Odisha News
.

ଭୋଡାଫୋନ୍‌ ପରେ ଏବେ ଏୟାରଟେଲ୍‌ ବି ବଢ଼ାଇଲା କଲ୍‌ ଦର, ଦେଖନ୍ତୁ କିଏ କେତେ ଟଙ୍କା କଲା ବୃଦ୍ଧି

ଭୋଡାଫୋନ୍‌-ଆଇଡିଆ ପରେ ଏବେ ଭାରତୀ ଏୟାରଟେଲ୍‌ ମଧ୍ୟ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ କଲ ଚାର୍ଜ ଓ ଡାଟା ପ୍ଲାନ୍‌ ଡିସେମ୍ବର ୩ରୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। କିଛି ଘଣ୍ଟା ପୂର୍ବରୁ ହିଁ ଭୋଡାଫୋନ୍‌-ଆଇଡିଆ କଲ ଚାର୍ଜ ବୃଦ୍ଧି କରିବାକୁ ଘୋଷଣା କରିଥିଲା।

ଏୟାରଟେଲ ତରଫରୁ କୁହାଯାଇଛି ଯେ ଭାରତୀ ଏୟାରଟେଲ୍‌ ମୋବାଇଲ ଗ୍ରାହକଙ୍କ ପାଇଁ କଲ ଦର ବଢ଼ାଇବାକୁ ଘୋଷଣା କରିଛି। ନୂଆ ଦର ୩ ଡିସେମ୍ବର ୨୦୧୯ରୁ ଲାଗୁ ହେବ। କମ୍ପାନୀ ଅନୁସାରେ ଏହି ନୂଆ ପ୍ଲାନ୍‌ ପୁରୁଣା ତୁଳନାରେ ୪୨ ପ୍ରତିଶତ ଅଧିକ ମହଙ୍ଗା ହେବ। ଏଥିସହ କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ୍‌ର ଦାମ୍‌ ୪୯ ଟଙ୍କା ରହିବ ବୋଲି ଜଣାଯାଇଛି।

ଏୟାରଟେଲ୍‌ର ନୂଆ ପ୍ଲାନ୍‌ ମୁତାବକ ତାରିଫରେ ୫୦ ପଇସାରୁ ଆରମ୍ଭ କରି ୨.୫୦ ଟଙ୍କା ପ୍ରତିଦିନ ପର୍ଯ୍ୟନ୍ତର ବ୍ୟବସ୍ଥା ରହିଛି। ଏଥିସହ ଏୟାରଟେଲ ଥ୍ୟାଙ୍କସ୍‌ ପ୍ଲାଟଫର୍ମ ଜରିଆରେ ଏକ୍ସକ୍ଲୁସିଭ୍‌ ଅଫର ଦିଆଯାଇଛି। ଏହି ପ୍ଲାଟଫର୍ମ ମାଧ୍ୟମରେ ଗ୍ରାହକଙ୍କୁ ଏୟାରଟେଲ୍‌ ଏକ୍ସଟ୍ରିମ୍‌ ଆପ୍‌ରେ ପ୍ରିମିୟମ କନ୍‌ଟେଷ୍ଟ ମିଳିପାରିବ। ଏଥିରେ ଗ୍ରାହକ ୧୦ ହଜାର ଫିଲ୍ମ, ଏକ୍ସକ୍ଲୁସିଭ୍‌ ଶୋ, ୪୦୦ ଟିଭି ଚ୍ୟାନେଲ, ଓ୍ଵିଙ୍କ୍‌ ମ୍ୟୁଜିକ୍‌, ଆଣ୍ଟି ଭାଇରସ୍‌ ସମେତ ଡିଭାଇସ୍‌ ପ୍ରୋଟେକ୍ସନ୍‌ର ସୁବିଧା ମଧ୍ୟ ପାଇପାରିବେ।

ଏହାସହ ପଢ଼ନ୍ତୁ: ICICI ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର, ଏହି ଦୁଇ ଦିନ ସପିଂ କଲେ ମିଳିବ ଆକର୍ଷକ ଡିସ୍‌କାଉଣ୍ଟ

ଭୋଡାଫୋନ୍‌ ବି କରିଥିଲା ପ୍ଲାନ୍‌ରେ ବୃଦ୍ଧି:

କିଛି ଘଣ୍ଟା ପୂର୍ବରୁ ଭୋଡାଫୋନ୍‌-ଆଇଡିଆ ସେବାଗୁଡ଼ିକର ଦର ବୃଦ୍ଧି କରିବାକୁ ଘୋଷଣା କରିଥିଲା। କମ୍ପାନୀ ପ୍ରିପେଡ୍‌ ୟୁଜରଙ୍କ ପାଇଁ ଦୁଇ ଦିନ, ୨୮ ଦିନ, ୮୪ ଦିନ ଓ ୩୬୫ ଦିନର ବୈଧତାଯୁକ୍ତ ନୂଆ ପ୍ଲାନ୍‌ ଘୋଷଣା କରିଥିଲା। ଭୋଡାଫୋନ୍‌ କଲ ଦରରେ ବି ୪୨ ପ୍ରତିଶତ ବୃଦ୍ଧି କରିଛି।

ସୂଚନାନୁଯାୟୀ, ଭୋଡାଫୋନ୍‌ର ସବୁଠାରୁ ଶସ୍ତା ପ୍ଲାନ୍‌ ୪୯ଟଙ୍କାର ରହିବ। ଏଥିରେ ଗ୍ରାହକଙ୍କୁ ୩୮ ଟଙ୍କାର ଟକ୍‌ଟାଇମ୍‌, ୧୦୦ ଏମ୍‌ବି ଡାଟା ମିଳିବ। ଆସନ୍ତକାଲି ଅର୍ଥାତ୍‌ ଡିସେମ୍ବର ୩ରୁ ଏହି ନୂଆ ପ୍ଲାନ୍‌ ଲାଗୁ ହେବ।

Loading...

Leave A Reply

Your email address will not be published.