ମାଧୁରୀଙ୍କ ହାତରେ ଛେପ ପକାଇବା ଅମୀର ଖାନ୍‌ଙ୍କୁ ପଡ଼ିଥିଲା ମହଙ୍ଗା , ହକି ଷ୍ଟିକ୍‌ ଧରି ଗୋଡ଼ାଇଥିଲେ ପଛରେ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଅମୀର ଖାନ୍‌ ଓ ମାଧୁରୀ ଦିକ୍ଷୀତ ଦୁଇଟି ଫିଲ୍ମରେ କାମ କରିଛନ୍ତି । ୧୯୯୦ରେ ଉଭୟଙ୍କର ଏକ ଫିଲ୍ମ ଆସିଥିଲା । ଏହି ଫିଲ୍ମର ସୁଟିଂ ସମୟରେ ଅମୀର ଖାନ୍‌ ମାଧୁରୀ ଦିକ୍ଷୀତଙ୍କ ସହ ଏକ ମଜା କରିଥିଲେ। ଆଉ ଏହି ମଜା ତାଙ୍କୁ ଏତେ ମହଙ୍ଗା ପଡ଼ିଥିଲା ଯେ ଅମୀର ଜୀବନ ବଞ୍ଚାଇ ଦୌଡ଼ିବାକୁ ଲାଗିଥିଲେ । ଅମୀର ଖାନ ଏହି କଥା କହିଥିଲେ ଫରହାନ ଅଖତାରଙ୍କ ଏକ ଶୋ’ ରେ ।

ଅମୀର କହିଲେ ଯେ ସେ ହାତ ଦେଖି କରି ସମସ୍ତଙ୍କର ଭବିଷ୍ୟ କହୁଥିଲେ । ଏହି ସମୟରେ ଅଭିନେତ୍ରୀ ମାଧୁରୀ ମଧ୍ୟ ହାତ ଦେଖାଇଥିଲେ । ହେଲେ ଅମୀର ହାତ ଦେଖିବା ସହ ତାଙ୍କ ହାତରେ ଛେପ ପକାଇ ଦେଇଥିଲେ । ମାଧୁରୀ ଏହା ଦେଖି ଏତେ ରାଗି ଯାଇଥିଲେ ଯେ ମୋ ପଛରେ ହକି ଷ୍ଟିକ ଧରି ବାଡେଇବାକୁ ଗୋଡାଇ ଥିଲେ । ମାଧୁରୀ ମଧ୍ୟ ଏହି କଥା ଏକ ସାକ୍ଷାତକାରରେ କହିଥିଲେ ।

Leave A Reply

Your email address will not be published.