ଯୋଧନ ଏବଂ ଭାନୁମତୀଙ୍କ ଝି୍ଅ ଲକ୍ଷ୍ମଣାଙ୍କୁ ପ୍ରେମ କରି ବସିଥିଲେ ସାମ୍ବ । କିନ୍ତୁ ଏହାକୁ ବିରୋଧ କରୁଥିଲେ ଦୁର୍ଯୋଧନ । ତେଣୁ ଦିନେ ଲକ୍ଷ୍ମଣାଙ୍କୁ ସାମ୍ବ ଅପହରଣ କରି ନେଲେ । ଏକଥା ଜାଣିବା ପରେ କୌରବ ନିଜର ପୁରା ସେନା ଲଗାଇ ସାମ୍ବଙ୍କୁ ବନ୍ଦି କରି ନେଲେ । ଏକଥା ଜାଣିବା ପରେ ସାମ୍ବକୁ ମୁକ୍ତ କରିବାକୁ ହସ୍ତିନାପୁର ପହଂଚିଥିଲେ ବଳରାମ । କିନ୍ତୁ ବଳରାମଙ୍କ ନିବେଦନ ପରେ ମଧ୍ୟ ସାମ୍ବଙ୍କୁ ଛାଡି ନଥିଲେ କୌରବ । ଯେଉଁଥିରେ ରାଗି କି ହସ୍ତିନାପୁରକୁ ଗଙ୍ଗାରେ ବୁଡାଇବା ପାଇଁ ବାହାରିଥିଲେ ବଳରାମ ।  ଏହାପରେ କୌରବ ମାନେ କ୍ଷମା ପ୍ରାର୍ଥନା କରିବା ପରେ ବଳରାମ ଶାନ୍ତ ପଡିଥିଲେ । ଏହା ସହ ସାମ୍ବ ଏବଂ ଲକ୍ଷ୍ମଣାଙ୍କ ବିବାହ ବିଧିପୂର୍ବକ କରାଯାଇଥିଲା ।

ହିଡିମ୍ବା ଏବଂ ଭୀମ :

ଲାକ୍ଷ ଗୃହରୁ ବଂଚିଯିବା ପରେ ଜଙ୍ଗଲରେ ଥିବା ସମୟରେ ପହରା ଦେଉଥିଲେ ଭୀମ । ଯେଉଁ ଜଙ୍ଗଲରେ ସେମାନେ ରହୁଥିଲେ ତାହା ରାକ୍ଷାସରାଜ ହିଡିମ୍ବ ଥିଲା । ତା ଝିଅର ନାଁ ଥିଲା ହିଡିମ୍ବା ଯିଏ ଜଣେ ନରଭକ୍ଷକ । ତେବେ ଜଙ୍ଗଲରେ ଭୀମଙ୍କୁ ଦେଖି ପ୍ରେମରେ ପଡିଯାଇଥିଲା ଏବଂ ବେଶ ବଦଳାଇ ବିବାହ ପାଇଁ ଭୀମଙ୍କ ନିକଟରେ ପ୍ରସ୍ତାବ ରଖିଥିଲା । ବହୁତ ସମସ୍ଯା ପରେ ଉଭୟଙ୍କ ବିବାହ ହୋଇଥିଲା । କିନ୍ତୁ ମାତ୍ର କିଛି ଦିନ ପାଇଁ ସାଥିରେ ରହିଥିଲେ । ଯେତେବେଳେ ଭୀମ ତାକୁ ଛାଡିଥିଲେ ସେତେବେଳେ ଘଟୋତକଚର ଜନ୍ମ ହୋଇ ସାରିଥିଲା । ଯାହାର ବିନା କୌଣସି ଦ୍ବିଧାରେ ଏକା ପାଳନ ପୋଷଣ କରିଥିଲା ହିଡିମ୍ବା।

karana

କର୍ଣ୍ଣ ଏବଂ ଦୌପଦୀଙ୍କ ପ୍ରେମ କାହାଣୀ :

ଏହି କାହାଣୀ ମାନ୍ଯତା ଉପରେ ଆଧରିତ । କେତେ ଦୂର ସତ ତାହା ସ୍ବଷ୍ଟ ହୋଇ ନାହିଁ । କୁହାଯାଏ ଦୌପଦୀ ଏବଂ ମହାରଥୀ କର୍ଣ୍ଣ ପରସ୍ପରକୁ ପ୍ରେମ କରୁଥିଲେ । ଦୌପଦୀଙ୍କ ସ୍ବୟମ୍ଭରରେ କର୍ଣ୍ଣ ମଧ୍ୟ ଯାଇଥିଲେ । ରାଜା ଦ୍ରୁପଦ ଭୀଷ୍ମଙ୍କୁ ବିରୋଧ କରୁଥିଲେ ଏବଂ କର୍ଣ୍ଣ ଭୀଷ୍ମଙ୍କୁ ସମର୍ଥନ କରୁଥିଲେ । ରାଜା ଦ୍ରୁପଦ ପ୍ରଥମରୁ ହିଁ ଦୌପଦୀଙ୍କୁ କହି ରଖିଥିଲେ କର୍ଣ୍ଣ ଜଣେ ସୂତ ପୁତ୍ର । ଏବଂ ତାଙ୍କୁ ବିବାହ କଲେ ସାରା ଜୀବନ ଜଣେ ଦାସର ପତ୍ନୀର ପରିଚୟ ହିଁ ମିଳିବ । ତେଣୁ ସ୍ବୟମ୍ଭରରେ ନିରାଶ ଦୌପଦୀ କଠିନ ନିର୍ଣ୍ଣୟ ନେବା ସହ ପୁରା ସଭାରେ କର୍ଣ୍ଣଙ୍କୁ ସୂତ ପୁତ୍ର କହି ଅପମାନ କରିଥିଲେ । ତଥାପି ବସ୍ତ୍ରହରଣ ସମୟରେ କର୍ଣ୍ଣଙ୍କଠାରୁ ସାହାଯ୍ଯ ଆଶା ରଖିଥିଲେ ଦୌପଦୀ। କିନ୍ତୁ କର୍ଣ୍ଣ ନିଜ ଅପମାନକୁ ମନେ ରଖି ଦୌପଦୀଙ୍କୁ କୌଣସି ସାହାଯ୍ଯ କରିନଥିଲେ । ପରେ ଶରଶର୍ଯ୍ଯାରେ ଥିବା ସମୟରେ ଦ୍ରୌପଦୀଙ୍କୁ ପ୍ରେମ କରୁଥିବାର ଭୀଷ୍ମ ପିତାମହଙ୍କୁ କର୍ଣ୍ଣ କହିଥଲେ । ଏକଥା ଦ୍ରୌପଦୀ ମଧ୍ୟ ଶୁଣିଥିଲେ । ଆଉ ପ୍ରଥମଥର ପାଇଁ ଜାଣିବାକୁ ପାଇଥିଲେ ଯେ ମହାବୀର କର୍ଣ୍ଣ ମଧ୍ୟ ତାଙ୍କୁ ପ୍ରେମ କରନ୍ତି ।

ରାଜା ଦୁଷ୍ମନ୍ତ ଏବଂ ଶକୁନ୍ତଳା :

ଏହା ମହାଭାରତର ପ୍ରସିଦ୍ଧ ପ୍ରେମକାହାଣୀ  । ରାଜା ଦୁଷ୍ମନ୍ତ ଏବଂ ଶକୁନ୍ତଳାଙ୍କ ପ୍ରେମକାହାଣୀ ମଧ୍ୟ ସମସ୍ତେ ଜାଣନ୍ତି । ବିଶ୍ବାମିତ୍ର ଏବଂ ମେନକାଙ୍କ ସନ୍ତାନ ଥିଲେ ଶକୁନ୍ତଳା । ଉଭୟ ଗନ୍ଧର୍ବ ବିବାହ କରି ଜଙ୍ଗଲରେ ହିଁ ରହୁଥିଲେ । କିଛି ଦିନ ରହିବା ପରେ ରାଜା ଦୁଷ୍ମନ୍ତ ପୁନଃ ନିଜ ରାଜ୍ଯକୁ ଯିବା ପାଇଁ ବାହରିଲେ । କିନ୍ତୁ ଯିବା ଆଗରୁ ଶକୁନ୍ତଳାଙ୍କୁ ପୁଣି ଥରେ ଫେରି ସାଙ୍ଗରେ ନେଇ ଯିବାର ପ୍ରତିଶୃତି ଦେବା ସହ ଏକ ମୁଦି ଦେଇ ଚାଲିଯାଇଥିଲେ । ଦିନେ ଶକୁନ୍ତଳାଙ୍କଠାରୁ ଉଚିତ୍ ସତ୍କାର ନପାଇ ଋଷି ଦୁର୍ବାସା ତାଙ୍କୁ ଅଭିଶାପ ଦେଇଥିଲେ ଯେ ଯାହାକୁ ତୁମେ ମନେ ପକାଉଛ ସେ ତମକୁ ଭୁଲି ଯିବ । ଗର୍ଭବତୀ ଶକୁନ୍ତଳା ଋଷିଙ୍କୁ କ୍ଷମା ମାଗିବାରୁ ଦୁର୍ବସା କହିଥିଲେ କୌଣସି ଚିହ୍ନ ଦେଖାଇଲେ ତାଙ୍କୁ ସବୁ କଥା ମନେ ପଡିବ ।

ରାଜା ଦୁଷ୍ମନ୍ତଙ୍କୁ ଦେଖା କରିବାକୁ ଯିବା ବାଟରେ ଶକୁନ୍ତଳାଙ୍କ ମୁଦି ହଜିଗଲା । ଯାହାକୁ ଏକ ମାଛ ଗିଳି ଦେଇଥିଲା । ଫଳରେ ଦୁର୍ବାସା ଋଷିଙ୍କ ଅଭିଶାପ କାରଣରୁ ରାଜା ଦୁଷ୍ମନ୍ତ ତାଙ୍କୁ ଚିହ୍ନି ପାରିନଥିଲେ । ଅନ୍ଯପଟେ ଜଣେ ଧୀବର ମାଛ ପେଟର ଏହି ମୁଦି ପାଇ ମୂଲ୍ଯବାନ ବୋଲି ରାଜା ଦୁଷ୍ମନ୍ତଙ୍କୁ ଦେଇଥିଲେ । ଏହା ପରେ ଦୁଷ୍ମନ୍ତଙ୍କର ସମସ୍ତ କଥା ମନେ ପଡିଥିଲା । ଏବଂ ସେ ଶକୁନ୍ତଳାଙ୍କୁ କଶ୍ଯପ ଋଷିଙ୍କ ଆଶ୍ରମରୁ ନିଜ ରାଜ୍ଯକୁ ନେଇଥିଲେ । ଉଭୟଙ୍କର ଏକ ପୁତ୍ର ସନ୍ତାନ ଥିଲା ଯାହାର ନାଁ ଥିଲା ଭରତ । ଯିଏ ଆଗକୁ ଯାଇ ମହାନ୍ ପ୍ରତାପୀ ସମ୍ରାଟ ବନିଥିଲେ ।

ପୁରୁବଂଶର ରାଜା ଦୁଷ୍ମନ୍ତ ଏବଂ ଶକୁନ୍ତଳାଙ୍କ  ପୁତ୍ର ଭରତଙ୍କ ଗଣନା ’ମହାଭାରତ’ରେ ବର୍ଣ୍ଣିତ ୧୬ ଜଣ ସର୍ବଶ୍ରେଷ୍ଠ ରାଜାଙ୍କ ମଧ୍ୟରେ ହୋଇଛି । କାଳିଦାସଙ୍କ ଲିଖିତ ମହାନ ସଂସ୍କ୍‌ତ ଗ୍ରନ୍ଥ ’ଅଭିଜ୍ଞାନ ଶାକୁନ୍ତଳମ’ରେ ବର୍ଣ୍ଣିତ ଏକ ବ୍‌ତାନ୍ତ ଅନୁସାରେ ରାଜା ଦୁଷ୍ମନ୍ତ ଏବଂ ଶକୁନ୍ତଳାଙ୍କ ପୁତ୍ର ଭରତଙ୍କ ଅନୁସାରେ ହିଁ ଭାରତବର୍ଷର ନାମ କରଣ ହୋଇଛି । ମରୁଦ୍ରୋଣଙ୍କ ଆଶୀର୍ବାଦରୁ ହିଁ ଭରତଙ୍କୁ ଭରଦ୍ବାଜ ନାମକ ପୁତ୍ର ହୋଇଥିଲା । ଭରଦ୍ବାଜ ଜଣେ ମହାନ୍ ଋଷି ଥିଲେ । ଚକ୍ରବର୍ତ୍ତୀ ରାଜା ଭରତଙ୍କ ଚରିତ୍ରର ଉଲ୍ଲେଖ ମହାଭାରତର ଆଦି ପର୍ବରେ ହୋଇଛି ।

Leave A Reply

Your email address will not be published.