ଗୁରୁ ଚାଣକ୍ୟଙ୍କ ଏହି ୩ଟି ଅମୂଲ୍ୟ ବାଣୀ କରିବ ଆପଣଙ୍କ ସବୁ ସମସ୍ୟାର ସମାଧାନ, ଜାଣନ୍ତୁ

ଗୁରୁଙ୍କ ସ୍ଥାନ ଶିଷ୍ୟ ଜୀବନରେ ରହିଥାଏ ଖୁବ ଗୁରୁତ୍ୱପୂର୍ଣ୍ଣ। ଗୁରୁ ଶିଷ୍ୟ ଜୀବନର ମାର୍ଗଦର୍ଶକ ହୋଇଥାନ୍ତି। ସେହିପରି ଜଣେ ଗୁରୁଙ୍କ ସଂପର୍କରେ ଆମେ ଆଜି ଆଲୋଚନା କରିବା। ସେ ହେଉଛନ୍ତି ଗୁରୁ ଚାଣକ୍ୟ। ଗୁରୁ ଚାଣକ୍ୟ ମହାନ ବିଦ୍ୱାନ ଥିଲେ। ସେ ଅର୍ଥଶାସ୍ତ୍ର, ସମାଜ ଶାସ୍ତ୍ର ଓ ନୀତି ଶାସ୍ତ୍ରକୁ ଅଧ୍ଧୟନ କରୁଥିଲେ। ତାଙ୍କ ଜ୍ଞାନ ସାହାଯ୍ୟରେ ସେ ମାନବ ଜାତି ପାଇଁ ଅନେକ ଭଲ କାମ କରିଛନ୍ତି। ଗୁରୁ ଚାଣକ୍ୟଙ୍କ ଚାଣକ୍ୟ ନୀତିରେ ଲୋକଙ୍କର ସବୁ ସମସ୍ୟାର ସମାଧାନ ବିଷୟରେ ଲେଖାଯାଇଛି। ସବୁ ପରିସ୍ଥିତିରେ ମନୁଷ୍ୟ ନିଜକୁ କିପରି ପ୍ରସ୍ତୁତ ରଖିବେ ସେ ସଂପର୍କରେ ବିସ୍ତାର ରୂପେ ଏଠାରେ ବର୍ଣ୍ଣନା କରାଯାଇଛି। ଆଜି ଆମେ କହିବୁ ଆପଣଙ୍କୁ ଚାଣକ୍ୟଙ୍କ ଏହି ନୀତି ସଂପର୍କରେ ଯାହା ଆପଣଙ୍କୁ ସବୁ ପରିସ୍ଥିିତିର ସାମ୍ନା କରିବାକୁ ସାହସ ଦେବ।

ଏହି ୩ ଜଣଙ୍କୁ ସମ୍ମାନ କଲେ ଆପଣଙ୍କ ଧନ ସମସ୍ୟା କମିବ:

ଯଦି ଆପଣଙ୍କ ଜୀବନରେ ଅର୍ଥଜନିତ ସମସ୍ୟା ସହ ସୁଖ ସମୃଦ୍ଧିରେ ବଧା ଉପୁଜୁଛି ତେବେ ଆପଣ ଗୁରୁ ଚାଣକ୍ୟଙ୍କ ଏହି ନୀତି ଆପଣାନ୍ତୁ। ଯାହାକୁ ସେ ଚାଣକ୍ୟ ନୀତିର ୩ୟ ଅଧ୍ୟାୟର ୨୧ ଶ୍ଲୋକ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି।

ମୂର୍ଖା ଯତ୍ର ନ ପୂଜ୍ୟତେ ଧାନ୍ୟଂ ଯତ୍ର ସୁସଂଚିତମ୍‌।
ଦମ୍ପୋତ୍ୟୋ କଳହୋ ନାସ୍ତି ତତ୍ର ଶ୍ରୀଃ ସ୍ୱୟମାଗତଃ।।

ଅର୍ଥାତ, ଯେଉଁଠି ମୂର୍ଖଙ୍କୁ ସମ୍ମାନ ମିଳେ ନାହିଁ, ଖାଦ୍ୟ ଶସ୍ୟକୁ ସଠିକ୍‌ ରୂପେ ରଖାଯାଏ ଏବଂ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇନଥାଏ, ସେଠାରେ ଳକ୍ଷ୍ମୀ ନିଜେ ଆସି ବାସ କରନ୍ତି। ଯାହାଫଳରେ ଘରେ ଧନର ଅଭାବ ହୋଇନଥାଏ।

chanakya9

ବୁଦ୍ଧିଜୀବିଙ୍କୁ କରନ୍ତୁ ସମ୍ମାନ:

ଗୁରୁ ଚାଣକ୍ୟଙ୍କ ନୀତିରେ ବୁଦ୍ଧିଜୀବିଙ୍କୁ ସମ୍ମାନ କରିବା ଉଚିତ୍‌। ମୂର୍ଖଙ୍କୁ ନୁହେଁ। ଯେଉଁମାନେ ଏହି କଥା ମାନନ୍ତି ସେମାନେ ଜୀବନରେ କୌଣସି ସମସ୍ୟାର ସମ୍ମୁଖିନ ହୋଇନଥାନ୍ତି।

ଖାଦ୍ୟକୁ ନଷ୍ଟ କରିବା ଅନୁଚିତ :

ଖାଦ୍ୟକୁ ସ୍ୱୟଂ ଦେବୀଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମନାଯାଏ। ମାଆଙ୍କୁ ସେଥିପାଇଁ ଅନ୍ନପୂର୍ଣ୍ଣା ଦେବୀ ରୂପେ ପୂୂଜା କରାଯାଏ। ତେଣୁ ଖାଦ୍ୟକୁ ଫୋପାଡିବା ଅନୁଚିତ। ଏହା କଲେ ମା’ ଅସନ୍ତୁଷ୍ଟ ହୋଇଥାନ୍ତି। ତେଣୁ ଖାଦ୍ୟକୁ କେବେ ନଷ୍ଟ କରିବା ଉଚିତ୍‌ ନୁହେଁ।

ପତି-ପତ୍ନୀ ମଧ୍ୟରେ ଝଗଡା ହେବା ଅନୁଚିତ:

ଯେଉଁ ଘରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡା, କଳହ ଆଦି ସମସ୍ୟା ନଥାଏ ସେହି ଘରେ ଲକ୍ଷ୍ମୀ ବାସ କରିଥାନ୍ତି। କାରଣ ଶାସ୍ତ୍ର ମତାନୁସାରେ ପତ୍ନୀଙ୍କୁ ଗୃହ ଲକ୍ଷ୍ମୀ ବୋଲି କୁହାଯାଏ । ତେଣୁ ଘରେ ନାରୀଙ୍କର ସର୍ବଦା ସମ୍ମାନ ହେବା ଉଚିତ।

Leave A Reply

Your email address will not be published.