ପୁଣି ରାଜ୍ୟରେ ୯୦ କରୋନା ଆକ୍ରାନ୍ତ ସୁସ୍ଥ, ୯୭୭ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

କେନ୍ୟୁଜ୍ (ବ୍ୟୁରୋ): ପୁଣି ରାଜ୍ୟରେ ୯୦ କରୋନା ଆକ୍ରାନ୍ତ ସୁସ୍ଥ। ବର୍ତ୍ତମାନ ସୁସ୍ଥ ସଂଖ୍ୟା ୯୭୭ରେ ପହଞ୍ଚିଲା ବୋଲି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ ମାଧ୍ୟମରେ  ଜଣାଇଛି। ବର୍ତ୍ତମାନ ଓଡିଶାରେ ଆକ୍ଟିଭ କେସ ରହିଛି ୭୩୭।  ଜଗତସିଂହପୁର ୨୩,  ଯାଜପୁରରୁ ୨୨,  ଭଦ୍ରକରୁ ୨୧, ଗଞ୍ଜାମରୁ ୧୫, କଟକରୁ ୩, ଖୋର୍ଦ୍ଧା ଓ ସମ୍ବଲପୁରରୁ ୨ ଲଖାଏଁ ଓ ବାଲେଶ୍ବର ଓ ନୟାଗଡରୁ ଜଣେ ଲଖାଏଁ ସୁସ୍ଥ ହୋଇଛନ୍ତି।

ସେହିଭଳି ଅପରାହ୍ନରେ  ରାଜ୍ଯରେ ପୁଣି ୬୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ଯରେ ମାଟ ସଂକ୍ରମିତଙ୍କ ସଂଖ୍ଯା ୧୭୨୩କୁ ବୃଦ୍ଧି ପାଇଛି । ସଂକ୍ରମିତ ବ୍ଯକ୍ତିଙ୍କ ମଧ୍ଯରୁ ୬୧ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣା ପଡିଛି। ପଜିଟିଭ୍ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ଯରୁ ଖୋର୍ଦ୍ଧାରୁ ୧୨, ଗଞ୍ଜାମ ୪, ବାଲେଶ୍ବର ୩, କଟକ ୩, ପୁରୀ ୧, ବଲାଙ୍ଗିର ୬, କୋରାପୁଟ ୧, ଜଗତସିଂହପୁର ୧୧, ସୁନ୍ଦରଗଡ ୨, ମୟୂରଭଞ୍ଜ ୧, ଢେଙ୍କାନାଳ ୯, ସମ୍ବଲପୁର ୧, ଝାରସୁଗୁଡା ୧, ନବରଙ୍ଗପୁର ୧, ନୟାଗଡ ୭ ବୋଲି ଜଣାପଡିଛନ୍ତି।

 

 

Leave A Reply

Your email address will not be published.