କରୋନା ପରେ ଚୀନରେ ସୃଷ୍ଟି ହେଲା ଆଉ ଏକ ନୂଆ ଭାଇରସ, ସ୍ଥିତି ହୋଇପାରେ ସାଙ୍ଘାତିକ

କରୋନା ଭାଇରସ ସଂକ୍ରମଣ ସହିତ ଆଜି ସମଗ୍ର ଦୁନିଆ ଲଢୁଛି। ଏପରି ସ୍ଥଳେ ଆଉ ଏକ ଭାଇରସ ସଂକ୍ରମଣ ହେବାର ଭୟ ଦେଖିବାକୁ ମିଳୁଛି। ୨୦୦୯ରେ ଚୀନରେ ଆରମ୍ଭ ହୋଇଥିବା ସ୍ୱାଇନ ଫ୍ଲୁ ଭାଇରସର ଆଉ ଏକ ନୂଆ ଲକ୍ଷଣ ଦେଖିବାକୁ ମିଳିଛି। ଏହା କରୋନା ଠାରୁ ଆହୁରୀ ଅଧିକ ଶକ୍ତିଶାଳୀ। ବୈଜ୍ଞାନିକଙ୍କ ମୁତାବକ, ଏହି ଭାଇରସ କରୋନା ସଂକ୍ରମଣ ଠାରୁ ମଧ୍ୟ ବଡ ମହାମାରୀ ବ୍ୟାପିବାର କାରଣ ହୋଇପାରେ।

444

ଆମେରିକା ସାଇନ୍ସ ଜର୍ନଲ PNAS ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ସ୍ୱାଇନ ଫ୍ଲୁ ର ଏକ ନୂଆ ଟାଇପ୍‌ର ଲକ୍ଷଣ ବିଷୟରେ ସନ୍ଧାନ ମିଳିଛି। ଯାହାର ନାମ G4 । ଏହା ମନୁଷ୍ୟ ପାଇଁ ଅଧିକ ବିପଦପୂର୍ଣ୍ଣ ରହିଥାଏ। କରୋନା ଠାରୁ ଏହା ଅଧିକ ଜୀବନ ନେଇପାରେ। ଚୀନର ବୈଜ୍ଞାନିକ ଏହାକୁ ଖୋଜିବା ପାଇଁ ୨୦୧୧ରୁ ୨୦୧୮ ପର୍ଯ୍ୟନ୍ତ ରିସର୍ଚ୍ଚ କରିଥିଲେ। ଏହି ସମୟରେ ବୈଜ୍ଞାନିକ ଚୀନର ୧୦ଟି ରାଜ୍ୟରୁ ୩୦ ହଜାରରୁ ଉର୍ଦ୍ଧ୍ୱ ଘୁଷୁରୀଙ୍କ ନାକରୁ ସ୍ୱାବ ସଂଗ୍ରହ କରିଥିଲେ। ଏହି ସ୍ୱାବକୁ ନେଇ ଯାଞ୍ଚ କରିଥିଲେ।

66

ଏହି ସ୍ୱାବ ଟେଷ୍ଟରୁ ଜଣାପଡିଥିଲା କି, ଚୀନରେ ୧୭୯ ପ୍ରକାର ସ୍ୱାଇନ ଫ୍ଲୁ ରହିଛି। ଏହି ସବୁ ମଧ୍ୟରୁ G4 କୁ ଅଲଗା କରାଯାଇଥିଲା। କାହିଁକି ନା ଅଧିକାଂଶ ଘୁଷୁରୀଙ୍କ ପାଖରେ G4 ହିଁ ଦେଖିବାକୁ ମିଳିଥିଲା। ଯାହା ୨୦୧୬ ପରେ ଘୁଷୁରୀମାନଙ୍କ ମଧ୍ୟରେ ବୃଦ୍ଧି ପାଇବାକୁ ଲାଗିଥିଲା। ଯାହା ପରେ ବୈଜ୍ଞାନିକମାନେ ଏହାକୁ ନେଇ ରିସର୍ଚ୍ଚ କରିବା ଆରମ୍ଭ କରିଦେଇଥିଲେ।

G4 ଲକ୍ଷଣ :

ବୈଜ୍ଞାନିକଙ୍କ ମୁତାବକ, G4 କରୋନା ଲକ୍ଷଣ ଭଳି ପ୍ରାୟତଃ ସମାନ। ଯାହାକୁ ନେଇ ଭୂତାଣୁ ଆଟାକ ପରେ ସେହି ବ୍ୟକ୍ତିର ପ୍ରାରମ୍ଭିକ ଲକ୍ଷଣ ଜ୍ୱର, ଖାସ ଏବଂ ଥଣ୍ଡା ହିଁ ହୋଇଥାଏ। କିନ୍ତୁ ଏହା ବହୁତ ଶୀଘ୍ର ଅନ୍ୟ ବ୍ୟକ୍ତିଙ୍କୁ ବ୍ୟାପିପାରେ। ଏହାର ଲକ୍ଷଣ ଦ୍ରୁତି ଗତିରେ ମଣିଷକୁ କ୍ଷତି ପହଞ୍ଚାଇଥାଏ। G4 ସଂକ୍ରମଣ ବହୁତ ଶୀଘ୍ର ବ୍ୟାପିଥାଏ। ଯାହା ଜଲଦି ମନୁଷ୍ୟ ମଧ୍ୟରେ ମହାମାରୀର ରୂପ ନେଇପାରେ।

virus

କ୍ରେମ୍ବିଜ ବିଶ୍ୱବିଦ୍ୟାଳୟର ଭେଟେନାରୀ ବିଭାଗର ମୁଖ୍ୟ ଡାକ୍ତର ଡେମ୍ସ ବୁଡଙ୍କ ମୁତାବକ, ଯେଉଁ ସ୍ଥାନରେ ଘୁଷୁରୀ ପାଳନ କରାଯାଉଛି, ସେହି ସ୍ଥାନରେ କଡା ତଦାରଖ ରଖିବା ଉଚିତ। ଘୁଷୁରୀ ମାସ ଏବଂ ଅନ୍ୟ ଜନ୍ତୁ ମାଂସ ଉଦ୍ୟୋଗରେ ଏହି ପ୍ରକାର ଭାଇରସ ବିପଦ ପୂର୍ବାପେକ୍ଷା ଅଧିକ ବଢିଯାଇଛି। ପାଳିତ ଘୁଷୁରୀ ମାଂସ ଅପେକ୍ଷା ଜଙ୍ଗଲୀ ଜୀବଜନ୍ତୁଙ୍କ ମାଂସ ଅଧିକ ବିପଦପୂର୍ଣ୍ଣ ହୋଇପାରେ। ଏହି ପ୍ରକାରର ମାଂସ ମଣିଷ ଶରୀରରେ ନୂଆ ନୂଆ ଭାଇରସ ପ୍ରବେଶକୁ ଜନ୍ମ ଦେଇଥାଏ।

ସୂଚନା ମୁତାବକ, ଏପର୍ଯ୍ୟନ୍ତ କରୋନା ଯୋଗୁଁ ଚାଇନାରେ ୧ କୋଡି ୪ ଲକ୍ଷ ୮୫୫ ଲୋକ ସଂକ୍ରମିତ ହୋଇସାରିଛନ୍ତି। ଯେଉଁଥିରୁ ୫୬ ଲକ୍ଷରୁ ଉର୍ଦ୍ଧ୍ୱ ସୁସ୍ଥ ହୋଇସାରିଥିବା ବେଳେ ୫ ଲକ୍ଷରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରିଛନ୍ତି।

Leave A Reply

Your email address will not be published.