ସମସ୍ୟାରେ ମୋହନା ସହର, ସମାଧାନଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଯୁବକ ସଙ୍ଘର ସ୍ମାରକ ପତ୍ର ପ୍ରଦାନ

ମୋହନା: ଗଜପତି ଜ଼ିଲ୍ଲାର ମୋହନା ସହର l ଜ଼ିଲ୍ଲାର ରାଜନୈତିକ ଏବଂ ବ୍ୟବସାୟୀକ ପେଣ୍ଠସ୍ଥଳି କିନ୍ତୁ ପରିତାପର ବିଷୟ l ବର୍ତ୍ତମାନ ମୋହନା ସମସ୍ୟାରେ ଜର୍ଜରିତ l ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ରାଜନୀତି କିଛି ଲୋକଙ୍କ ବେପାର ପାଲଟିଛି l ରାଜ୍ୟର ଦ୍ଵିତୀୟ ସର୍ବବୃହତ୍ତମ ବ୍ଲକ ମୋହନା ବ୍ଲକ l ଏହାସହ ମୋହନା ସହର ଏକ ପଞ୍ଚାୟତ ସହ ନିର୍ବାଚନ ମଣ୍ଡଳୀ ହେଡ଼କ୍ୱାଟର ଦୈନନ୍ଦିନ ଶତାଧିକ ଲୋକ ନିଜ ନିଜ କାର୍ଯ୍ୟ ପାଇଁ ମୋହନା ଉପରେ ନିର୍ଭରଶୀଳ କିନ୍ତୁ ପରିତାପର ବିଷୟ ଆଜିଯାଏଁ ଏଠାରେ ଏକ ଶୌଚାଳୟର ବ୍ୟବସ୍ଥା ହୋଇପାରିନାହିଁ l ସହରର ଦୁଇପାର୍ଶ୍ଵରେ ନଦୀ ଥିବାବେଳେ ପଥର ବନ୍ଧ ନିର୍ମାଣ ମଧ୍ୟ ଆଜିଯାଏଁ ହୋଇପାରିନାହିଁ l ସହରରେ ରାସ୍ତା ଏବଂ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ ଖରାପ l ଏହାସହ 10 ହଜାର ଜନସଂଖ୍ୟା ବିଶିଷ୍ଟ ମୋହନା ସହରରେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ନାହିଁ l ଟାଙ୍କି ନିର୍ମାଣ ହୋଇଛି କିନ୍ତୁ କାର୍ଯ୍ୟକାରୀ ହେଉନି ଏଭଳି 15ଟି ଦାବି ନେଇ ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଙ୍ଘ ପକ୍ଷରୁ ଏକ ଅଭିନଵ ପଦକ୍ଷେପ ନିଆଯାଇଛି l

ସଙ୍ଘ ପକ୍ଷରୁ ସିଧା ସଳଖ ଜନପ୍ରତିନିଧି ମାନଙ୍କୁ ଟାର୍ଗେଟ କରାଯାଇଛି l ଯୋଉ ପର୍ଯ୍ୟନ୍ତ ସହରର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଠିକ କରାନଯାଏ ନିର୍ବାଚନ ପ୍ରଚାର ପାଇଁ କୌଣସି ନେତାଙ୍କୁ ସହରରେ ପୁରାଇଦିଆଯିବ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚେତାବନୀ ଦେଇଛି ସଙ୍ଘ l ଏହାସହ ସଙ୍ଘ ପକ୍ଷରୁ ମୋହନା ତହସିଲଦାର, ବିଡ଼ିଓ, ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଏବଂ ଥାନା ଅଧିକାରୀଙ୍କୁ ମହାମହିମ ରାଜ୍ୟପାଳଙ୍କୁ ଏକ 15 ଦଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଆଗାମୀ ଦିନରେ ସଙ୍ଘର ଦାବି ଗୁଡିକ ପୂରଣ ନହେଲେ ସାମ୍ବିଧାନିକ ପଦ୍ଧତିରେ ଅଞ୍ଚଳର ନ୍ୟାର୍ଯ୍ୟଦାବି ପାଇଁ ଆନ୍ଦୋଳନ କରାଯିବ ଏବଂ ଏଥିରେ ଯଦି କୋଣସି ଅପ୍ରୀତିକର ପରିସ୍ଥିତି ଉପୁଜିବ ସେଥିପ୍ରତି ଅଞ୍ଚଳର ସରପଞ୍ଚ, ସମିତିସଭ୍ୟ, ଜ଼ିଲ୍ଲାପରିଷଦ ସଭ୍ୟ ଏବଂ ବିଧାୟକ ପ୍ରତ୍ୟକ୍ଷ୍ୟ ଭାବେ ଦାୟୀ ରହିବେ ବୋଲି ସଙ୍ଘ ଚେତାବନୀ ଦେଇଛି l ନିର୍ବାଚନ ସମୟରେ ନେତା ମାନେ ମାଳମାଳ ପ୍ରତିଶୃତି ଦେଇ ଭୋଟ ହାତାନ୍ତି ତେଣୁ ଅଞ୍ଚଳର ଉନ୍ନତି କରିବା ମଧ୍ୟ ସେମାନଙ୍କ ଦାୟିତ୍ୱ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି l

Leave A Reply

Your email address will not be published.