ବିରଳ ଅସ୍ତ୍ରୋପଚାର କରି ମହିଳାଙ୍କ ପେଟରୁ ବାହାର କରାଗଲା ୨୦ କେଜିର ଟ୍ୟୁମର, ଦୀର୍ଘ ସମୟ କସରତ କରିଥିଲେ ଡାକ୍ତରୀ ଟିମ୍

ଭୁବନେଶ୍ବର(କେନ୍ୟୁଜ୍): ମହିଳାଙ୍କ ପେଟ(ଗର୍ଭାଶୟ)ରୁ ବାହାରିଲା ୨୦ କେଜିର ମାଂସ ପିଣ୍ଡୁଳା  ବା ଟ୍ୟୁମର। ଏହା କୌଣସି ବାହାର ରାଜ୍ୟ ନୁହେଁ ବରଂ ଓଡିଶାର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କରାଯାଇଛି ଏହି ବିରଳ ଅସ୍ତ୍ରୋପଚାର । ଆଜି  ଦୀର୍ଘ ସମୟର ଅପରେସନରେ ମହିଳାଙ୍କ ପେଟରୁ ବାହାର କରାଯାଇଛି ଏହି ୨୦ କେଜିର ମାଂସ ପିଣ୍ଡୁଳା।  ଡାକ୍ତର ମନୋରଞ୍ଜନ ମାହାପାତ୍ର, ଜିତା ପରିଜା, କାଭିନ୍, ଆନାସ୍ଥେସିଆ ଡାକ୍ତର ଜାନକୀ, ରଜତ ଓ ସୁମିତ୍ରା ମହାନ୍ତି ପ୍ରମୁଖ ବରିଷ୍ଠ ଡାକ୍ତରୀ ଟିମ୍  ଏହି ବିରଳ ଅପରେସନରେ ସାମିଲ ହୋଇଥିଲେ। ପରେ ମହିଳାଙ୍କ ପେଟରୁ ଏହି ୨୦ କେଜିଆ ଟ୍ୟୁମରକୁ ବାହାର କରାଯାଇଥିଲା । ଯେହେତୁ ମହିଳା ଜଣକ ଗରିବ ପରିବାର ହୋଇଥିଲେ ତେଣୁ ତାଙ୍କୁ ମୋ ସରକାର ଯୋଜନା ମାଧ୍ୟମରେ  ଏହି ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣାରେ କରାଯାଇଛି।

 

Leave A Reply

Your email address will not be published.