Sabuthi Sabubele Hata Muthare Khabar

୪ ଦିନ ପରେ ବ୍ରିଟେନ୍‌ ହସ୍‌ପିଟାଲରେ ମିଳିବନି ସ୍ଥାନ, ଇଟାଲି ବି ଲାଗୁକଲା କଡ଼ା ନିୟମ

ବ୍ରିଟେନ୍‌ ଓ ସ୍ପେନ୍‌ରେ କରୋନା ଏଭଳି ଭାବରେ ସଂକ୍ରମିତ ହେବାରେ ଲାଗିଛି ଯେ ପ୍ରତି ଦୁଇ ଦିନରେ ମୃତ୍ୟୁ ସଂଖ୍ୟା ଦୁଇଗୁଣ ହୋଇଯାଉଛି । ଏପର୍ଯ୍ୟନ୍ତ ୟୁରୋପର ଇଟାଲିରେ ଏହା ଯେଭଳି ଆତଙ୍କ ଖେଳାଇଥିଲା ଏବେ ଲଣ୍ଡନରେ ସେପରି ଅବସ୍ଥା ଦେଖାଯାଇଛି ।

ପରିସ୍ଥିତି ଏପରି ହୋଇଛି ଯେ ୪ ଦିନ ପରେ ଲଣ୍ଡନର ହସପିଟାଲରେ ରୋଗୀଙ୍କ ପାଇଁ ଆଉ ସ୍ଥାନ ମିଳିବ ନାହିଁ । ସାରା ଦୁନିଆରେ ପ୍ରାୟ ୪.୧୫ ଲକ୍ଷ ଲୋକ କରୋନାରେ ପୀଡ଼ିତ ଅଛନ୍ତି । ବର୍ତ୍ତମାନ ଇଟାଲିରେ କ୍ୱାରେଣ୍ଟାଇନ୍‌ କଡ଼ା କଡ଼ି କରାଯିବା ପରେ ରୋଗୀ ସଂଖ୍ୟା ୮ ପ୍ରତିଶତ ହ୍ରାସ ପାଇଛି ବୋଲି ଇଟାଲି ପ୍ରଶାସନ ପ୍ରକାଶ କରିଛି ।

ଇଟାଲିରେ ଫେବ୍ରୁଆରୀ ୨୧ ପରେ ମୃତକ ସଂଖ୍ୟା ୬୮୨୦ ରେ ପହଞ୍ଚିଛି । ଏବେ ଇଟାଲିରେ ୩୧ ଜୁଲାଇ ପର୍ଯ୍ୟନ୍ତ କଡ଼ା କଡ଼ି ଲକ୍‌ ଡାଉନ୍‌ କରାଯାଇଛି । ଯଦି କେହି ଏହି ନିୟମ ଉଲଘଂନ କରେ ତେବେ ତାକୁ ୨.୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଇଟାଲି ପ୍ରଶାସନ ପ୍ରକାଶ କରିଛି ।

ସେହିପରି ଲଣ୍ଡନରେ ମଧ୍ୟ ହସପିଟାଲରେ ବେଡ୍‌ ଅବସ୍ଥାରେ ସଙ୍କଟ ଦେଖାଦେଇଛି । ଇଟାଲି ଭଳି ଆବଶ୍ୟକ ସ୍ଥଳେ ବୃଦ୍ଧ ରୋଗୀଙ୍କୁ ବେଡ୍‌ରୁ ହଟାଇ ଯୁବକଙ୍କୁ ଚିକିତ୍ସା କରିବା ପାଇଁ ବେଡ୍‌ ଦିଆଯିବାକୁ ଇଟାଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ବିପଦ ସମୟରେ ଯୁବକଙ୍କୁ ପ୍ରାଥମିକତା ଦେବାକୁ ବ୍ରିଟେନ୍‌ ସରକାର ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

Leave A Reply

Your email address will not be published.